ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଉ ପାଦେ ଆଗେଇଲା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥ l ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ରୁ ଏଵେ ଖମ୍ବେଶ୍ୱରୀପାଲି ଷ୍ଟେସନ କୁ ଆରମ୍ଭ ହେଲା ଟ୍ରାଏଲ୍ ରନ । ବଲାଙ୍ଗୀର ପଟୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଗତ ମାସ ଝାରତରଭା ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିଲା ।
ତେବେ ଆଜି ପୁଣି ଝାରତରଭା ରୁ ନବ ନିର୍ମିତ ଖମ୍ବେଶ୍ବରିପାଲି ଷ୍ଟେସନ ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିବା ଜଣା ପଡିଛି। ଦକ୍ଷିଣ ପୂର୍ବ ରେଳବାଇ ନିରାପତ୍ତା ଆୟୁକ୍ତ ଏ ଏମ ଚୌଧୁରୀ ଏହି ନୂତନ ପ୍ରକଳ୍ପ ର ତଦାରଖ କରିଥିବା ସୂଚନା ମିଳିଛି। ଏହି ଟ୍ରାଏଲ ରନ ପରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଆଉ ପାଦେ ଆଗେଇ ଥିବା ନେଇ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଭିତରେ ଉଲ୍ଲାସ ଦେଖାଦେଇଛି।