ପୁଣି ଅଲୋଡା ହେଲା ଶିଶୁକନ୍ୟା

490 0

ମୟୁରଭଞ୍ଜ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ କେହି ଜଣେ ୧୦/୧୨ ଦିନର ଶିଶୁକନ୍ୟାକୁ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଛାଡି ଚାଲିଯାଇଛି । କିଏ କଣ ପାଇଁ ଏହି ଶିଶୁକନ୍ୟା ଟିକୁ ଡାକ୍ତରଖାନା ଷ୍ଟାଫରୁମ ସମ୍ମୁଖରେ ଛାଡି ଚାଲିଯାଇଛି ଏପର୍ଯ୍ୟନ୍ତ ଜଣାପଡିନାହିଁ । ଡାକ୍ତରଖାନାରେ ଲୋକମାନେ ଦେଖି ପ୍ରଥମେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ପରେ ବେତନଟୀ ପୋଲିସକୁ ଖବର ଦେଇଥିଲେ । ତେବେ ଡାକ୍ତରଖାନା ପକ୍ଷରୁ ଉଦ୍ଧାର କରାଯାଇ ଶିଶୁକନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ୱାଭାବିକ ଥିବା ଜାଣିବାକୁ ପାଇଥିଲେ। ତେବେ ଯତ୍ନ ସହକାରେ ରଖାଯାଇଛି।ପୋଲିସ ପହଞ୍ଚି ଡାକ୍ତରଖାନା ପରିସରରେ ଲାଗିଥିବା ସିସିଟିଭିକୁ ଜବତ କରିଛନ୍ତି । ସିସିଟିଭି ଯାଞ୍ଚ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

ତେବେ ଶିଶୁଟିର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ପରୀ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ମଙ୍ଗଳ ଯୋଜନା ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଏପରି ୧୦/୧୨ ଦିନର ଶିଶୁକୁ ଡାକ୍ତରଖାନାରେ ଛାଡି ଚାଲିଯିବାକୁ ନେଇ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏଠାରେ ପ୍ରଶ୍ନ ଉଠୁଛି ଅସହାୟ ମାଆ ପରିବାର ଚାପରେ ନା ଅନ୍ୟ କୌଣସି କାରଣ ପାଇଁ ମାତୃହୃଦୟକୁ ପଥର କରି ଛାଡି ଯାଇଛନ୍ତି ଏବେ ତଦନ୍ତ ସାପେକ୍ଷ।

Facebook Notice for EU! You need to login to view and post FB Comments!

Related Post

ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି।ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା…

ପୋଖରୀରେ ବୁଡି ଦୁଇବର୍ଷର ଶିଶୁକନ୍ୟାର ମୃତ୍ୟୁ

Posted by - July 19, 2021 0
ମାଥିଲି:(ଅବଦୁଲ ଗନି)ପୋଖରୀରେ ବୁଡି ଦୁଇବର୍ଷର ଶିଶୁକନ୍ୟା ର ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡ଼କାମୀଗୁଡା ର ଭାଗିରଥି କଟିଆ ଙ୍କ…

ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ଶୋକ ସଭା ଅନୁଷ୍ଠିତ

Posted by - December 2, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ଜଳାରାମ ଲଜର ସମ୍ମିଳନୀ କକ୍ଷରେ ବଲାଙ୍ଗୀରର ବର୍ଷୀୟାନ ସାମ୍ବାଦିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି ସଭା ତଥା ଶ୍ରଦ୍ଧାଞ୍ଜଳି…

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟ ଅତି ନିମ୍ନମାନର ଅଭିଯୋଗ

Posted by - January 6, 2022 0
ମାଲକାନଗିରି:( ଅବଦୁଲ ଗନି)ଖଇରପୁଟ ବ୍ଲକର କୁଡୁମୁଲୁଗୁମ୍ମା ପଞ୍ଚାୟତ ଅନ୍ତର୍ଗତ କୁଡୁମୁଲ ଗୁମ୍ମା ଠାରୁ ମଜୁରଲେଣ୍ଡିକୁ ଯୋଗାଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନାରେ ୯.୨୦୦ କିମି ରାସ୍ତା…

ବଲାଙ୍ଗିର ଜିଲ୍ଲା ପାଳଙ୍କ ବଙ୍ଗୋମୁଣ୍ଡା ବ୍ଲକ ଗସ୍ତ।ବିଭିନ୍ନ ପ୍ରକଳ୍ପ ଉଦ୍ଧଘାଟନ

Posted by - December 8, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାର କବଙ୍ଗୋମୁଣ୍ଡାବ୍ଲକ କୁ ଜିଲ୍ଲା ପାଲ ଚଞ୍ଚଳ ରାଣା ଗସ୍ତ ରେ ଆସି ପ୍ରଥମ ରେ ଗୁହୁରିଆପଦରଚମାର ମେହେର ଉଚ୍ଚ ବିଦ୍ୟାଳୟରାଜ୍ୟ ସରକାର କୁ୫ଟିସ୍କୁଲ…

Leave a comment

Your email address will not be published.