ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ବାହୁଡ଼ା ଯାତ୍ରା ସମ୍ପନ୍ନ

65 0

ରାୟପୁର: ତା ୨୮.୦୬ ରିଖ, ରାୟପୁରର ଗାୟତ୍ରୀ ନଗରରେ ଥିବା ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡ଼ା ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀମା ଘରର ଆଡ଼ପ ମଣ୍ଡପ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅପରାହ୍ନ ସୁଦ୍ଧା ସମ୍ପନ୍ନ କରାଯାଇଥିଲା। ଦିନ ୪ ଟା ବେଳେ ଚାରି ଠାକୁରଙ୍କୁ ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ତିନି ରଥ ଉପରକୁ ନିଆଯାଇଥିଲା। ଏହାପରେ ମୁଖ୍ୟଅତିଥି ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟିର ପୂର୍ବତନ ସଂଗଠନ ମନ୍ତ୍ରୀ ରାମ ପ୍ରତାପ ସିଂହ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ସନ୍ଧ୍ୟା ପାଞ୍ଚଟା ବେଳେ ରଥ ଟଣାର ଶୁଭାରମ୍ଭ କରଯାଇଥିଲା। ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜ ମଧ୍ୟରେ ମନ୍ଦିର ବେଢାରେ ରାଜକୀୟଠାଣିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ବଡ଼ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ରଥ ଗୁଡ଼ିକ ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ବେଢ଼ା ଭ୍ରମଣ କରି ରଥ ଗୁଡ଼ିକ ମୁଖ୍ୟ ମନ୍ଦିର ସାମ୍ନାକୁ ଆସିଯାଇଥିଲା।

ଏଠାରେ ଋଷି ଥିବା ମହାଲକ୍ଷ୍ମୀ ପୂର୍ବରୁ ପ୍ରସ୍ତୁତ ଥାଇ ବଡ଼ ଠାକୁରଙ୍କ ମନ୍ଦିର ପ୍ରବେଶକୁ ରୋକି ଥିଲେ। କାରଣ ତାଙ୍କୁ ରଥଯାତ୍ରାରେ ସାମିଲ କରାଯାଇନଥିଲା। ଶ୍ରୀ ଜଗନ୍ନାଥ ଅବିଳମ୍ବେ ସୁସ୍ୱାଦୁ ରସଗୋଲା ପ୍ରଦାନ କରି ମାଆଙ୍କର ମାନଭଞ୍ଜନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଏହି ଉପାଖ୍ୟାନର ନାଟକୀୟ ରୂପକରଣ ମଞ୍ଚସ୍ଥ କରଯାଇଥିଲା।

ସନ୍ଧ୍ୟା ୭ଟା ବେଳେ ସାହି ରୋଷଣୀ କରାଯାଇ ଶ୍ରୀ ଜୀଉ ମାନଙ୍କୁ ମନ୍ଦିର ମଧ୍ୟକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା। ବାହୁଡ଼ା ଯାତ୍ରାର ସମଗ୍ର ଅୟୋଜନକୁ ସୂଚାରୁ ରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଂରକ୍ଷକ ସଦସ୍ୟ ଗଣ ଯଥା ପୁରନ୍ଦର ମିଶ୍ର, ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ବାରିକାଧୀଶ ମିଶ୍ର, ରମେଶ କୁମାର ଅଗ୍ରୱାଲ ଓ ପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Related Post

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ରୂପା ଦାଶଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା

Posted by - August 23, 2023 0
ନୂଆଦିଲ୍ଲୀ :୨୩/୦୮ ଆମେରିକାରେ ଅବସ୍ଥାପିତ ଭାରତୀୟ ଲେଖକ ରୂପା ଦାଶଙ୍କୁ ନିକଟରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଗାଜିଆବାଦଠାରେ ୱାର୍ଲଡ୍…

ଆଦିବାସୀ ସମାଜ ପ୍ରତି ଅସମ୍ମାନ ଜନକ ପ୍ରଦର୍ଶନ ଅଭିଯୋଗ ,ବଲିଉଡ ଅଭିନେତ୍ରୀ ରାଖି ସାୱନ୍ତଙ୍କ ବିରୁଦ୍ଧରେ ଏସ୍ ସି-ଏସ୍ ଟି ଥାନାରେ ଲିଖିତ ଅଭିଯୋଗ

Posted by - May 27, 2022 0
ଭୁବନେଶ୍ଵର (ବ୍ୟୁରେ।) : ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତ ବିଭିନ୍ନ ସମୟରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଗଣମାଧ୍ୟମ ରେ ଆଲୋଚନା ଓ ସମାଲୋଚନା ର ପାତ୍ର…

ସାବଧାନ! ମହିଳାଙ୍କ ସାଧାରଣ ଫଟୋଗ୍ରାଫକୁ ଅଶ୍ଳୀଳ ଫଟୋରେ ପରିଣତ କରୁଛି ସଫ୍ଟୱେୟାର

Posted by - October 22, 2020 0
ନୂଆ ଦିଲ୍ଲୀ:ବମ୍ବେ ହାଇକୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (କୃତ୍ରିମ ବୁଦ୍ଧିମତା/AI) ଭିତ୍ତିକ ସଫ୍ଟୱେୟାର (DEEP FAKE) ବିଷୟରେ ସୂଚନା ମାଗିଛନ୍ତି, ଯାହା ମହିଳାଙ୍କ…

ବିଶ୍ୱ ଜଗନ୍ନାଥ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ

Posted by - April 16, 2023 0
ନୂଆଦିଲ୍ଲୀ :ତା ୧୬/୦୪ ଏଠାକାର ରୋହିଣୀ ର ସେକ୍ଟର ୨୪ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ସଂକୀର୍ତ୍ତନ ମହୋତ୍ସବର ଶୁଭାରମ୍ଭ ହୋଇଛି I ଏହି ଅନନ୍ୟ…

ବାହାରିନ ଓଡ଼ିଆ ସମାଜର ଲିଟିଲ ଇଣ୍ଡିଆ ମହୋତ୍ସବରେ ଯୋଗଦାନ

Posted by - October 21, 2021 0
ମାନାମା: ତା ୨୦.୧୦. ଦ୍ବୀପପୁଞ୍ଜର ରାଷ୍ଟ୍ର ବାହାରିନ ଠାରେ ଗତ ଅକ୍ଟୋବର ୧୨ ତାରିଖରୁ ୧୯ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ‘ଲିଟିଲ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ୍’ ପ୍ରବଳ…