ବ ନବିଭାଗ ପକ୍ଷରୁ ବାର୍ଷିକ ସ୍ଥିତ ସମୀକ୍ଷା ବୈଠକ,ତିନି କ୍ଷେତ୍ରାଞ୍ଚଳ ର କାର୍ଯ୍ୟ ଉପରେ କରାଗଲା ସମୀକ୍ଷା

116 0

ହରଭଙ୍ଗା :୨୯ /୦୬ (ଚିତ୍ତରଞ୍ଜନ ସିଂହ)ଓଡିଶା ବନାଞ୍ଚଳ ବୌଦ୍ଧ ଜିଲ୍ଲାର 3ଗୋଟି କ୍ଷେତ୍ରାଞ୍ଚଳ ର ବାର୍ଷିକ ସ୍ଥିତି ସମୀକ୍ଷା ବୈଠକ ହରଭଙ୍ଗା ବ୍ଲକ ବିରାନରସିଂ ପୁର ସ୍ଥିତ ସ୍ଥାୟୀ ନର୍ସରୀ ସଭାଗୃହ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ବୈଠକ ରେ ଓଡିଶା ବନାଞ୍ଚଳ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲାର 3ଗୋଟି କ୍ଷେତ୍ରlଞ୍ଚଳ ଯଥା ବୌଦ୍ଧ, ମନମୁଣ୍ଡା, କଣ୍ଟlମାଳ ହେଉଥିବା ବୃକ୍ଷ ରୋପଣ, ଜୀବନ ଜୀବିକା, ଜଙ୍ଗଲ ଓ କୃଷି ବିଭିନ୍ନ ବିଭାଗର ସହାଭାଗିତାରେ ଏହି ସମସ୍ତ କାର୍ଯ୍ୟ ହେଉଥିବା ନେଇ କ୍ଷେତ୍ର ର ଆଲୋଚନା କରାଯାଇଥିଲା!ଜଙ୍ଗଲ ର ସୁରକ୍ଷା ଓ ଉନ୍ନତି ଦିଗରେ ତିନି ଗୋଟି କ୍ଷେତ୍ର।

ଞ୍ଚଳ ରେ ତିଆରି କରାଯାଇଥିବା ୭୧ ଟି ବନ ସୁରକ୍ଷା ସମିତି କୁ ଆବର୍ତ୍ତନ ପାଣ୍ଠିରୁ 2ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ କରି ଦିଆଯାଇଥିଲା!”କାର୍ବନ କ୍ରେଡ଼ଟ “ଯଥା ବାୟୁ ମଣ୍ଡଳରେ ବାହାର ଜିଲ୍ଲା ରାଜ୍ୟ ରୁ ପ୍ରଦୂଷଣ ଯୁକ୍ତ ବାୟୁ କୁ ପ୍ରତିରୋଧ କରିବାପାଇଁ ନୂତନ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ସହିତ ଜଙ୍ଗଲ ପରିସୀମାକୁ ଜିପିଏସ ମାଧ୍ୟମରେ ଅନୁସରଣ କରାଯିବା ସହ କାର୍ଯ୍ୟକ୍ଷେତ୍ରରେ ସହାୟତା ହେବା ନେଇ ମତ ଆସିଥିଲା।

ଜଙ୍ଗଲ ସୁରକ୍ଷା, ନୂତନଜଙ୍ଗଳ ସୃଷ୍ଟି, ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ଉପରେ ହେଉଥିବା ବାର୍ଷିକ କାର୍ଯ୍ୟର ସମସ୍ତ ପ୍ରକଳ୍ପ କୁ ପୁଙ୍ଖାନୁ ପୁଙ୍ଖ ଭାବେ ସମୀକ୍ଷା କରାଯାଇଥିଲା!ଉକ୍ତ ସମୀକ୍ଷା ବୈଠକ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁ, ସମ୍ମାନିତ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ -ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଜିଲ୍ଲା ବନ ଅଧିକାରୀ -ଦେବପ୍ରିୟ କମ୍ପୋ, ଉପସ୍ଥିତ ଥିଲେ!ବନ ବିଭାଗ ସହିତ ସହବନ୍ଧିତ ଥିବା ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ପାଲହାର, ମୃତ୍ତିକା ସଂରକ୍ଷଣ ବିଭାଗ, ମତ୍ସବିଭାଗ, NHRDF ପାଲଝlର, ଏସି ଏଫ -ଆଶିଷ ଦିଗାଲ, ଏସିଏଫ -ମିନାକ୍ଷୀ କୁମରା, ଏସିଏଫ -କ୍ଷୀରଦ୍ରି ପ୍ରଧାନ ସମେତ ତିନି କ୍ଷେତ୍ରା ଞ୍ଚଳ ର ସମସ୍ତ କର୍ମଚାରୀ, ସ୍କୁଲ ଛାତ୍ର ଛାତ୍ରୀ, ଉକ୍ତ ବୈଠକ ରେ ଉପସ୍ଥିତ ରହିଥିବା ବେଳେ ସଞ୍ଜୟ କୁମାର ପଟ୍ଟନାୟକ ଓ ଶିବଦତ୍ତ ଅଗସ୍ତି ମଞ୍ଚ ପରିଚାଳନା କରିଥିଲେ !କାର୍ଯ୍ୟ କ୍ଷେତ୍ର ରେ ଦକ୍ଷତା ଆଣିଥିବା ଜିଲ୍ଲା ସ୍ତରରେ 9ଜଣ ବିଭାଗୀୟ କର୍ମଚାରୀ ଙ୍କୁ ଜିଲ୍ଲା ପାଳ ଶ୍ରୀ ସାହୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ମାନିତ କରିଥିଲେ!

Related Post

କାନାରା ବିଦ୍ୟାଜ୍ୟୋତି ଯୋଜନାରେ ୬ ଜଣଙ୍କୁ ସ୍କୋଲାରସିପ

Posted by - January 25, 2022 0
ମାଲକାନଗିରି :(ଅବଦୁଲ ଗନି) ମାଲକାନଗିରି କାନାରା ବ୍ୟାଙ୍କ ପକ୍ଷରୁ 6ଜଣ ଅନୁସୂଚିତ ଜନଜାତିର ଛାତ୍ରୀଙ୍କୁ ବିଦ୍ୟାଜ୍ୟୋତି ଯୋଜନାରେ ସ୍କୋଲାରସିପ ପ୍ରଦାନ କରାଯାଇଛି। ଏମଭି 16 ବିଦ୍ୟାଳୟ ପରିସରରେ…

ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ…

ରେଡ ଜୋନ ଯାଜପୁର ରୁ ରାତିରେ ଘରକୁ ପଳେଇଲେ,କେଉଁଝର ରିମୂଳି ରେ ଧରାପଡିଲେ

Posted by - May 6, 2020 527
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଗତକାଲି ୫ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ରୁ ୩ ଟା ମଧ୍ୟରେ ଯାଜପୁର ଜିଲ୍ଲା ର ଡୁବୁରୀ ଅଂଚଳରୁ ଦୁଇଜଣ ଯୁବକ…

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Posted by - December 30, 2022 0
ନବରଙ୍ଗପୁର:ତରାଭଟ୍ଟା ସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ପୋଷ୍ୟଗ୍ରାମ ତରାଗୁଡା ଠାରେ N.S.S ତରଫରୁ ୭ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ପଞ୍ଚମ ଦିନରେ…

କିଆରେଶ୍ୱର ଅଂଚଳରେ ଥିବା ବେଆଇନ ଜବର ଦଖଲକାରୀଙ୍କୁ ଉଚ୍ଛେଦ 

Posted by - May 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ପକ୍ଷରୁ କିଆରେଶ୍ୱର ଅଂଚଳରେ ଥିବା ବେଆଇନ ଜବର ଦଖଲ କାରୀ ଙ୍କୁ ଉଚ୍ଛେଦ କରାଯାଇଛି। ଆଗକୁ ଲଘୁଚାପ ଜନିତ…