ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଅସରାଏ ବର୍ଷା ରେ ଘରେ ପଶିଲା ପାଣି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା। ଜେସିବି ଲଗାଇ ଡ୍ରେନ କୁ ଖୋଲିଦେଲେ ସ୍ତାନୀୟ ଲୋକେ । ଏଭଳି ଦୃଶ୍ୟ ବୌଦ୍ଧ ଜିଲ୍ଲା ଚାରିଛକ ରେ ଦେଖିବାକୁ ମିଳିଛି । ସୂଚନମୁତବକ ଆଜି ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା ।
ତେବେ ସନ୍ଧ୍ୟା ରେ ବୌଦ୍ଧ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲା । କିଛି ସମୟ ବର୍ଷା ରେ ଚାରିଛକ ବଜାର ରେ ଥିବା ଡ୍ରେନ ଗୁଡିକ ଫୁଲ ହୋଇ ପାଖରେ ଥିବା ଘରେ ଡ୍ରେନ ପାଣି ପଶିବାକୁ ଲାଗିଥିଲା । ପରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ଜେସିବି ଲଗାଇ ରାତିରେ ଡ୍ରେନ ଖୋଳି ପାଣି ନିଷ୍କାସନ କରିଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡ୍ରେନ କୁ ସଫା ନକରି NH ବିଭାଗ ଓ ଠିକା କମ୍ପାନୀ ARSS ତରବରିଆ ଭାବେ ଡ୍ରେନ ଉପରେ ସ୍ଲାପ ପକାଇ ଦେଇଥିଲେ ଜାହାଫଳ ରେ ଏଭଳି ସ୍ଥିତି ଆଜି ଉପୁଜିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ଡ୍ରେନ ସଫା କରିବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନନ୍ତି l