ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ, ଶ୍ରୀ ଶ୍ରୀ ଧବଳେଶ୍ବର ମହାପ୍ରଭୁ ଟ୍ରଷ୍ଟ ଆକୁକୁଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ନିମନ୍ତେ ସକାଳୁ ପୂଜାର୍ଚ୍ଚନା କରାଯାଇ ଥିଲା। ପୂଜା ସମ୍ପନ୍ନ ହେବା ପରେ ମନ୍ଦିର ଉପରେ ଧ୍ଵଜା ଲଗାଯିବା ସହ ରଥକୁ ପୂଜା କରଯାଇଛି।
ପୂଜକ ମନଧର ପଣ୍ଡା ପୂଜା କାର୍ଯ୍ୟ କରିଥିବା ବେଳେ କର୍ତ୍ତା ଭାବେ ପଞ୍ଚାନନ ପାଢୀ, ସପତ୍ନି ପୁଷ୍ପ ମଞ୍ଜରି ପାଢୀ ବସିଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ ଏବଂ ସପତ୍ନି ମଧ୍ଯ ଆସି ଏହି ପୁଜାରେ ଯୋଗଦାନ କରିଥିଲେ।ଚଳିତ ବର୍ଷ ମଧ୍ୟ କିପରି ମହା ଆଡ଼ମ୍ବରରେ ଟିଟିଲାଗଡ଼ରେ ଘୋଷଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି।
ଏହି ଅବସରରେ ଟ୍ରଷ୍ଟର ସଦସ୍ୟ ସଞ୍ଜିବ ପାଢୀ, ଭବାନୀ ପ୍ରସାଦ ହୋତା, କମ୍ବୁ ପାଢୀ, ସ୍ବଦେଶ ପାଢୀ,ରାଜେନ୍ଦ୍ର ନାରାୟଣ ମିଶ୍ର, ପିଙ୍କୁ ପାଢୀ, ପଙ୍କଜ ପାଢୀ, ଅଶୋକ ପାଢୀ, ଅଲେଖ ଦଳବେହେରା, ରାଜେଶ ପ୍ରଧାନ, ମନୋଜ ବାରିକ, ଭୂପତି ବାରିକ, ରଣଜିତ୍ ପୃଷ୍ଟି,ସୀତାରାମ ସାହୁ, ଦୁର୍ଯ୍ୟୋଧନ ସାହୁ,ଜିତୁ ପାଢ଼ୀ, ସନତ ପାଢ଼ୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।