Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମନମୋହୁଛି “କରମଣ୍ଡଳ ଦେଲା ଦାରୁଣ ଦୁଃଖ” କ୍ଷୁଦ୍ର ଚଳଚ୍ଚିତ୍ର

115 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବଉଦିଆପଡ଼ା ଗ୍ରାମର କୁନି କଳାକାର ଏବଂ ଯୁବ କଳାକାର ମାନଙ୍କ ପ୍ରଚେଷ୍ଟାରେ ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରିଛନ୍ତି।ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ଯୁବ ସାମ୍ୱାଦିକ ସୁମନ୍ତ ମେହେର ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଶହ ଶହ ଯାତ୍ରୀ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଯାତ୍ରୀମାନେ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପଥରେ ଯାତ୍ରା କରୁଥିଲେ।କିନ୍ତୁ ବାହାନଗା ଠାରେ ପୂର୍ବରୁ ଜଗି ବସିଥିବା ଯମ ଟାଣି ନେଇଗଲା କେତେ ଲୋକଙ୍କ ଜୀବନ।

ତେବେ ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ କେମିତି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ନିଜ ଅଞ୍ଚଳରେ କାମ ନପାଇବା ପରେ ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିଲା ଏବଂ ନିଜ ପିଲାଙ୍କ ପାଇଁ କିଛି ସାମଗ୍ରୀ ଓ ତା ସ୍ତ୍ରୀ ପାଇଁ ଶାଢୀଟିଏ ଆଣି ଖୁସିରେ ଘରକୁ ଫେରିବା ବାଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ତାର ଜୀବନ ଚାଲିଗଲା । ଦୁର୍ଘଟଣାରେ ସ୍ବାମୀଙ୍କ ଜୀବନ ଚାଲିଯାଇଥିବା ଖବରପାଇ ତା ସ୍ତ୍ରୀର ଦୁଃଖ କଣ ? ସମସ୍ତ କଥାକୁ ଅଭିନୟ ମାଧ୍ୟମରେ ବଖାଣିଛନ୍ତି କୁନି କୁନି କଳାକାର।ଏହା ସହ ଗୁରୁତର ଯାତ୍ରୀଙ୍କୁ ରକ୍ତର ଆବଶ୍ୟକତା ଥିବା ଜାଣି ଯୁବକ ମାନେ କେମିତି ରକ୍ତଦାନ କରି ଜୀବନ ବଞ୍ଚାଇବା ପାଇଁ ବାହାରି ପଡ଼ିଥିଲେ ଏଭଳି ସମାଜକୁ ବାର୍ତ୍ତା ଦେଲାଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି “ମେହେର୍ ଏଣ୍ଟରଟେନମେଣ୍ଟ” (Meher Entertainment) ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ ହୋଇଥିବା ବେଳେ କମ୍ ସମୟ ମଧ୍ୟରେ ହଜାର ହଜାର ଦର୍ଶକ ଦେଖିଛନ୍ତି। ଏକ ହୃଦୟସ୍ପର୍ଶୀ ଘଟଣାକୁ ଜୀବନ୍ତ ଅଭିନୟ କରିଥିବା କୁନି କଳାକାର ମାନଙ୍କୁ ନିଜ ନିଜ ମତାମତ ଦେଇ ଉତ୍ସାହିତ କରିଛନ୍ତି ଦର୍ଶକ। ଏହି କ୍ଷୁଦ୍ର ଚଳଚ୍ଚିତ୍ରରରେ ମୁଖ୍ୟ ଅଭିନୟ ଥିବା ବାପା-ଶଶାଙ୍କ ଶେଖର ମେହେର, ମାଆ- ଅମିତ୍ ମେହେର ଅଭିନୟ କରିଥିବା ବେଳେ ପୁଅ- ଅଧିବାସ ମେହେର,ସ୍ଵାଧୀନ ମେହେର, ଅମିତ୍ ମେହେର, ରକ୍ତଦାତା- ବାଦଲ ମେହେର, ଶୁଭମ୍ ମେହେର,ବିନୋଦ ମେହେର,ମିଲନ୍ ମେହେର ଅଭିନୟ କରିଥିଲେ ଏବଂ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ କ୍ୟାମେରାମ୍ୟାନ ଅକୃର ମେହେର ସୁଟିଂ କରିଥିଲେ।

Related Post

ଭେକେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩ୟ ବାର୍ଷିକ ଉତ୍ସବ

Posted by - December 26, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଦୋଗଡାସ୍ଥିତ ଭେକେଟେଶ୍ୱର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩ୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସପାଲ ଅଭିନ୍ନ କୁମାର…

୧୭ତମ କଣ୍ଟାମାଳ ଲୋକ କଳା ମହୋତ୍ସବ ର ଶେଷ ସନ୍ଧ୍ୟା କଳା ସଂସ୍କୃତି ଅଞ୍ଚଳର ଏକତା କୁ ବାନ୍ଧି ରଖେ

Posted by - June 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ):କଣ୍ଟାମାଳ ହରିଶଙ୍କର କଳା ମଣ୍ଡପ ଠାରେ ଅନୁଷ୍ଠିତ ଲୋକ କଳା ମହୋତ୍ସବ ର ଉଦଯାପନୀ ସଂଧ୍ୟା ରେ ଆୟୋଜିତ ସାଂସ୍କୃତିକ ସଭା ରେ ମାନ୍ୟବର ଜଙ୍ଗଲ…

ପଶ୍ଚିମବଙ୍ଗ କାଳିଆଗଞ୍ଜ ର ନାଟ୍ୟଚକ୍ର କଳାକାରଙ୍କ କମାଲ

Posted by - December 26, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣି ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ…

ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ତୃତୀୟ ବାର୍ଷିକୀ ଉଛବ ଅନୁଷ୍ଠିତ

Posted by - October 5, 2021 0
ଯାଜପୁର:ଯାଜପୁର ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ର ତୃତୀୟ ବାର୍ଷିକୀ ଉଛଵ ଯାଜପୁର ଟାଉନ ସ୍ଥିତ ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ଗାନ୍ଧୀ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

Posted by - December 5, 2018 72
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ…