ନାବାଳକର ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

54 0

ଭୁବନେଶ୍ବର /ବଲାଙ୍ଗୀର: (ନରେନ୍ଦ୍ର ନେଗୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଖଲିଆପାଲି ଗାଁରେ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତକ ଜଣକ ହେଲେ ଖଲିଆପାଲି ଗାଁର ଗୁଣନିଧି ବାଗ l ଗତ ରାତି ରେ ଗୁଣନିଧି ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିଲେ l

ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ . ମୃତକ ଗୁଣନିଧିଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି l ମୃତ ଗୁଣନିଧି ଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଘଟଣା ଘଟିବା ଦିନକ ପୂର୍ବରୁ ଗୁଣନିଧି ଗାଁର ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଗାଁର କିଛି ଯୁବକ ଜାତିକୁ ଆକ୍ଷେପ କରି ଗାଳି ଦେବା ସହ ମାଡ଼ ମାରିଥିଲେ. ତେବେ ଗତ ରାତି ଗୁଣନିଧି ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରିଲା ନାହିଁ l

ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ଗୁଣନିଧି ଘରରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଗଛ ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା l ତେବେ ଗୁଣନିଧିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ଏବଂ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଗୁଣନିଧିଙ୍କ ବାପା କହିଛନ୍ତି l ମୁରିବାହାଲ ପୋଲିସ କଣ୍ଟାବାଞ୍ଜି ଡାକ୍ତରଖାନା ପହଂଚି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି l

Related Post

ପବ୍ଲିକ ପ୍ଲେସ ରେ ଗଂଜେଇ ଟାଣିବା ମହଙ୍ଗା ପଡିଲା

Posted by - November 30, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କୁ ନିଶା ମୁକ୍ତ କରିବା ପାଇଁ ପ୍ରତିଦିନ ବୌଦ୍ଧଜିଲ୍ଲା ପ୍ରଶାସନ ଚାଲିଛି ଲଢେ଼ଇ!ଦୁଇଦିନ ତଳେ ବ୍ରିଜ ଛକ ରୁ କିଛି ମଦ୍ୟପ…

ଟିଟିଲାଗଡ଼ ଠାରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ନଭେମ୍ବର ୧୬ତାରିଖକୁ ପ୍ରତି ବର୍ଷଜାତିୟ ପ୍ରେସ ଦିବସ ରୁପେ ପାଳନ କରାଯାଏ। ଆଜି ସ୍ଥାନୀୟ ହୋଟେଲ ଜଳାରାମର ସଭା ଗୃହ ରେ ଟିଟିଲାଗଡ଼ ଉପଖଣ୍ଡ…

ଗୋ ଶ୍ରଦ୍ଧା ବୈଠକ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

Posted by - August 12, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି…

ବୈଶାଖୀ ଆସର ଅନୁଷ୍ଠିତ

Posted by - April 15, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁରର ବ୍ଲକଛକ ନ୍ୟୁ ମାର୍କେଟ ପରିସରରେ ସୃଜନର ଚନ୍ଦନ ଛିଟା ବୈଶାଖୀ ଆସର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତ,ନୃତ୍ୟ,ଚିତ୍ର ଓ କବିତାର ବର୍ଣ୍ଣିଳ ଆସର…

ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡ଼ା ପକ୍ଷରୁ ଭୀମ ଭୋଇ ଜୟନ୍ତୀ ପାଳିତ

Posted by - May 16, 2022 0
ବଙ୍ଗୋମୁଣ୍ଡା:୧୬/୫:(ଅଭିମନ୍ୟୁ ବହିଡାର ))ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବେଳପଡା ପଞ୍ଚାୟତର ବଡ଼ଗମଡା ଗ୍ରାମ ଠାରେ ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡା ପକ୍ଷରୁ ଭୀମଭୋଇ ଛକ ବଡ଼ଗମଡ଼ା…