Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦଯାପିତ

377 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା ବିଦ୍ୟାଳୟ ପରିସରରେ ୩୭ତମ ଜିଲାସ୍ତରୀୟ ବିଜ୍ଞାନ,ପରିବେଶ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନି ମେଳାର ଉଦଯାପନି ଉତ୍ସବରେ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବର୍ତମାନ ସମୟରେ ବିଜ୍ଞାନର ଆବଶ୍ୟକତା ଓ ଏହାର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ ।

ଅନ୍ୟତମ ଅତିଥି ଭାବେ ଯାଜପୁର ଵିଇଓ ସ୍ମୃତିରେଖା ନାୟକ,ଦଶରଥପୁର ବିଇଓ ଗୟାଧର ନନ୍ଦ, ଦାନଗଦି ଵିଇଓ ବଳରାମ ନାୟକ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଜିନିଷକୁ ଵୈଜ୍ଞାନିକ ଦୃଷ୍ଟିକୋଣରେ ଦେଖିବାକୁ ପରାମର୍ଶ ଦେଇଥିଲେ । ଏହି ମେଳାରେ ଜିଲାର ବିଭିନ୍ନ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ସେମାନଙ୍କର ମଡେଲ ପ୍ରଦର୍ଶିତ କରିଥିଲେ । ବିଜ୍ଞାନ ସଂପର୍କରେ ଜାଣିବା ସହିତ ବୈଜ୍ଞାନିକ ମାନଙ୍କର ଜିବନୀ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରଦର୍ଶନୀରେ ୪ଟି ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସାମିଲ ହେବାର ସୁଯୋଗ ମିଳିବ ।

Facebook Notice for EU! You need to login to view and post FB Comments!

Related Post

୩୩୫ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନର ସମୀକ୍ଷା ବୈଠକ

Posted by - February 20, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ପୂର୍ବ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ…

ମାଇକ୍ରୋଫାଇନାସ୍ କମ୍ପାନିର କର୍ମଚାରି ମହିଳାଙ୍କୁ ଜୁଲମ୍

Posted by - July 4, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ରବିବାର ଦିନ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କ ରୁ ସତାଧିକ ମହିଳା micro finance କମ୍ପାନୀ ବିରୋଧ ରେ ଯୁଦ୍ଧନ୍ଦେହୀ ଡାକରା ଦେଇ…

ବ୍ଲକ ଗୋଣ୍ଡ ସମାଜ ର ସଚେତନତା ସଭା

Posted by - November 30, 2021 0
ଖପ୍ରାଖୋଲ:(ତାପସ ରଂଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମପଞ୍ଚାୟତ ଅଧିନ ଚଚରାଭଟା ଗାଁ ନିକଟରେ ଗୋଂଡ଼ ମହାସଭା ପକ୍ଷରୁ ପୂର୍ବତନ ବ୍ଲକ ସଭାପତି ଙ୍କ…

ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ୟ: କଣ୍ଟ୍ରାକ୍ଟର ଙ୍କ ଗୁରୁତର ଅଭିଯୋଗ

Posted by - June 26, 2020 0
ନୀଳଗିରି: ୨୬/୦୬(ସୌମ୍ୟାସାଇ ବାରିକ୍)ଆଜି ଦିବା ୧୦ ଘଟିକା ସମୟରେ ନୀଳଗିରି ବ୍ଲକ୍ ର ୨୫ ଗୋଟି ପଞ୍ଚାୟତ ରେ ସିଏଫ୍ସି, ଏସ୍ଏଫ୍ସି ଓ ଜିଜିୱାଇ ଭଳି ବିଭିନ୍ନ ଉନ୍ନୟନ…

Leave a comment

Your email address will not be published.