ବେଲଗୁଣ୍ଠା:୦୨/୦୭(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ କଲ୍ୟାଣପୁର ସତ୍ୟସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ ସପ୍ତାହ ର ଦ୍ଵିତୀୟ ଦିନରେ ବୃକ୍ଷରୋପଣ କରାଯାଇଛି । ବିଭିନ୍ନ ଦୁର୍ବିପାକ ତଥା ବନ୍ୟା, ବାତ୍ୟା ରେ ବୃକ୍ଷ ଗୁଡିକ ବ୍ୟାପକ କ୍ଷୟକ୍ଷତି ଘଟୁଛି ଫଳରେ ପରିବେଶ ରେ ବୃକ୍ଷଲତା ର ଅଭାବ ହୋଇପଡିଛି ଯାହାର କାରଣରୁ ଚଳିତ ବର୍ଷ ଅସହ୍ୟ ଗରମ ଉପଲବ୍ଧି ହେବା ସହ ସାଧାରଣ ଜନଜୀବନ ପ୍ରଭାବିତ ହୋଇପଡିଛି ।
ପ୍ରତିବର୍ଷ ତାପମାତ୍ରା ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଅର୍ଥାତ ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ ରହିଥିବା ଅନୁମାନ କରି ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ସବୁସ୍ଥାନରେ ଚାରାରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି ।
ବେଲଗୁଣ୍ଠା ସମିତି ଅଧିନ କଲ୍ୟାଣପୁର ଭଜନ ମଣ୍ଡଳୀ ପକ୍ଷରୁ ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପିଲାଟିଏ କୁ ଗଛ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ଚାରା ରୋପଣ କରାଯାଇଛି । କିଛି ଛାତ୍ରଛାତ୍ରୀ ନିଜ ବାଡ଼ିରେ ମଧ୍ୟ ନେଇ ଲଗାଇଛନ୍ତି । ସମସ୍ତେ ଏବେ ଚାରାରୋପଣ କରିବା ସମୟ ଆସିଛି ବୋଲି ସତ୍ୟସାଇ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି ।