ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ବୌଦ୍ଧ ବଡଦାଣ୍ଡରେ ନୂଆ ଓ ପୁରୁଣା ବସ୍ତ୍ର ବିତରଣ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ବିଗତ ୫ ବର୍ଷ ହେଲା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ନୂଆ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ଦରକାର କରୁଥିବା ଲୋକଙ୍କ ମଧ୍ୟରେ ବିତରଣ କରାଯାଉଛି ।
ଇତି ମଧ୍ୟରେ ୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ସଂଗୃହିତ ହୋଇଥିବା ଏହି ନୂଆ ଓ ପୁରୁଣା ବସ୍ତ୍ର ଯୋଗାଇ ଦିଆଯାଇଛି । ‘’ଉତ୍ସର୍ଗ’’ର ଆବାହକ ସଂପଦ କୁମାର ଅଗ୍ରୱାଲାଙ୍କ ସହଯୋଗରେ ମିଥୁନ ସାହୁ, ଓମ୍କାର ପୁରୋହିତ, ଦିପକ ମହାରଣା, ମିଥୁନ ସାହୁଙ୍କ ସମତେ ଅନ୍ୟମାନେ ବସ୍ତ୍ର ବିତରଣ କାର୍ଯ୍ୟକ୍ରମରେ ନିଜର ସେବା ପ୍ରଦାନ କରିଥିଲେ ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘’ଉତ୍ସର୍ଗ’’ ପକ୍ଷରୁ ଅମୁଲ୍ୟ ଆହାର ଯୋଜନା ମାଧ୍ୟମରେ ପ୍ରତି ରବିବାର ସଂନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀଙ୍କ ନିକଟ ସଂପର୍କିୟ , ଗରିବ ଏବଂ ମାନସିକ ଭିନ୍ନକ୍ଷମମାନଙ୍କୁ ରାତ୍ରୀ ଭୋଜନ ବିତରଣ କରି ଅନ୍ନସେବା କରାଯାଉଅଛି ।