ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଆଜି ଏକ ଟେବୁଲ ଟପ କର୍ମଶାଳା ଆୟୋଜିତ ହୋଇଛି l ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଅଧ୍ୟକ୍ଷତା କରିଥିଲେ ।
ଓସଡମା ର ସଚିବ ତଥା ଆଇଟି ଏକ୍ସପର୍ଟ ସୌରଶ କୁମାର ବୋଷ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ତାଲିମ ଦେଇଥିଲେ l ଜିଲ୍ଲାର ପ୍ରତ୍ୟେକ ଲାଇନ ଡିପାର୍ଟମେଣ୍ଟ୍ ସମ୍ଭାବ୍ୟ ବନ୍ୟା ପରିସ୍ଥତିର ମୁକାବିଲା ପାଇଁ ନିଜେ ନିଜେ କେତେ ସଚେତନ ଅଛନ୍ତି ଏବଂ କିଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ ।
ଜିଲ୍ଲା ଜରୂରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ସଭା ପରିଚାଳନା କରିଥିଲେ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜରୂରୀ ଔଷଧ ମହଜୁଦ ରଖିବା, ପାନୀୟଜଳ ପଲିଥିନ, ସାନିଟାଇଜର, ଶୁଖିଲା ଖାଦ୍ୟ, ଗୋଖାଦ୍ୟ, ଭେକ୍ସିନ ଓ ଆମ୍ବୁଲେନସ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ବିଡ଼ିଓ , ଜଙ୍ଗଲ, ଜଳସେଚନ, ରାସ୍ତା , ସ୍ୱାସ୍ଥ୍ୟ ଆଦି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ l