ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

184 0

ଧର୍ମଗଡ଼: (ହେମନ୍ତ କୁମାର ମଝି )ଧର୍ମଗଡ ସ୍ଵଧାର ଗୃହ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ।ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ସ୍ଵଧାର ଗୃହ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ସ୍ଵଧାର ଗୃହରେ ରହୁଥିବା ୩୫ ଜଣ ଅନ୍ତେବାସୀ ମିଳିତ ଭାବେ ଯୋଗାଭ୍ୟାସ କରିଥଲେ। ଧର୍ମଗଡ ସ୍ଵଧାର ଗୃହର ପରିଚାଳିକା ନିବେଦିତା ପ୍ରଧାନ, ସଦସ୍ୟା ଗୀତା ପଟ୍ଟନାୟକ, ସହାୟକ କର୍ମଚାରୀ ସରସ୍ଵତୀ ନାଏକ, ସୁଭାଷନି ରାଉତ, ରୋଜାଲିନ ନାଏକ, ଖଦୀ ଭଣ୍ଡାର ପରିଚାଳକ ଦେବରାଜ ମହାନନ୍ଦ ଉକ୍ତ ଯୋଗାଭ୍ୟାସ ରେ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ ଯୋଗଭ୍ୟାସ କରିଥଲେ।

ଯୋଗ ଏକ ପ୍ରକ୍ରିୟା ଯାହା ଶରୀରକୁ ସୁସ୍ଥ ରଖେ ଓ ଏକାଗ୍ରତା ଆଣେ । ଯୋଗ ଏକ ସାଧନା ଓ ଏକ ଅମୃତମୟ ଜୀବନର ରାହା । ଯୋଗରୁ ସୁସ୍ଥତା ଓ ସାମର୍ଥ୍ୟ ମିଳେ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ ବୋଲି ସଦସ୍ୟା ଗୀତା ପଟ୍ଟନାୟକ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ।
ସୂଚନାଯୋଗ୍ୟ ଯେ,ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନ୍ୟୁୟର୍କରେ ସାରା ବିଶ୍ବକୁ ଯୋଗର ପାଠ ପଢ଼ାଉଥିବା ବେଳେ ଓଡ଼ିଶାର ଗାଁଠୁ ସହର, ସବୁଠି ଚାଲିଛି ଯୋଗାଭ୍ୟାସ । ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି “ବସୁଧୈବ କୁଟୁମ୍ବକମ “। ଏହି ଅବସରରେ ସ୍ଵଧାର ଗୃହର ଅନ୍ତେବାସିନୀ ମାନେ ଆଜି ସକାଳ ୫.୩୦ ମିନିଟ ସମୟରେ ମିଳିତ ଭାବେ ଯୋଗଭ୍ୟାସ କରିଛନ୍ତି।ପ୍ରାଚୀନ ଭାରତବର୍ଷର ଏହି ଅମୂଲ୍ୟ ବରଦାନକୁ ଆଜି ବିଶ୍ୱ ସ୍ଵୀକୃତି ପ୍ରଦାନ କରିଛି ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ।

Related Post

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 1,450
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ସମୂହ ପ୍ରଦୀପ ପ୍ରଜ୍ୟୋଳନ

Posted by - March 7, 2021 0
ଯାଜପୁର ଅଫିସ  : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା…

କେସିଙ୍ଗା ଆର୍ ଓ ବି ପ୍ରକଳ୍ପର ବର୍ଦ୍ଧିତ ବ୍ୟୟ ଅଟକଳ କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

Posted by - December 17, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜନସାଧାରଣଙ୍କ ଦିର୍ଘ ଦିନର ଦାବି ଓ ବହୁ ବାଦ ବିବାଦ ପରେ କେନ୍ଦ୍ର ସରକାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ…

ରକ୍ଷାକାଳୀଙ୍କ ବର୍ଷିକ ପୂଜା ଉଦଯାପିତ

Posted by - March 12, 2023 0
ଯାଜପୁର:ଯାଜପୁର ସହରର ଯୋଡିକୁଅସ୍ଥିତ ହଳଦିପଡ଼ିଆ ଗୋପାଳପୁରରେ ରକ୍ଷାକାଳୀଙ୍କ ଷଷ୍ଠ ବର୍ଷିକ ପୂଜା ଉଦଯାପିତ ହୋଇଯାଇଛି। ଗତକାଲି ଠାରୁ ଚାଲିଥିବା ଏହି ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ…

ଅସହାୟ ବୃଦ୍ଧାଙ୍କ ସହାୟତା ପାଇଁ ସରକାର ଙ୍କୁ ନିବେଦନ

Posted by - August 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସ୍ଵାଧୀନତା ର ୭୫ ତମ ବର୍ଷ ପୁୁ ତୀ ଉତ୍ସବ ଆମେ ଆଜି ପାଳନ କରୁଥିବା ବେଳେ ସରକାର ଲୋକଙ୍କର ମୌଳିକ ସମସ୍ୟା ସମାଧାନ କରିବାରେ…