ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର ଲଗେଇ ନିଜ ଉପସ୍ଥିତି ଥିବା ଜାହିର କଲେ ମାଓବାଦୀ I ସୂଚନା ମତେ ଆଜି ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଥାନା ସୀମାରେ ଥିବା ଖୁଣ୍ଟିଗୋରା ଓ ଉମା ଠାରେ ଗଛରେ ଲାଗିଛି ଏହି ପୋଷ୍ଟର I ପୋଷ୍ଟର ରେ ଲାଗିଥିବା ତିନି ମାଓ ଶହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ଶହିଦ୍ ମାନଙ୍କ ବଳିଦାନ ବ୍ୟର୍ଥ ହେବନାଇଁ ବୋଲି ଉଲେଖ କରାଯାଇଛି!ଅନ୍ୟ ପଟେ ଆଉ ଏକ ପୋଷ୍ଟରେ ପୋଲିସ ଦମନ ଓ ଟ୍ରାଫରିଙ୍ଗ ର ମିଥ୍ୟା ଏନ କାଉଣ୍ଟର ଉପରେ ଜୁନ ୨୫ କଳାହାଣ୍ଡି,କନ୍ଧମାଳ,ବୌଦ୍ଧ ନୟାଗଡ଼୪ ଗୋଟି ଜିଲ୍ଲା ୧୨ ଘଣ୍ଟିଆ ବନ୍ଧକୁ ସଫଳ କରନ୍ତୁ କୁହାଯିବା ସହ ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଭାଇ ଭଉଣୀ ମାନେ ପ୍ରତିବାଦ କରିବା ସହ ଅନେକ ଦୁର୍ନୀତି ସମ୍ପର୍କ ଲେଖାଯାଇଛି I
ତେବେପୋଷ୍ଟର ଟି ସତରେ ମାଓ ବାଦୀ ମାରିଛନ୍ତି ନା ଅନ୍ୟ କେହି ତାହା ତଦନ୍ତ ପରେ ଜଣାପଡିବ ଏପଟେ ପୋଲିସ ମାଓ ପୋଷ୍ଟର ଜବଦ କରିଥିବା ବେଳେ ପୋଲିସ ପ୍ରଶାସନ ପାଖରୁ ଉକ୍ତ ବିଷୟରେ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ I ଗତ ୨୦୨୧ ଜୁଲାଇ ୧୦ ତାରିଖରେ ଏହି ଅଞ୍ଚଳରେ ମାଓବାଦୀ ଓ SOG ଯବାନ ଙ୍କ ମଧ୍ୟ୍ୟରେ ଗୁଳି ବିନିମୟ ମଧ୍ୟ୍ୟ ହୋଇଥିଲା!ଆଜି ସକାଳୁ ପୋଷ୍ଟର ଦେଖି ଲୋକଙ୍କ ମନରେ ଭୟର ବାତା ବରଣ ଖେଳିଯାଇଛି !ଅନ୍ୟ ପଟେ ବୌଦ୍ଧ ଜିଲ୍ଲା ରେ ସବୁଦିନିଆଁ ଭଳି ଚଳାଚଳ ସ୍ୱାଭାବିକ ଅଛି କି କୋଣସି ଅପ୍ରିତିକର ଘଟଣା ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଜଣା ପଡି ନାହିଁ!