ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଦଳ ଅତୀତ ର ଜରୁରୀ କାଳୀନ ଦିନ କୁ କଳା ଦିବସ ଭାବରେ ପାଳନ କରିଛି l ଭାରତ ର ଗଣତନ୍ତ୍ର ଶାସନ ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ୧୯୭୫ ଜୁନ ୨୫ ରୁ ମାର୍ଚ୍ଚ ୨୧୧୯୭୭ ମସିହାରେ ହୋଇଥିବା ଜରୁରୀ କାଳୀନ ପରିସ୍ଥିତି କୁ ବିଜେପି କଳା ଦିବସ ଭାବରେ ପାଳନ କରିଛି l
ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କଳା ଦିବସ କାର୍ଯ୍ୟକ୍ରମ ସଭାରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଯୋଗ ଦେଇ ଜରୁରୀ କାଳୀନ ପରସ୍ଥିତି ର ଭୟାବହତା ସହିତ ସେହି ସମୟ ରେ ଯେଉଁ ଦୁଃସ୍ଥିତି ସମ୍ପର୍କ ରେ ଆଲୋକପାତ କରିଥିଲେ l
ଦେଶରେ ୨୧ ମାସ ଧରି ଲାଗୁ ହୋଇଥିବା ଜରୁରୀ କାଳୀନ ସମୟ ରେ ଦେଶରେ ଲକ୍ଷାଧିକ ଲୋକ ଜେଲ ରେ ଥିବାବେଳେ ଜେଲ ଭିତରେ 22 ଜଣ ଙ୍କ ହାଜତ ମୃତ୍ୟୁ ହୋଇଥିଲା ଯାହା ରେକର୍ଡ ହୋଇ ରହିଛି ବୋଲି ସୂଚନା ଦେଇଥିଲେ l ତେବେ ଏହି ଦିନ କୁ ବିଜେପି କଳା ଦିବସ ଭାବରେ ପାଳନ କରି କଂଗ୍ରେସ ଅତୀତ ର କଳା କାରନାମା କୁ ନିନ୍ଦା କରିବା ସହିତ ଜନ ଜାଗରଣ କାର୍ଯ୍ୟକ୍ରମ ରେ ବିଜେପି ବରିଷ୍ଠ ନେତା ଅଶୋକ ପୁଝାରୀ, ଆନନ୍ଦ ବାରିକ, ଶରତ ଶତପଥି, ମହିଳା ନେତ୍ରୀ ସୁନିତା ଗିରି ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ l