ବୋୖଦ୍ଧ:( ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ପୁରୁଣାକଟକ ପଟରୁ ଦୁଇଜଣ ବାଇକ ଆରୋହି ନିଜ ଗ୍ରାମକୁ ଫେରୁଥିବା ସମୟରେ ଆଜି ତିଳେସ୍ୱର ଠାରେ ସନ୍ଧ୍ୟା ସାଢ଼େ ୭ ଟା ସମୟରେ ବାଇକ ଭାରସାମ୍ୟ ହରାଇ ଏକ ଘରର କାନ୍ଥ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ଏଥିରେ ଦୁଇ ଜଣ ଗୁରୁତର ହୋଇଥିଲେ ।
ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ଦୁଇ ଗୁରୁତର ଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଦୁଇ ଜଣ ହେଲେ ମଧୁସୂଦନପୁର ଗ୍ରାମର ରମେଶ ଦଲବେହେରା(୩୭)ଏବଂ ଅନ୍ୟ ଜଣେ ମାଣିକିପୁର ଗ୍ରାମର ଗଣେଶ ପ୍ରଧାନ(୪୫) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।