(ରାସ୍ତା ନିର୍ମାଣ କୁ ତିନି ମାସ ପୂରିବ ରାସ୍ତା ଅବସ୍ଥା ଶୋଚନୀୟ)
ମୁନିଗୁଡ଼ା:( ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା ଚନ୍ଦ୍ର ପୁର ବ୍ଲକ ର ଟୁରିଗୁଡା ପଞ୍ଚାୟତର ଢେଲା ପଡା ଠାରୁ ଆଲିଗଣ୍ଡା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏବର୍ଷ ନୂତନ ଭାବରେ ପିଚୁ ରାସ୍ତା କାମ ସମ୍ପୂର୍ଣ୍ଣ କରାଯାଇଛି। ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଉକ୍ତ ଗ୍ରାମରେ ରାଜ୍ୟ ସରକାରଙ୍କ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଅନୁପସ୍ଥିତି ଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ମିଷି ଏଭଳି ନିମ୍ନ ମାନର କାର୍ଯ୍ୟ କରୁଥିବା ଏଥିରେ ଜଣା ଯାଏ ।
ଏଭଳି ଠିକାଦାର ମନମୁଖୀ କାମ ଯୋଗୁଁ ଢେଲା ପଡା ଠାରୁ ରାମାଣା ଗ୍ରାମ ମଝିରେ ରାସ୍ତା ରେ ପିଚୁ ଉଠି ଯାଇ ଥିବା ଯୋଗୁଁ ଜାନ ବାହାନ ଜାତା ୟତରେ ବାଧାସୃଷ୍ଟି ହେଉଛି । ପରିତାପର ବିସୟ ଏହି କିଯେ,ସରକାରଙ୍କ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଉକ୍ତ ରାସ୍ତା କାମ ପାଇଁ ଦିଆଯାଇଥିବା ଲକ୍ଷ ଲକ୍ଷ ଟଙ୍କା ର ପ୍ରକଲ୍ପ ଆର୍ଥିକ ଅନୁଦାନ କିମ୍ବା କୌଣସି କାର୍ଯ୍ୟ ସୂଚନା ଫଳକ ଅଦ୍ୟାବଧି ବୋର୍ଡ ମଧ୍ୟ ଲଗାଯାଇନାହି। ବୋଲି ରାମ କାଡ଼୍ରାକା,ଭାନୁ କୁଶୁଲିଆ, ଚିନ୍ତାମଣି ଗଗେରେଙ୍ଗା,ବୁଡୁ ସାରକା,ଜଳ ବାଥ୍ରା, ପଟ୍ଟନାୟକ କୁଶୁଲିଆ,ପର୍ଶୁରାମ କୁଶୁଲିଆ, ଓ ଅଞ୍ଚଳ ବାସିଙ୍କ ତରଫରୁ ଅଭିଯୋଗ କରିଛନ୍ତି।
ଏଥି ପ୍ରତି ଜିଲ୍ଲାପ୍ରଶାସନ ପକ୍ଷରୁ ହସ୍ତ କ୍ଷେପକରି ତଦନ୍ତ କରିବା ସହ ସମ୍ପୃକ୍ତ ଠିକାଦାରଙ୍କ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଅଞ୍ଚଳ ବାସିଙ୍କ ତରଫରୁ ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ତିନି ମାସ ପୁରୀ ନାହିଁ ରାସ୍ତାର ପିଚୁ ଉଠି ପଡ଼ି ରାସ୍ତା ଅବସ୍ଥା ଶୋଚନୀୟ ହେବାରେ ପଡିଛି। ଏହି ରାସ୍ତା ରେ ପିଚୁ ଉଠି ଯାଇଥିବା ଯୋଗୁଁ ଅଧିକାଂଶ ବାଇକ୍ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି ବୋଲି ଢେଲା ପଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବିଷୟ କୁ ନେଇ କନିଷ୍ଠ ଯନ୍ତ୍ରୀ ଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ଫୋନ୍ ଯୋଗେ ଫୋନକରି ଯୋଗାଯୋଗ କଲେ ସୁଧା ଫୋନ୍ ଉଠାଉ ନାହାନ୍ତି।