ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆସନ୍ତା ମାସରେ ହେବାକୁ ଥିବା ଦେଶଜ ଉତ୍ସବ ପାଇଁ ବୌଦ୍ଧ ଟାଉନହଲ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ଓଡିଶା ସଂଗିତ ନାଟକ ଏକାଡେମୀ ପକ୍ଷରୁ ବୌଦ୍ଧ ଠାରେ ଦୁଇ ଦିନିଆ ଲୋକ ସଂଗିତର ଉତ୍ସବ ‘ଦେଶଜ’ ଆୟୋଜିତ ହେବ । ଆସନ୍ତା ୮ ଓ ୯ ତାରିଖରେ ଦୁଇଦିନ ଧରି ହେବାକୁଥିବା ଏହି ଲୋକ ସଂଗିତ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରୁ ସଂଗିତଜ୍ଞ ଓ କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଜିଲା ସଂସ୍କୃତି ପରିଷଦ ସହ ମିଳିତ ଆନୁକୁଲ୍ୟରେ ହେବାକୁଥିବା ଏହି ଲୋକ ସଂଗିତର ଉତ୍ସବ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଂସ୍କୃତି ଅଧିକାରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡିଶା ସଂଗିତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ସାମିଲ ହୋଇ ଲୋକ ସଂଗିତର ଉତ୍ସବ ନେଇ ଆଲୋଚନା କରିଥିଲେ । ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।