ଅସଂପୁର୍ଣ ପ୍ରକଳ୍ପ ଗୁଡିକର ସମୀକ୍ଷା
ହରଭଙ୍ଗା :୨୭ /୦୬ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ କରକମଳରେ ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକର ବିରନରସିଂ ପୂର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ନୂତନ ସ୍ୱତନ୍ତ୍ର ପୌଷ୍ୟ ପୁତ୍ର ଗ୍ରହଣ କେନ୍ଦ୍ରର ଶୁଭ ଉଦ୍ଘାଟନ ସହ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ର ନୂତନ ସଭାଗୃହ ର ଶୁଭ ଉଦ୍ଘାଟନ କରିଥିଵା ଜଣାପଡିଛି।
ପରେ ପୁରୁଣା କଟକ ଉନ୍ନୟନ କମିଟି ପକ୍ଷରୁ ବୌଦ୍ଧ ଜିଲ୍ଲା ପାଳଙ୍କୁ ଅଂଚଳର ବିଭିନ୍ନ ସମସ୍ୟା ଓ ଶିକ୍ଷାବିଭାଗ ପକ୍ଷରୁ ପୁରୁଣାକଟକ ଠାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଚିଠି ସଂଖ୍ୟା 20088 ଗତ 10/11/2022ରେ ନିର୍ଦେଶ ଆସିଥିବା ବେଳେ କୌଣସି କାରଣ ବଶତଃ ଉକ୍ତ ବିଇଓ କାର୍ଯ୍ୟାଳୟ ଟି ଚାରିଛକ କୁ ସ୍ଥାନାନ୍ତର ହୋଇଥିବା ନେଇ ଜାଣିବା ପରେ ପୁରୁଣା କଟକ ଉନ୍ନୟନ କମିଟି ପକ୍ଷରୁ ବିଭାଗ ର ମନ ଇଚ୍ଛା କାର୍ଯ୍ୟକୁ ଅସନ୍ତୋଷ ପ୍ରକାଶ କରି ପୂର୍ବରୁ ହୋଇଥିବା ଚିଠି ସଂଖ୍ୟା ଅନୁଯାଇ ଚାରିଛକ ବଦଳରେ ପୁରୁଣାକଟକ ଠାରେ ନୂତନ ବିଇଓ କାର୍ଯ୍ୟାଳୟ ନିର୍ମାଣ ପାଇଁ କମିଟି ପକ୍ଷରୁ ଜିଲ୍ଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଅନୁରୋଧ କରି ଜଣାଇଥିଲେ!ଜିଲ୍ଲାପାଳ ମଧ୍ୟ ଅଭିଯୋଗ କୁ ଭିତ୍ତି କରି ତୁରନ୍ତ ସମସ୍ୟା ର ସମାଧାନ କରାଯିବ ବୋଲି ଉନ୍ନୟନ କମିଟି କୁ ପ୍ରତିଶୃତି ଦେଇଥିଲେ।
ଏହି ଦାବିପତ୍ର ପ୍ରଦାନ ସମୟରେ ଉନ୍ନୟନ କମିଟିର ସମ୍ପାଦକ -ଦ୍ଵିତୀ ପ୍ରକାଶ ସାହୁ, ସ୍ଥାନୀୟ ସରପଞ୍ଚ -ଅଶୋକ କୁମାର ସେଠି, ସମିତି ସଭ୍ୟ -ସରୋଜ ପ୍ରଧାନ,ସଭ୍ୟ -ରାମଚନ୍ଦ୍ର ବେହେରା, ସୁକାନ୍ତ ପଟ୍ଟନାୟକ, ସୁରେନ ପ୍ରଧାନ, ସତୀଶ ବେହେରା, ଗରୁଡ଼ ପ୍ରଧାନ, ଅଜିତ ଦେହୁରୀ, ଚନ୍ଦ୍ର ଭାନୁ ଭୋକ୍ତା, ଅମୁଲ୍ୟ ମିଶ୍ର, ବିଜୟ କହଁର ପ୍ରମୁଖ ଉପସ୍ଥିତ ଥିଲେ!ପରେ ଜିଲ୍ଲାପାଳ ଙ୍କୁ ଅଂଚଳ ର କିଛି ଜନସାଧାରଣ ଆବାସ, ଭତା ଆଦି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆଣିଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ!ହରଭଙ୍ଗା ବ୍ଲକ କୁ ଜିଲ୍ଲା ପାଳ ଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ -ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବିଡ଼ିଓ -ସ୍ୱପ୍ନିତା ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ -ରୀତିକାନ୍ତି ବଳିୟାର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ -ରାହୁଲ ପ୍ରଧାନ, ବ୍ଲକ ଆସିଷ୍ଟାଣ୍ଟ ଯନ୍ତ୍ରୀ -ମନୋରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ!