Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଲୋକ କଳା ଦିବସ – ୨୦୨୩

493 0

କାଶୀପୁର:(ଅଞ୍ଜନ କୁମାର ନାଏକ)ଦିନକୁ ଦିନ ଓଡ଼ିଶାର ପୁରପଲ୍ଲୀରେ ସର୍ବତ୍ର ପ୍ରସିଦ୍ଧି ଲୋକ କଳା ବିଲୁପ୍ତ ହୋଇ ଆସୁଥିବା ବେଳେ ,ଆଞ୍ଚଳିକ ଲୋକକଳା ର ପ୍ରସାର ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୨୦୧୧ ମସିହାରେ ଏକ ସଂଘ ନିର୍ମାଣ କରାଯାଇ ଲୁଚି ଯାଉଥିବା ଲୋକ କଳା କୁ ଲୋକଲୋଚନକୁ ଆଣିବାର ପ୍ରାୟସ ନିମନ୍ତେ ରାଜ୍ୟର ପ୍ରତେକ ବ୍ଲକରେ ଲୋକକଳା ଦିବସ ପାଳନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଲୋକକଳା ଦିବସ ୨୦୨୩ ଉତ୍ସବ ପାଳନ କରାଯାଇଛି।
ଏହି ଅବସରରେ କାଶୀପୁର ବ୍ଲକ ର ୧୪ ଟି କଳାକାର ଦଳ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଆସି ଲୋକକଳା ମହୋତ୍ସବରେ ଅଂଶଗ୍ରହଣ କରି ଅଞ୍ଚଳରେ ଲୁଚି ଯାଉଥିବା ପାରମ୍ପରିକ ଲୋକ ନୃତ୍ୟକଳା ପରିବେଷଣ କରିଥିଲେ । ଏହି ରମାଞ୍ଚକର ବାଦ୍ୟ ନୃତ୍ୟର ବତାବରଣରେ ଅତିରିକ୍ତ ବ୍ଲକ ଅଧିକାରୀ ଶ୍ରୀମତୀ ପଦ୍ମିନୀ କହଁର, ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ୱର ମାଝୀ ,ବ୍ଲକ BJD ସଭାପତି ବିନୋଦ ନାଏକ, ଜିଲ୍ଲା କଳାକାର ସଂଘ ସଭାପତି ସନ୍ତୋଷ ବଚ୍ଚ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ କୁମରିକାଙ୍କ ସମେତ ବ୍ଲକ କର୍ମଚାରୀ ମାନେ ପାରମ୍ପରିକ ଢେମଶା ନାଚକରି ଆସିଥିବା କଳାକାର ଓ ଉପସ୍ଥିତ ଶତାଧିକ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ ଏବଂ କଳାକାର ମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ ।

ପଶ୍ଚାତାପର ବିଷୟ ହେଲା ! ସମଗ୍ର ରାଜ୍ୟରେ ରାୟଗଡା ଜିଲ୍ଲା ଏକ ବିଶାଳ ଅଧିବାସୀ ବହୁଳ ଜିଲ୍ଲା ମାନଙ୍କ ମଧ୍ୟରେ ଅନ୍ୟତମ ! ଏହି ଜିଲ୍ଲାରେ ଆଦିମ କାଳରୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ସମ୍ପ୍ରଦାୟର ଲୋକଙ୍କ ବିଭିନ୍ନ ଚାଲିଚଳନ, ଭାଷା, ତାଙ୍କ ପରିଧାନ ଏବଂ ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ପର୍ବପର୍ବାଣୀ ଅତି ନିଆରା ଢଙ୍ଗରେ ପାଳିତ ହୋଇଥାଏ । ଆଜିକାର ଦିନରେ ଏହି ସବୁ ପରମ୍ପରା ବିଭିନ୍ନ କାରଣରୁ ଦିନକୁ ଦିନ ବିଲୁପ୍ତ ହେବାକୁ ବସିଲାଣି । ଏହି କାରଣରୁ ସରକାରଙ୍କ ହୃଦବୋଧ କ୍ରମେ ଲୋକ କଳା ଦିବସ ପାଳନ କରାଯାଉଛି ।

 

Related Post

ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ

Posted by - June 1, 2019 0
ଭୁବନେଶ୍ୱର: ଲୋକପ୍ରିୟ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।ଗତକାଲି ରାତିରେ ପ୍ରବୀଣା…

ବୌଦ୍ଧ ଏନଏସିରେ କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା ଅନୁଷ୍ଠିତ

Posted by - December 17, 2021 0
ବୌଦ୍ଧ:୧୬ା୧୨ 🙁 ଚିତ୍ତରଂଜନସିଂ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଗୁରୁବାର ପୂର୍ବାହ୍ନରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ…

ପାର୍ବଣ ଅବକାଶ କବିତା ପାଠୋତ୍ସବ ଓ ଶିଳ୍ପୀ ସମ୍ବଦ୍ଧନା କାଯ୍ୟକ୍ରମ

Posted by - October 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ମଲ୍ଲୀକାପୁର ପଂଚାୟତସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁମାରପୂର୍ଣ୍ଣିମା ଅବସରରେ ପାର୍ବଣ ଅବକାଶ କବିତା ପାଠୋତ୍ସବ ଓ…

ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ ସବ-ଟାଇଟଲ ବିଜେତା ହେଲେ ତନିଷା

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ନୂଆଁଦିଲ୍ଲୀ ସ୍ଥିତ ପାମଗ୍ରୀନ ପଞ୍ଚତାରକା ହୋଟେଲ ରେ ଅକ୍ଟୋବର 29 ତାରିଖରେ ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ 2021 ପ୍ରତିଯୋଗିତାରେ ସୋନପୁର…

ସୋସିଆଲ୍‌ ମିଡିଆରେ ବୁଲିଲା ଜମ୍ପ୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ JumpForBhubaneswarChallenge is breaking the Internet!

Posted by - December 4, 2018 0
ଭୁବନେଶ୍ବର : ସୋସିଆଲ୍‌ ମିଡିଆରେ ଜମ୍ପ୍‌ ଫର୍‌ ଭୁବନେଶ୍ବର ଚ୍ୟାଲେଞ୍ଜ୍‌ର ସୁଅ ଛୁଟିଛି। ହକି ବିଶ୍ବକପ୍‌ ଅବସରରେ କଳାକୃତି ସହରର ଚିତ୍ର ବଦଳାଇ ଦେଇଥିବା ବେଳେ ଏହାକୁ…