ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଗତ ୨୦ ତାରିଖ ମଙ୍ଗଳବାର ରାତିରେ ଟିଟିଲାଗଡ଼ ସରକାରି ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ସରକାରି ଡାକ୍ତରଖାନାକୁ ଆଣିଥିବା ବେଳେ ପ୍ରାରମ୍ଭିକ ଚିକିତ୍ସା କରିବା ଭିତରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଡାକ୍ତରବିଜୁଅଗ୍ରୱାଲରୋଗୀଙ୍କୁମୃତଘୋଷଣାକରିଥିଲେ, ରୋଗୀ ଅନ୍ୟ ଡ଼ାକ୍ତରଙ୍କୁ ଡ଼ାକି ଚେକ କରିବାକୁ କହିବା ପରେ ଏସଡିଏମଓ ଦାୟିତ୍ୱରେ ଥିବା ପି,କେ ପାଲଙ୍କୁ ଡକା ଯାଇଥିଲା।
ସେ ମଧ୍ଯ ରୋଗୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ମୃତ୍ୟୁ ହୋଇଥିବା ରୋଗୀଙ୍କ ସମ୍ପର୍କିୟ ମୁରାରି ମିଶ୍ର ଡାକ୍ତର ପି କେ ପାଲଙ୍କୁ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ତାଙ୍କୁ ମାଡ ମାରିଥିଲେ । ୨୧ ବୁଧବାର ଦିନ ସକାକୁ ଡ଼ାକ୍ତର ଆସି ଥାନାରେ ଏ ବାବଦରେ ଥାନାରେ ଦେଲେ ଏତଲା। ଯିଏ ମାଡ ମାରିଚି ତାକୁ ଆଗ ଗିରଫ କରିବାକୁ ଡାକ୍ତରଙ୍କ ଦାବି କରିଥିଲେ । ଅଭିଯୁକ୍ତ ମୁରାରି ମିଶ୍ରଙ୍କୁ ଗିରଫ କରିଛି।
ଘଟଣା ସମ୍ପର୍କରେ ଏସଡିଏମଓ ପିକେ ନାଏକ ଘଟଣା ଘଟିବା ସମୟରେ କାର୍ଯ୍ୟରତ ଥିବା ଡ଼ାକ୍ତରଙ୍କୁ ଡକାଇ ପୋଲିସଙ୍କ ଉପସ୍ଥିତିରେ ପଚରା ଉଚରା କରିଥିଲେ। ଟିଟିଲାଗଡ଼ ଥାନାରେ ଏ ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଡ ମାରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଡିପୀଓ ଶ୍ରୀମତି ଅଙ୍କିତା କୁମ୍ଭାର । ଏହି ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ମନୋଜ ପ୍ରଧାନ ମଧ୍ଯ ଉପସ୍ଥିତ ଥିଲେ।
ଟିଟିଲାଗଡ଼ ସହରରେ ଥିବା ଏହି ସରକାରି ଡାକ୍ତରଖାନା ଉପରେ ବହୁତ ରୋଗୀ ନିର୍ଭର କରୁଥିବା ବେଳେ ଏହିଭଳି ଘଟଣା ଘଟିବା ପରେ ଡାକ୍ତରଙ୍କ ଚିନ୍ତା ବଢି ଯାଉଛି କାରଣ କୌଣସି ଡ଼ାକ୍ତର ବି ଚାହେଁ ନାହିଁ ଯେ କୌଣସି ରୋଗୀର ମୃତ୍ୟୁ ହେଉ, ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ଜିବନ ବଞ୍ଚାଇବା ପାଇଁ। ରୋଗୀ ସଂପର୍କୀୟ ଏପରି ଉତକ୍ଷୀପ୍ତ ହୋଇ ଡ଼ାକ୍ତରଙ୍କ ଉପରକୁ ହାତ ଉଠେଇ ମାଡ ମାରିବା କେତେ ଦୂର ଠିକ ? ସେମିତି ବି ଏହି ଡାକ୍ତରଖାନାକୁ ନୂଆ ଡାକ୍ତର ଆସିବାକୁ ଅମଙ୍ଗ, ଏହିଭଳି ଘଟଣା ଘଟିଲେ ଯିଏ ନୂତନ ଡାକ୍ତର ଆସିବାକୁ ଚାହୁଁ ଥିବ ସେମାନେ ବି ଆସିବାକୁ ଚାହିଁବେ ନାହିଁ। ସେଥିପାଇଁ ଉଭୟ ଡାକ୍ତର ଏବଂ ରୋଗୀ ସଂପର୍କୀୟ ଭିତରେ କଥାକୁ ବୁଝି ବିଚାରି କାମ କଲେ ଭଲ ହେବ। ଅନ୍ୟ ପଟେ ଡ଼ାକ୍ତରଙ୍କ ବ୍ୟବହାର ଭଲ ନ ରହୁନଥିବା ମଧ୍ୟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ରୋଗୀକୁ ଦେଖାଇ ଆଣୁଥିବା ରୋଗୀ ସଂପର୍କୀୟ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଛି।