ଗଛ ଲଗାଅ ପରିବେଶ ବଞ୍ଚାଅ

208 0

କାଶୀପୁର:ପ୍ରତିବର୍ଷ ଗୁଣ୍ଡିଚା ଯାତ୍ରାରୁ ବାହୁଡ଼ା ଯାତ୍ରା ଭିତରେ ବୃକ୍ଷପ୍ରେମୀ ମାନେ ପ୍ରତିବର୍ଷ ବୃକ୍ଷ ରୋପଣ କରୁ ଥିବାବେଳେ ଆଜି ଚେରକଟା ଠାରେ ଆଜି ଗଛ ଲଗାଯାଇଥିବା ଦେଖିବାକୁ ମିଳିଛି ! ପ୍ରତିବର୍ଷ 15ରୁ 20ଟି ବୃକ୍ଷ ପଥପାର୍ଶ୍ଵରେ ହେଉ ଓବା ବିଭିନ୍ନ ଲଣ୍ଡା ପାହାଡ଼ରେ କିମ୍ବା ମନ୍ଦିର ମାନଙ୍କର ଖାଲି ପଡ଼ିଥିବା ପଡିଆରେ ବୃକ୍ଷ ରୋପଣ କରାଯାଉଥିବା ବେଳେ ଏବର୍ଷ ବାହୁଡା଼ ରଥଯାତ୍ରା ଉପଲକ୍ଷେ ଚେରକଟା ଠାରେ ଆଜି ବୃକ୍ଷରୋପଣ କରାଯାଇଥିବା ଦେଖିବାକୁ ମିଳିଛି ।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ପାଞ୍ଚୟତର ଚେରକଟା ଜଳ ପ୍ରପାତ ନିକଟରେ ଥିବା ଖାଲି ପଡ଼ିଥିବା ଜାଗାରେ ଆଜି ସକାଳ 10ଘଟିକା ସମୟରେ ବୃକ୍ଷ ପ୍ରମିମାନେ ବିଭିନ୍ନ ପ୍ରକାର 15ରୁ 20ଟି ବୃକ୍ଷ ଲଗାଇବା ସହିତ ବୃକ୍ଷ ସୁରକ୍ଷିତ ପାଇଁ ଚାରିଆଡେ ପ୍ଲାଷ୍ଟିକ ଜାଲିଗୁଡ଼ାଇ ବୃକ୍ଷ ରୋପଣ କରାଯାଇଛି ।

ଦୀର୍ଘ ପାଞ୍ଚବର୍ଷ ହେଲା ବୃକ୍ଷ ରୋପଣ କରି ଆସୁଥିବା ବୃକ୍ଷ ପ୍ରେମୀମାନେ ହେଉଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଜୟଚନ୍ଦ୍ର ମାଝି , ଜୟ ମାଝି, ସଚିନ୍ଦ୍ରଗୌଡ଼, ମୋନଜ ମାଝି,ମହେଶ୍ୱର ମାଝି, ରବି ନାଏକ ଆଜି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ ! ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଯାଉଛି, ସେଥିପାଇଁ ଠିକ ସମୟରେ ବର୍ଷା, ଶୀତ, ଖରା ହୋଇପାରୁନି ! ବୃକ୍ଷ ପ୍ରେମୀମାନଙ୍କୁ ବୃକ୍ଷରୋପଣ ଉଦେଶ୍ୟରେ ଆମେ ପଚାରି ବୁଝିଥିଲୁ ତେବେ ବୃକ୍ଷପ୍ରେମୀ ମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜଣେ ଜଣେ ଗୋଟେ ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ବୋଲି କହିଛନ୍ତି !

Related Post

ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଲେ

Posted by - March 17, 2023 0
ଭୁବନେଶ୍ଵର : (ବ୍ୟୁରୋ) ରାଜ୍ୟବ୍ୟାପି ଆରମ୍ଭ ‌ହୋଇଥିବା ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଶୁକ୍ରବାର ସ୍ଥଗିତ ରଖାଯାଇଛି। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ…

ଯାଜପୁର ବଡ଼ଚଣା ଡାକ୍ତରଖାନାରେ ରୋଗୀ ସେବା ଅଭିଯୋଗରେ ନକଲି ଡାକ୍ତର ଗିରଫ

Posted by - June 25, 2019 63
ଗତ ୨୧ତାରିଖ ରାତିରେ କଢାଇ ନୂଆଶାସନ ଗ୍ରାମର ନିହାର ସାମଲ ବଡ଼ଚଣା ଡ଼ାକ୍ତରଖାନାରେ ଷ୍ଟେଥିଶସ୍କୋପ୍ ଲଗେଇ ଡାକ୍ତରଙ୍କ ଭଳି ବୁଲୁଥିଲା । ମହିଳାଙ୍କ ୱ।ର୍ଡ଼ରେ ଜଣେ ମହିଳାଙ୍କ…

ଓଡିଶା ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ନୂତନ କୋର କମିଟି ଗଠିତ

Posted by - August 20, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ରବିବାର ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଜିଲ୍ଲା ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l…

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆସନ୍ତା ଗୁରୁବାର ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦେଲା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି

Posted by - August 13, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ରବିବାର ଦିନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ଯାଜପୁରରେ ଟୀକା ଚୋରି ଅଭିଯୋଗ,ପଂଜୀକରଣ କଲା ବେଳକୁ ଦୁଇ ଡୋଜ୍ ଟୀକା ନେଇଥିବା କହୁଛି ସାଟିଫିକେଟ୍

Posted by - May 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କରୋନା ମହାମାରୀ ସମୟରେ ସମସ୍ତେ ଟୀକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟୀକା ଚୋରି ଅଭିଯୋଗ । ଯୁବକ…