ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଲକ ବଙ୍କା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିସୋଲା ଗ୍ରାମର ବିଶିଷ୍ଟ ସମାଜସେବୀ ପୂରୁଷୋତ୍ତମ ନାୟକଙ୍କ ପ୍ରତିମୃତ୍ତି ବିଶିଷ୍ଟ ସମାଜସେବୀ ଅରୁଣ ମହାପାତ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବଙ୍କା ଗ୍ରାମ ପଂଚାୟତର ସରପଞ୍ଚ ଶୁଭଶ୍ରୀ ନାୟକ, ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ
ପ୍ରକାଶ ଥାଉକି ସ୍ବର୍ଗତ ପୂରୁଷୋତ୍ତମ ନାୟକ ଗ୍ରାମର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ନେଇଥିବା ବହୁ ପଦକ୍ଷେପ ଚିର ସ୍ମରଣୀୟ ହୋଇରହିଛି । ସେ ବିଭିନ୍ନ ସମୟରେ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଦପଦବୀରେ ରହି ସମାଜର ଅନେକ ଉନ୍ନୟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ମହାନ ବ୍ୟକ୍ତିଙ୍କ ମହାନ ସ୍ମୃତିକୁ ସ୍ମୃତି ପୀଠ ନିକଟରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସ୍ମରଣ କରିଥିଲେ । ପ୍ରତ୍ତିମୃତ୍ତି ଉନ୍ମୋଚନ ସମୟରେ ସ୍ଵର୍ଗତ ନାୟକଙ୍କ ମଝିଆ ପୁଅ ସୁଶାନ୍ତ କୁମାର ନାୟକ, ସାନ ପୁଅ ବନବାସୀ ନାୟକ, ବୋହୂ ଝରଣା ନାୟକଙ୍କ ସମେତ ଝିଅ, ଜ୍ୱାଇଁ ନାତି ନାତୁଣୀ ମନେ ଉପସ୍ଥିତ ଥିଲେ ।