ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାସ୍କୁଲ ପରିସରରେ ପୁଣ୍ୟାତ୍ମା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଧୋତ୍ସଵ ଅବସରରେ ଏକ ସର୍ଵଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ରାଜୀବ ମହାନ୍ତିଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଯାଜପୁର ପୌରପାଳିକାର ପୌରାଧକ୍ଷ ରଞ୍ଜୁଲତା ହୋତା ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ଦିବ୍ୟଲୋଚନ ମହନ୍ତ ଯୋଗ ଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ସମ୍ପର୍କରେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ସମାଜସେବୀ ସନ୍ତୋଷ ନନ୍ଦ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭୂପତି ଭୁଷଣ ମିଶ୍ର,ଶିକ୍ଷାବିତ ବଟକୃଷ୍ଣ ମହାପାତ୍ର,ଯହିରୁଦ୍ଧିନ ଖାନ ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ପରି ସେବା ମନୋବୃତି କୁ ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସକାଳୁ ବୈତରଣୀ ନଦୀର ଦସାଶ୍ୱମେଧ ଘାଟରେ ତିଳତର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ।