ହରଭଙ୍ଗା:୨୨/୦୬(ଚିତ୍ତରଞ୍ଜନ ସିଂହ)ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ତାହା ତୃଣ ମୂଳକ୍ଷେତ୍ର ରେ କେତେଦୂର ସଠିକ କାର୍ଯ୍ୟ ରେ ସଫଳ ରୂପାୟନ ହୋଇପାରିଛି ତାହା ଚିତ୍ର ହିଁ ବୟାନ କରୁଛି l ଏହାର ତଦାରଖ ଦାୟିତ୍ୱ ବିଭାଗୀୟ କର୍ମଚାରୀ ଯନ୍ତ୍ରୀ ଠୁ ଆରମ୍ଭ କରି ଅନ୍ୟlନ୍ୟ ଅଧିକାରୀ ଓ ଠିକାଦାର ଲାଭ ଖୋର ମନବୃତି ଯୋଗୁଁ ଏଭଳି ସଠିକ ରୂପାୟନ ହୋଇପାରୁନି ବୋଲି ସାଧରଣ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି ।
ସୂଚନା ମତେ ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ବିଭିନ୍ନ ଗ୍ରାମର ନଳକୂପ ଗୁଡିକ ରେ ଗୋଷ୍ଠୀ ଶୋଷକ ଓ ଭୁତଲ ଜଳ ସଂରକ୍ଷିତ ପାଇଁ କାର୍ଯ୍ୟ ହୋଇଛି l କିନ୍ତୁ ଏସବୁ କାର୍ଯ୍ୟ ତତ୍କାଳୀନ ସରପଞ୍ଚ ପ୍ରଣୟ ବାରିକ ୨୦୧୯/୨୦ ମସିହା ସମୟ ରେ ପଞ୍ଚାୟତ ର ବେଲପଦର, ଦୁର୍ଗାପୁର, ପଳାସକୁଟୁନି, ଜବଲପୁର, ଧଲପୁର, ବେତ୍ରା ସାହି, ଏବଂ ତେନ୍ତୁଳି ପଦର ଗ୍ରାମରେ ଥିବା୨୨ ରୁ ୨୫ ଟି ନଳକୂପ ସୋପୀଡ଼ କାର୍ଯ୍ୟ ହୋଇଥିଲା l ପରବର୍ତୀ ସମୟ ରେ ଚଳିତ ବର୍ଷ ୨୦୨୩ ରେ ପୁନର୍ବାର ପଞ୍ଚୟତ ର ଉକ୍ତ ଗ୍ରାମ ଗୁଡିକ ରେ ସେହି ସମାନ କାମ ହୋଇସାରିଛି ।
କିନ୍ତୁ କାର୍ଯ୍ୟ ଗୁଡିକ ନିମ୍ନ ମାନର ହେବାସହ ସେହି କାମ ଉପରେ ନାମକୁ ମାତ୍ର ସିମେଣ୍ଟ ପାଣି ଦେଇ ଉପରେ ଚକାଚକ କରି ଅର୍ଥ ଆତ୍ମସାତ ହେଉଥିବା ବେଳେ ବିଭାଗୀୟ କର୍ମଚାରୀ ବା ଯନ୍ତ୍ରୀ ଜାଣି ଶୁଣି ନୀରବ ଦ୍ରଷ୍ଟା ହେଉଥିବାରୁ ସରକାର ଙ୍କ ଏଭଳି ମହତ ଯୋଜନା ଫେଲ ମାରୁଛି ବୋଲି ଲୋକଙ୍କ ଭିତରେ ଦାବି ହେଉଛି ।
ନଳକୂପ ସୋପୀଡ଼ କାର୍ଯ୍ୟ ନିମ୍ନ ମାନର ହେବା ପୁରୁଣା କୁ ନୂଆ ଦେଖାଇବା ଏବଂ କାର୍ଯ୍ୟ ଶେଷ ପରେ କିପରି ବିଲ କୁ ମଞ୍ଜୁର କରାଯାଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଉକ୍ତ ଘଟଣା କୁ ନେଇ ହରଭଙ୍ଗା ବ୍ଲକ ଜଳ ପରିମଳ ଯନ୍ତ୍ରୀ ପ୍ରଦୀପ ଜେନା ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟ ଗୁଡିକ ର ସଠିକ ତଦନ୍ତ କରି କାର୍ଯ୍ୟନୁଷ୍ଠନ ପାଇଁ ସାଧରଣ ଲୋକଙ୍କ ଭିତରେ ଦାବି ହେଉଛି ।