Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସମ୍ବଲପୁର ରାଜସ୍ୱ କମିଶନରଙ୍କ ବୌଦ୍ଧ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

67 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ସମ୍ବଲପୁର ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦିନ ୧୧ ଘଣ୍ଟା ସମୟରେ ଶ୍ରୀଯୁକ୍ତ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲାପାଳ ସତ୍ୟରଂଜନ ସାହୁ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ବ୍ରିଜଛକଠାରେ ମହାନଦୀ କୂଳରେ ବୌଦ୍ଧଗଡ ଏନଏସି ପକ୍ଷରୁ ଚାଲିଥିବା ପଶ୍ଚିମା ଭବନ କାର୍ଯ୍ୟ ବୁଲି ଦେଖିବା ସହିତ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୁର୍ଣ୍ଣ ନେଇ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ ।

ଆଗାମୀ ଡିସେମ୍ବର ମାସ ମଧ୍ୟରେ ପଶ୍ଚିମା ଭବନ କାର୍ଯ୍ୟ ସଂପୁର୍ଣ୍ଣ କରିବାକୁ ଶ୍ରୀଯୁକ୍ତ ଦଳେଇ ଏନଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପ ମଧ୍ୟରେ ହେବାକୁଥିବା ସୁବିଧା ସୁଯୋଗ ନେଇ ପଚାରି ବୁଝିଥିଲେ । ପଶ୍ଚିମା ଭବନ ପ୍ରକଳ୍ପକୁ ରାଜସ୍ୱ କମିଶନର ପ୍ରଶଂସା କରିବା ସହିତ ଉପଯୁକ୍ତ ସ୍ଥାନରେ ଏହାକୁ ନିର୍ମାଣ କରାଯାଉଥିବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରୁ ଗାଈଗୋଠ ପଡିଆଠାରେ ନିର୍ମିତ ବିଜୁ ଆଦର୍ଶ କଲୋନୀରେ ପହଞ୍ଚି ପୁର୍ନଥଇଥାନ ଯୋଜନାର ଅନୁଧ୍ୟାନ କରିବା ସହିତ ସେଠାରେ କମ୍ୟୁନିଟି ସେଣ୍ଟର ଠାରେ ମହିଳା ସ୍ୱୟଂସିହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ମହାନଦୀର ଚନ୍ଦ୍ରଚୂଡ ମନ୍ଦିର ନିକଟରେ ନିର୍ମାଣାଧିନ ବହୁ ପ୍ରତୀକ୍ଷିତ ମହାନଦୀ ଆଳତୀ ଘାଟ ପ୍ରକଳ୍ପ ବୁଲିଦେଖିବା ସହିତ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ପ୍ରକାଶଥାଉକି, ଜିଲାପାଳ ସତ୍ୟରଂଜନ ସାହୁଙ୍କ ଏକ ଡ୍ରିମ ପ୍ରୋଜେକ୍ଟ ଭାବରେ ମହାନଦୀ ଆଳତୀ ଘାଟ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ନିକଟ ଭବିଷ୍ୟତରେ ଏହାର ଉଦଘାଟନ କରାଯିବାକୁ ଯୋଜନା ରହିଛି । ସେଠାରୁ ଶ୍ରୀଯୁକ୍ତ ଦଳେଇ କୋଭିଡ ଚିକିତ୍ସାଳୟଠାରେ ପହଞ୍ଚି ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ନିର୍ମାଣାଧିନ କିଡନୀ ରୋଗ ଚିକିତ୍ସା କେନ୍ଦ୍ର ଓ ମାନସିକ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ । ସେଠାରୁ ଜିଲା ପାଠାଗାରଠାରେ ମୁକ୍ତା ଯୋଜନାରେ ନିର୍ମାଣ ହେବାକୁ ଥିବା ଚଲାପଥ, ମୁକ୍ତ ବ୍ୟୟାମଶାଳା ଓ ମୁକ୍ତ ପାଠାଗାର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଶ୍ରୀଯୁକ୍ତ ଦଳେଇ ପାଠାଗାର ମଧ୍ୟରେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ପଢିବା ପାଇଁ ରହିଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଦେଖି ପ୍ରଶଂସା କରିବା ସହିତ କର୍ମଚାରୀମାନେ ଠିକ୍ ଭାବରେ ଏହାକୁ ପରିଚାଳନା କରିବା ପାଇଁ ତାଗିଦ୍ କରିଥିଲେ । ସେଠାରୁ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ବୁଲି ଦେଖିବା ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶୀରାମ ବଳରାମ ଅବତାର ବେଶ ଦର୍ଶନ କରିଥିଲେ । ପରେ ଆଦର୍ଶ କୃଷକ ବଜାର ପରିଦର୍ଶନ କରିବା ସହିତ ନିର୍ମାଣାଧିନ ଆଦର୍ଶ ମାଛ ବଜାର, ବୁଣାକାର ହାଟ,ଦୈନିକ ପରିବା ବଜାର ଏବଂ ମିଲେଟ ଓ ମିଶନ ଶକ୍ତି କାଫେ ଦେଖିଥିଲେ । ପରେ ଶ୍ରୀଯୁକ୍ତ ଦଳେଇ ଜିଲାର ସର୍ବପୂରାତନ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପ୍ରଥମ ପର୍ଯ୍ୟାୟ ୫ ଟିରେ ରୂପାନ୍ତରୀତ ହେବା ସତ୍ୱେ ଛାତ୍ରମାନଙ୍କ ପରୀକ୍ଷା ଫଳ ଆଶାଜନକ ହେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଶ୍ରୀଯୁକ୍ତ ଦଳେଇ ଆଲୋଚନା କରି ବିଦ୍ୟାଳୟରେ ଶିକ୍ଷାର ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଛାତ୍ରମାନଙ୍କୁ ନିଜର ସନ୍ତାନ ଭଳି ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ରହିଥିବା କିଛି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିଥି ଭବନରେ ପହଞ୍ଚି ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବିଭାଗୀୟ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ । ବିଶେଷ ଭାବରେ ରାଜସ୍ୱ ଆଦାୟ,ମୋ ସରକାର ଯୋଜନା,ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ସଠିକ୍ ପରିଚାଳନା,ସାଧାରଣଲୋକଙ୍କୁ ସଠିକ୍ ସମୟରେ ପ୍ରମାଣପତ୍ର ଯୋଗାଇଦେବା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଗୁଡିକର ଆଧୁନିକିକରଣ, କେମ୍ପ କୋର୍ଟ,ନିୟମିତ ଆଭାସି ବୈଠ,ଇ ପାଉତି ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟୁତ ବିଭାଗ ପକ୍ଷରୁ ଭିତିଭୁମି ଅନୁଧ୍ୟାନ କରି ଲୋକଙ୍କୁ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ

ମଧ୍ୟାହ୍ନ ଭୋଜନ ପରେ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ ହରଭଙ୍ଗା ବ୍ଲକର ବଡବନ୍ଧ କନ୍ୟାଶ୍ରମଠାରେ ପହଞ୍ଚି ଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ରାଜସ୍ୱ କମିଶନରଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲାପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଶତାଧିକ ଚାଷୀଙ୍କ ତହସିଲ ଅଫିସ ରେ ତାଲା

Posted by - December 21, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଦେଇ ଯାଉଥିବା 220 କେଭି ଓପୀଟିସିଏଲ ଟାୱାରକୁ ବିରୋଧ କରି ଅଞ୍ଚଳବାସୀ ତହସିଲ କାର୍ଯ୍ୟାଳୟରେ ପକାଇଲେ ତାଲା ।…

ବିଶେଷଜ୍ଞ କମିଟି ଉପ କାରାଗାର ପରିଦର୍ଶନ

Posted by - June 29, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଙ୍କ ରିପୋର୍ଟ୍ଜିଲ୍ଳା ଆଇନ୍ ସେବା ପ୍ରାଧୀକରଣ ବିଶେଷଜ୍ଞ କମିଟି ସଦସ୍ୟ ଶିଶୁ ସୁରକ୍ଷା କମିଟି ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି…

ସ୍ତ୍ରୀଙ୍କ ଶବକୁ ପୋଡ଼ି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଲା ନୃଶଂସ ସ୍ଵାମୀ

Posted by - June 19, 2023 0
ଭୁବନେଶ୍ବର/ବଲାଙ୍ଗୀର: (ନରେନ୍ଦ୍ର ନେଗୀ)ସ୍ତ୍ରୀଙ୍କ ଶବକୁ ପୋଡି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଛି ଜଣେ ନୃଶଂସ ସ୍ୱାମୀ । ଜନ୍ମ ଜନ୍ମାନ୍ତର…

ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ୍ ଅଫିସ୍ ଘେରାଉ

Posted by - January 25, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ ସମ୍ଭାବ୍ୟ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଅନେକ ଯୋଗ୍ୟ ହିତାଧୀକାରୀ ଙ୍କୁ…

ଜଙ୍ଗଲ ସୃଷ୍ଟି ପାଇଁ କାମ୍ପା ପାଣ୍ଠିରୁ ୪୭,୪୩୬ କୋଟି, ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ କୋଟି

Posted by - August 30, 2019 0
ବିଭିନ୍ନ ରାଜ୍ୟରେ ବନୀକରଣ ଲାଗି କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଯୋଜନା ଅଧୀନରେ ୪୭,୪୩୬ କୋଟି ଟଙ୍କା ଜାରି…