୨୬ ରେ ଆଡେଣୀଗଡ ପଂଚାୟତ ଓ ଆର୍ ଆଇ ଅଫିସ୍ ଘେରାଉ

63 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଚଳିତ ମାସ ୨୬ ତାରିଖରେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ତିନି ଦଫା ଦାବି ନେଇ ହରଭଙ୍ଗା ବ୍ଲକ ର ଆଡେଣୀଗଡ ପଂଚାୟତ ଏଵଂ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି । ସଙ୍ଗଠନର ଏକ ଗୁରୁତ୍ବପୂର୍ଣ୍ଣ ଚିନ୍ତନ ବୈଠକ ପଞ୍ଚାୟତ ସଭାପତି ରଞ୍ଜିତ ବେହେରା ଙ୍କ ଅଧ୍ୟକ୍ଷତା ରେ ଆଡେଣୀଗଡ ହାଇ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରୋହିତ କହଁର ଏଵଂ ଉପ ସଭାପତି ଦଶରଥ ବେହେରା ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ” ହକ୍ ପାଇଁ ଲଢେଇ ” କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ବାନ ଦେଇଥିଲେ ।

ସଙ୍ଗଠନ ପକ୍ଷରୁ ଗତ ବର୍ଷ ହରଭଙ୍ଗା ତହସିଲରେ ଆବେଦନ କରିଥିବା ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ , ଆଡେଣୀଗଡ ପଂଚାୟତ ର ୨୬୪ ଜଣ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ଙ୍କ ମଧ୍ୟରୁ ପ୍ରାୟ ୧୬୦ ଜଣଙ୍କୁ ପଞ୍ଚାୟତ କର୍ତୃପକ୍ଷ ଜାଲିଆତି ଏବଂ ଚଂଚଳତା କରି ସାମିଲ୍ କରିଥିବା ଧନୀ ତଥା ମୁଷ୍ଟିମେୟ ଅଯୋଗ୍ୟ ଲୋକଙ୍କୁ ବାଦ୍ ଦେବା ଏଵଂ ପ୍ରାୟ ୪୦ ବର୍ଷ ଧରି ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ତୁରନ୍ତ ହଟେଇବା ପ୍ରତିବାଦ ରେ ସାମାଜିକ ଅଧିକାର ଏଵଂ ସାମ୍ବିଧାନିକ ଅଧିକାର ସପକ୍ଷରେ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଗଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଦୃଢ଼ ଚେତାବନୀ ଦେଇଛନ୍ତି ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଡେଣୀଗଡ ପଂଚାୟତ ର ଉପ ସଭାପତି ସୋନିଆ ବେହେରା , ସମ୍ପାଦକ ଅଭୟ ବେହେରା , ସହକାରୀ ସଂପାଦକ ମୃତ୍ୟୁଞ୍ଜୟ ବେହେରା , କୋଷାଧ୍ୟକ୍ଷ ଚକ୍ରଧର ଦୀପ , ସଙ୍ଗଠନ ସମ୍ପାଦକ ସଚିନ୍ଦ୍ର ବେହେରା , ବ୍ଲକ ସଂଯୋଜକ କବିରାଜ ବେହେରା , ମୁଖ୍ୟ ଉପଦେଷ୍ଟା ଶେଷଦେବ ବେହେରା , ଉପଦେଷ୍ଟା ନିତ୍ୟାନନ୍ଦ ବେହେରା , ବରିଷ୍ଠ ସମାଜସେବୀ ପ୍ରହଲ୍ଲାଦ ଦୀପ , ବାଳକୃଷ୍ଣ ବେହେରା, ତୀର୍ଥ ବେହେରା , ପାରେଶ୍ୱର ବେହେରା , ସୁଶାନ୍ତ ବେହେରା , ଜଗବନ୍ଧୁ ନାଏକ , ଗଣେଶ ବେହେରା, ବିହାରୀ ବେହେରା, ଚିତ୍ତ ରଞ୍ଜନ ଦୀପ, ବିକ୍ରମ ବେହେରା , ଉତ୍ତମ ନାଏକ , କୃଷ୍ଣଚନ୍ଦ୍ର କହଁର, ସନ୍ତୋଷ ବେହେରା , ଧରଣୀ ବେହେରା, ସୁମିତ୍ରା କହଁର , ସତ୍ୟନାରାୟଣ ଦୀପ , ସୁଧୀର ବେହେରା, ପ୍ରଶାନ୍ତ ବେହେରା , ପ୍ରକାଶ ବେହେରା , ଶରତ ବେହେରା , ହରେକୃଷ୍ଣ ବେହେରା , ସୁବଳ ବେହେରା , ବିଦ୍ୟାଧର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related Post

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାଧାରଣ ବୈଠକ

Posted by - June 6, 2022 0
ମୁନିଗୁଡା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତ ହାଟଦହିଖାଲ ଗ୍ରାମ ଶିବ ମନ୍ଦିର ପରିସରରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାଧାରଣ ବୈଠକ…

ପବିତ୍ର ଘୋଷଯାତ୍ରା ପାଳିତ

Posted by - June 21, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ଆଜି ବିଷମକଟକ ଠାରେ ପବିତ୍ର ରଥଯାତ୍ରା ରେ 25000ରୁ ଉର୍ଦ୍ଧ ଭକ୍ତମାନେ ସମାବେଶ ହୋଇ ଥିଲା ଆଜି ବିଷମକଟକ ଠାରେ ଦେକାନ, ବଜାର…

ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ

Posted by - October 2, 2019 0
ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ 150 ତମ ଜନ୍ମ ବାର୍ଷିକୀ ଉତ୍ସବ ଚଳିତ ବର୍ଷ ଦେଶବ୍ୟାପି ପାଳନ କରା ଯାଉଛି. ଏହି ଉପଲକ୍ଷେ ଆଜି ଅନଗୁଳ…

ରାଜଧାନୀ ଭୁବନେଶ୍ବରରେ ଯୁଆଡ଼େ ଦେଖିବ ସିଆଡେ ଖାଲଖମା ।

Posted by - September 5, 2019 345
ଭୁବନେଶ୍ୱର ୪।୯-ଆମେ ଯେପରି ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ , ସରକାର ସେପରି ଭିତ୍ତିଭୂମି ସଜାଡିବା ସହ ଦୁର୍ଘଟଣା ରୋକିବାକୁ ରାସ୍ତା ମରାମତି କରିବା ଜରୁରୀ ।ସ୍ମାର୍ଟ…