ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ଉପାନ୍ତ ବଣ ପାହାଡ଼ ଘେରା ଆଦିମ ଆଦିବାସୀ ଜନ ବସତିରେ ଆଜକୁ 10ଦିନ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ଗ୍ରାମବାସୀ!ବିଭାଗୀୟ ଅଧିକାରୀ କରୁନି କର୍ଣ୍ଣ ପାତ!ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଲିକ ପଡା ପଞ୍ଚାୟତ ର 2ନଂ ୱାର୍ଡ “ଭା ପୁର “ଗ୍ରାମର କରୁଣ କାହାଣୀ!ଆଜକୁ ୧୦ ଦିନ ତଳେ ବିଜୁଳି ଘଡ ଘଡି ରେ ଉକ୍ତ ଗ୍ରାମରେ ଥିବା ଟ୍ରାନ୍ସଫରମର ଟି ପୋଡି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଲାଗିପାରିନି ନୂତନ ଟ୍ରାନ୍ସଫରମର କି ସଂଯୋଗ ହୋଇପାରିନି ବିଦ୍ୟୁତ!
ଏପଟେ ଅସହ୍ୟ ଗ୍ରୀଷ୍ମ ତାପମାତ୍ରା ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଉଥିବା ବେଳେ ଗ୍ରୀଷ୍ମ ପ୍ରଭାବ ରେ ଗ୍ରାମରେ ୩ ଜଣ ଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି!ଏହା ବାବଦରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରି ବୁଝିବାରୁ ଗ୍ରାମରେ ପ୍ରାୟ ବିଦ୍ୟୁତ ବିଲ ବାକି ନାହିଁ ଓ ଆମେ ଟ୍ରାନ୍ସଫର ଷ୍ଟକ ନ ଥିବାରୁ ଆମେ ଅଡର କରିଛୁ ଓ ବହୁଶୀଘ୍ର ଗ୍ରାମରେ ନୂତନ ଟ୍ରାନ୍ସଫରମର ସଂଯୋଗ କରାଯିବ ବୋଲି ମତ ରଖିଥିଲେ!କିନ୍ତୁ ଏପଟେ ଯଥା ଶୀଘ୍ର ନୂତନ ଟ୍ରାନ୍ସଫରମର ସଂଯୋଗ କରି ବିଦୁତ ଯୋଗା ନ ଗଲେ ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେବା ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି!