Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ,ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି

35 0

ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

ଭୁବନେଶ୍ବର /କଣ୍ଟାବାଞ୍ଜି / ବଲାଙ୍ଗୀର: (ନରେନ୍ଦ୍ର ନେଗୀ): ୨୧/୦୬ : ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଥିବା ନଜିର ହେଉଛି । ସାମ୍ବାଦିକ ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଦୁଇ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେହିପରି ଗତ କିଛି ଦିନ ପୂର୍ବରୁ ପ୍ରେସ କ୍ଲବ ସାଙ୍ଗଠନିକ ସମ୍ପାଦକଙ୍କୁ ଜଣେ ଫରେଷ୍ଟର ବାବୁ ମିଛ ମାମଲାରେ ଫସେଇବାକୁ ଚେଷ୍ଟା କରି ଥାନାରେ ଏତଲା ରୁଜୁ କରାଇଛନ୍ତି । ଏହି ଘଟଣାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ତୀବ୍ର ନିନ୍ଦା କରି ରାଜ୍ୟ ପୋଲିସ ମହାନିର୍ଦେଶଙ୍କ ଉଦ୍ଦେଶ୍ୟରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓଙ୍କୁ ଦାବିପତ୍ର ଦେଇଛନ୍ତି ।

ପୁରୀ ରଥଯାତ୍ରା ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ନ୍ୟୁଜ୭ ପୁରୀ ବ୍ୟୁରୋ ଚିଫ ଚିତ୍ତରଞ୍ଜନ ମହାନ୍ତି ଓ ପୁରୀ ପ୍ରତିନିଧି ଚନ୍ଦ୍ର ଶେଖର ପାତ୍ରଙ୍କୁ ୨ ଜଣ ସେବାୟତ ମରଣାନ୍ତକ ଆକ୍ରମଣକୁ ପ୍ରେସ କ୍ଲବ କଣ୍ଟାବାଞ୍ଜି ଦୃଢ ନିନ୍ଦା କରିବା ସହ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁରୀର ୨ ଆକ୍ରମଣକାରୀ ସେବାୟତ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଇ ତାଙ୍କୁ ଗିରଫ କରାଯାଉ । ଗତ କିଛି ଦିନ ପୂର୍ବରୁ ପ୍ରେସ କ୍ଲବ ସାଙ୍ଗଠନିକ ସମ୍ପାଦକ ତଥା ସକାଳ ପ୍ରତିନିଧି ରୋହନ ମହତଙ୍କ ନାଁରେ ଫରେଷ୍ଟର ବିଗ୍ନରାଜ ଫୋଡ ମିଥ୍ୟା ଏତଲା ଦେଇ ମାମଲା ରୁଜୁ କରିଛନ୍ତି ।

ଏହି ମାମଲାକୁ ପ୍ରତ୍ୟାହାର କରାଯାଉ ଏବଂ ଫରେଷ୍ଟର ଶ୍ରୀ ଫୋଡଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେଇ ତାଙ୍କୁ ଗିରଫ କରାଯାଉ । ଗତ ୮ ଦିନ ଆଗରୁ ଆମ୍ଭ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ତଥା ନ୍ୟୁଜ ୭ ରିପୋର୍ଟର ସୁରଦାସ ବାଗଙ୍କ ନାଁରେ ସୋସିଆଲ ମିଡିଆରେ ଏକ ମେସେଜ ଅପପ୍ରଚାର କରାଗଲା । କୌଣସି ପ୍ରମାଣ ତଥ୍ୟ ନଥିବା ବେଳେ କେମତି ଏଭଳି ମେସେଜ କରାଗଲା । ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ହେଲେ ଥାନା ଅଧିକାରୀ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଅପପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯାଉ । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଉ । ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଛି ।

ସାମ୍ବାଦିକ ମାନଙ୍କୁ ଆକ୍ରମଣ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ନିତାନ୍ତ ଜରୁରୀ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ୨ ଲକ୍ଷ ସ୍ୱାସ୍ଥ୍ୟ ବୀମା ପରିବର୍ତେ ୧୦ ଲକ୍ଷ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବି ପୁରାଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବି ପତ୍ର ଦେବା ସମୟରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା , କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ , ଉପସଭାପତି ମନୋଜ ଶର୍ମା , ସାଙ୍ଗଠନିକ ସମ୍ପାଦକ ରୋହନ ମହତ , ଉପଦେଷ୍ଟା ଆଶିଷ ଖେତାନ , ଆନନ୍ଦ ମୋଟେ , କାର୍ଯ୍ୟକାରି ସଦସ୍ୟ ଜଗମୋହନ ତାଣ୍ଡି , ବିକାଶ ମିତ୍ତଲ , ଦେବେଶ ଶିଂଗଲ , କମଳ ଅଗ୍ରୱାଲ , ଅମିତ ଶର୍ମା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Related Post

ଦେଶର ଆଦର୍ଶ ବିଧାୟକ ମଧ୍ୟରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନିତ

Posted by - June 27, 2023 0
ରାୟଗଡା :(ରମାକାନ୍ତ ପୋଡାଲ )MIT school of Government ଦ୍ଵାରା ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ , ଭାରତ ମୁମ୍ୱାଇ ରେ ଅନୁଷ୍ଠିତ ହୋଇଥିଲା।…

ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ

Posted by - September 15, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଲେ ଗ୍ରାମବାସୀ।ଗଣେଶପୁଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ…

ଅଭିନବ ଗବେଷଣା ପାଇଁ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର, ଓଡିଶାରୁ ୩ ଜଣ

Posted by - July 20, 2023 0
ମୁନିଗୁଡା :(ରମାକାନ୍ତ ପଡାଲ)ଓଡିଶା ରେ ଯେଉଁ ସବୁ ସ୍କୁଲ ର ଶିକ୍ଷକ ଅଭିନଵ ଉପାୟରେ ଶିକ୍ଷା ପ୍ରଦାନ କରିଛନ୍ତି ସେହି ତଥ୍ୟ କୁ ଆଧାର କରି ଓଡିଶାରୁ…

ଆଉ କେତେ ବର୍ଷ ପରେ ଅତାବିରା କୁଷ୍ଠାଶ୍ରମ ପଡାବାସୀ ଙ୍କ ନିକଟକୁ ପହଞ୍ଚିବ ବିକାଶର ଧାରା

Posted by - January 22, 2022 0
ବରଗଡ/ଅତାବିରା: ସ୍ୱାଧୀନତା ର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶାର ବିଭିନ୍ନ ପ୍ରାନ୍ତରେ ଆଜି ମଧ୍ୟ ବିକାଶ ର ଛବି ପରିଲକ୍ଷିତ ହୁଏ ନାହିଁ ।ଅବହେଲିତ ଅବସ୍ଥାରେ…