ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ

87 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି l ଜ଼ିଲ୍ଲା ପ୍ରଶାସନ ର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୋଗ ଓ ପ୍ରାଣାୟାମ ଜୀବନକୁ ଶୃଙ୍ଖଳିତ କରିବା ସହ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିବା ସହ ନିଜକୁ ସୁସ୍ଥ ରଖିବାକୁ ପ୍ରତ୍ୟହ ଯୋଗାସନ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି l

ଶିବିର ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକାରୀ ଅମରେଶ ପଣ୍ଡା,ସି ଡି ଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମନୁଷ୍ୟ ଜୀବନରେ ଯୋଗାଭ୍ୟାସ ଓ ପ୍ରାଣାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାମ୍ପ୍ରତିକ ସ୍ଥିତିରେ ଏକ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ଅନୁଶାସିତ ଜୀବନ ବଂଚିବାରେ ଯୋଗ ଓ ପ୍ରାଣାୟାମ ର ଆବଶ୍ୟକତାକୁ ହୃଦୟଙ୍ଗମ ସହିତ ଆମେ ସମସ୍ତେ ନିୟମିତ ଭାବେ ନିର୍ଦ୍ଧିଷ୍ଟ କିଛି ସମୟ ଯୋଗ ଓ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି l

ଅନୁଷ୍ଠିତ ଏହି ଯୋଗ ଶିବିରରେ ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା, ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ୱାସ ଯୋଗାଳୟ, ମାରୱାଡି ଯୁବାମଞ୍ଚ, ସ୍ୱଚ୍ଛ ଭାରତ, ଜିଲ୍ଲା ରକ୍ତ ଦାତା ସଂଘ, ବରିଷ୍ଠ ନାଗରିକ ସଂଘ, ପ୍ରଜାପିତା ବ୍ରହ୍ମlକୁମାରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ, ଯୋଗ ସଂଗଠନ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦାନ କରି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ଙ୍କ ଯୋଗମୁଦ୍ରାର ତାଳେ ତାଳେ ସଭିଏଁ ଯୋଗାସନ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ । ତେବେ ଦିନକୁ ଦିନ ଯୋଗର ପରିସର ଓ ଗୁରୁତ୍ୱ ବ୍ୟାପକ ହେଉଥିବା ବେଳେ,ଏ ବର୍ଷ “ସମସ୍ତଙ୍କ ଘର ଅଗଣାରେ ଯୋଗ” ର ବାର୍ତ୍ତା ପରିପ୍ରେକ୍ଷୀରେ ସହରର ବିଭିନ୍ନ ଅନୁଷ୍ଠାନ ସହ ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତ ସମେତ ବିଭିନ୍ନ ବିଦ୍ୟାଳୟ ରେ, ସମସ୍ତ ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରରେ ବିଶ୍ୱ ଯୋଗ ଦିବସକୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି l

 

Related Post

ନିୟମଗିରି ଝରନିଆ ଓ ଡଙ୍ଗରିଆ କନ୍ଧ ଙ୍କ ଉତ୍ପାଦିତ ସପୁରି ପଣସ ର ଅଭାବି ବିକ୍ରି : ମିଲୁନି ଉଚିତ ମୁଲ୍ୟ l

Posted by - July 12, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନିୟମଗିରି ପାହାଡ଼ ର ଜଙ୍ଗଲରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ଵ ଗାଁ…

କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

Posted by - November 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା । କୋରୋନା କଟକଣାକୁ…

ରାଜ୍ୟରେ କାୟା ମେଲାଉଛି କରୋନା : ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ପୁଣିଥରେ କରୋନା ଲଢେଇରେ ନିୟୋଜିତ କରାଯିବ

Posted by - March 24, 2021 0
ଭୁବନେଶ୍ୱର :- ରାଜ୍ୟରେ କାୟା ମେଲାଉଛି କରୋନା । ଆଉ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି…

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସ୍ବଚ୍ଛତା ଅଭିଜାନ ପାଈଁ ଏକ ଘଣ୍ଟା ଶ୍ରମ ଦାନ କରି ଅଳିଆ ଆବର୍ଜ୍ଜନା ସଫା କଲେ ଅଗ୍ନିଶମ କର୍ମଚାରୀ

Posted by - October 1, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଅକ୍ଟୋବର ଏକ ତାରିଖ ଦିନକୁ ଭାରତର ଜଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଏକ ଘଣ୍ଟା ସକାଳ ୧୦…

ଆଟିରା ପଞ୍ଚାୟତ ର ଆରୁଆଳ ଶିଶୁମନ୍ଦିର ନିକଟରେ ବ୍ରାହ୍ମଣୀ ନଦୀରେ ୩ ଟି ଘାଇ

Posted by - August 29, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସାହୁପଡ। ପଞ୍ଚାୟତର ମାଟିଆପଡ଼ା ଏବଂ ଈଶାନପୁର ପଞ୍ଚାୟତର କଚେରୀ ନିକଟରେ ଓ ଆଟିରା ପଞ୍ଚାୟତ ର ଆରୁଆଳ ଶିଶୁମନ୍ଦିର ନିକଟରେ…