ବିରଜାକୃପା ସାହିତ୍ୟ ପରିବାର ପକ୍ଷରୁ କବିତାପାଠୋତ୍ସବ ଓ ରଜ ଉତ୍ସବ ପାଳନ

114 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ବିରଜାପୁର ଗ୍ରାମର ରାହାସ ମଣ୍ଡପରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିରଜାକୃପା ସାହିତ୍ୟ ପରିବାର ପକ୍ଷରୁ କବିତା ଆସର ଓ ରଜ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି।

ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ନିଗମାନନ୍ଦ ଧାର୍ମିକ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ଦେବ କୁମାର ରାଉତରାୟ,ସମ୍ମାନୀତ ଅତିଥି ଭାବେ ଯାଜପୁର ରୋଟାରୀ କ୍ଲବର ସଭାପତି ବଳରାମ ମହାନ୍ତିମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅନିଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଉପଦେଷ୍ଟା କବୟିତ୍ରୀ ବିନୋଦିନୀ ଦାଶଙ୍କ ସ୍ୱରଚିତ କବିତା ପୁସ୍ତକ “ମନ ମନ୍ଦିର”ର ଶୁଭ ଉନ୍ମୋଚନ କରିବା ସହିତ ରଜପର୍ବକୁ ମନଭରୀ ଉପଭୋଗ କରିବା ପାଇଁ ପରିବାର ତରଫରୁ ପୋଡିପିଠା ଓ ପାନ ଭଙ୍ଗାର ଏକ ସୁନ୍ଦର ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। ପରିଶେଷରେ କବି ଜିତେନ୍ଦ୍ର କୁମାର ବେହେରା ଓ କବି ଗଣେଶ୍ୱର ବେହେରାଙ୍କ ସଂଯୋଜନାରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତାପାଠ କରିଥିଲେ।

Related Post

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ

Posted by - October 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ତାରିଖରେ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ଜିଲ୍ଲା ଟ୍ରେନିଂ ବୌଦ୍ଧ ରେ ପାଳିତ ହୋଇଛି!ଏହିକାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ମୁଖ୍ୟ…

ଜୟପାଟଣା ରେ ସାରସ୍ଵତ ଆଶର

Posted by - November 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ଜୟପାଟଣା ଚଞ୍ଚରାପଡ ସ୍ଥିତ ଓଁକାରେଶ୍ଵର ଶିବ ମନ୍ଦିର ଠାରେ ଜୟପାଟଣା ସାହିତ୍ୟ ସାଂସଦ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ସାରସ୍ଵତ ଆସର…

ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

Posted by - June 21, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାର ସଂଗ୍ରହାଳୟ ପରିସରରେ ବୁଧବାର ସକାଳ 9 ଘଣ୍ଟା 30ମିନିଟ ଘଣ୍ଟା ସମୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଂଗ୍ରହାଳୟରେର…

ମାଓବାଦୀ ଙ୍କ ଶହୀଦ ସପ୍ତାହ କୁ ନେଇ ପୋଲିସ ର ସତର୍କତା

Posted by - December 7, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳରେ ପୋଲିସ ତରଫରୁ ମାଓବାଦୀ ଙ୍କ ସହିଦ ସପ୍ତାହ କୁ ନେଇ ବେଶ ସତର୍କ ଥିବା ଦେଖା ଯାଇଛି…

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଂସାରିଗୁଡା କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ

Posted by - September 17, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରିଗୁଡା ଠାରେ ଅବସ୍ଥିତ ହେବାକୁ ଥିବା ବକ୍ସାଇଟ କାରଖାନା ସରକାରଙ୍କ ପ୍ରତିଶୃତି କ୍ରମେ…