ହରଭଙ୍ଗା: ୧୮/୦୬ (ଚିତ୍ତରଞ୍ଜନ ସିଂହ) ଖରା ଯାଇ ମୌସୁମୀ ର ଆଗମନ ସୂଚନା ଦେଲାଣୀ, କିନ୍ତୁ ମୌସୁମୀ ର ଅନିଶ୍ଚିତତା ଯୋଗୁଁ ହରଭଙ୍ଗା ବ୍ଲକ ଚାଷୀ ସମ୍ପୂର୍ଣ ପ୍ରଭାବିତ ହୋଇଛି l ଚାଷୀ ବର୍ତମାନ ଚାଷ ପାଇଁ ହଳ ଲଙ୍ଗଳ ସହ ଅଣ୍ଟା ଭିଡ଼ିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ତଳି ଚାଷ ପାଇଁ ଆବଶ୍ୟକତା ବର୍ଷା ର ବିଳମ୍ବ ଟିକେ ଦେଖାଯାଉଥିବାରୁ ଚାଷୀ କେବଳ ବର୍ଷା କୁ ଅପେକ୍ଷା କରି ରହିଛି l କିନ୍ତୁ ବର୍ଷା ପୂର୍ବରୁ ସରକାର ଙ୍କ ପକ୍ଷରୁ ଚାଷୀ ଙ୍କ ପାଇଁ ଧାନ ବିହନ ରିହାତି ଦର ରେ ଯୋଗାଈ ଦିଆଯାଉ ଥିବା ବେଳେ ସମସ୍ତ ବିହନ କେନ୍ଦ୍ର ଗୁଡିକ ରେ ବିହନ ମହଜୁଦ ରଖିବା ପାଇଁ ବ୍ଲକ କୃଷିବିଭାଗ ପରାମର୍ଶ ଦେଇଥିବା ଜଣାପଡିଛି l
ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଟି ୨୨ ଟି ପଞ୍ଚାୟତରେ ୧୩ ଟି ସେବା ସମବାୟ ପ୍ୟାକ୍ସ ଓ ୧୦ ଟି ଡିଲ୍ଲର କେନ୍ଦ୍ର ରେ ଚାଷୀ ଙ୍କ ପାଇଁ ସରକାରଙ୍କ ବିହନ ବିତରଣ କେନ୍ଦ୍ର ଖୋଲା ଯାଇଛି l ଏଥିରେ ବିଭିନ୍ନ କିସମ ର ବିହନ ରହିଥିବା ବେଳେ ପ୍ରତି ବର୍ଷ ୩୦୦୦ ରୁ ୩୫୦୦ କୁଇଣ୍ଟାଲ ଧାନ ବିହନ ଆବଶ୍ୟକତା ରହିଥାଏ l ଚଳିତ ବର୍ଷ ବିଭାଗ ଏଥିପ୍ରତି ସଜାଗ ରହିଥିବା l ପ୍ରଥମ କିସ୍ତି ରେ ୧୬୦୦ କୁଇଣ୍ଟାଲ ଧାନ ଉଠିବା ଏବଂ ଏହା ବ୍ଲକର ବିଭିନ୍ନ ପ୍ୟାକ୍ସ ଓ ଡିଲର କେନ୍ଦ୍ର କୁ ବଣ୍ଟନ ହୋଇଥିବା ବେଳେ ଏହା ମଧ୍ୟରୁ ୪୦୦ କୁଇଣ୍ଟାଲ ବିହନ ଏପର୍ଯ୍ୟନ୍ତ କେତେକ ଚାଷୀ ଙ୍କୁ ବିକ୍ରୟ ହୋଇ ସାରିଛି l
ଏପରିକି ବ୍ଲକର ପୁରୁଣା କଟକ ଏବଂ ବାଣିଭୁଷଣ ପୁର ପ୍ୟାକ୍ସ ରେ ଧାନ ବିକ୍ରୟ ହୋଇସାରିଥିବା ନେଇ କୃଷି ବିଭାଗ ପକ୍ଷରୁ ମଧ୍ୟ ସୂଚନା ମିଳିଛି l ତେଣୁ ଚଳିତ ବର୍ଷ ଚାଷୀ ଯେମିତି ବିହନ ପାଇବା ରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ବିଭାଗ ସର୍ବଦା ଯତ୍ନ ଶିଳ ହେବାସହ ସମସ୍ତ ପ୍ୟାକ୍ସ ଓ ଡିଲର ଙ୍କୁ ସଚେତନତା ରହିବା ପାଇଁ ଚାଷୀ ଙ୍କଭିତରେ ଦାବି ଉଠୁଛି l
ଅନ୍ୟପଟେ ଗତ ବର୍ଷ କେତେକ ପ୍ୟାକ୍ସ ଓ ଡିଲର କେନ୍ଦ୍ର ଗୁଡିକ ରେ ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିହନ ନିମ୍ନ ମାନର ହୋଇଥବା ଠିକ ଭାବରେ ତଳି ନଉଠିବା ଭଳି ଚାଷୀ ଅଭିଯୋଗ ଆଣିଥିଲେ l ଏବଂ ପରବର୍ତୀ ସମୟ ରେ ଫେରସ୍ତ ହୋଇ ଉତ୍ତମ ବିହନ ଯୋଗାଇ ଦିଆଯାଇଥିଲା l ସେନେଇ ଚଳିତ ବର୍ଷ ଯେମିତି ଏଭଳି ତ୍ରୁଟି ର ପୁନରାବୃତ୍ତି ନହୁଏ ସେଥିପ୍ରତି ବିଭାଗ ସଜାଗ ହେବାକୁ ଚାଷୀ ମହଲ ରେ ଦାବି ଉଠୁଛି l ଚଳିତ ବର୍ଷ ବିହନ ବିକ୍ରୟ ପାଇଁ ବିଭାଗ ର ପ୍ରସ୍ତୁତି କିପରି ରହିଛି ସେନେଇ ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ ଙ୍କୁ ପଚାରିବାରୁ ବର୍ତମାନ ବ୍ଲକର ୧୩ ପ୍ୟାକ୍ସ ଓ ୧୦ ଡିଲର କେନ୍ଦ୍ର ଗୁଡିକ ରେ ବିହନ ବିକ୍ରୟ ପାଇଁ ବ୍ୟବସ୍ତା ରହିଛି l ଏବଂ ପ୍ରଥମେ୧୬୦୦ କୁଇଣ୍ଟାଲ ବିହନ ବିଭିନ୍ନ ପ୍ୟକ୍ସ ଓ ଡିଲର ଉଠାଇଛନ୍ତି ସେଥିମଧ୍ୟରୁ ୪୦୦ କୁଇଣ୍ଟାଲ ଚାଷୀଙ୍କୁ ରିହାତି ଦର ରେ ବିକ୍ରୟ ହୋଇ ସାରିଛି l ଏବଂ ବ୍ଲକ ରେ ଚାଷୀ ଙ୍କ ଆବଶ୍ୟକତା ଥିବା ବିହନ ପାଇଁ ଆମେ ପ୍ରସ୍ତୁତ ଥିବା ବେଳେ ସମସ୍ତ ପ୍ୟକ୍ସ ଓ ଡିଲର ଙ୍କୁ ବିହନ ମହଜୁଦ ଗଛତ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ l