ହରଭଙ୍ଗା ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

61 0

ହରଭଙ୍ଗା: ୧୭/୦୬ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ରେ ତତ୍କାଳୀନ ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଙ୍କ ବଦଳି ପରେ ଦୀର୍ଘ ଦିନ ହେଲା ଉକ୍ତ ପଦବୀ ଖାଲି ପଡ଼ିଥିଲା ।  ଏପରିକି ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଙ୍କୁ ତହସିଲଦାର ଭାବେ କାର୍ଯ୍ୟଭାର ଦିଆଯାଇଥିଲା । ଏନେଇ ଶୁକ୍ରବାର ଦିନ ଦେବଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ସୁଶ୍ରୀ ଶିବାନୀ ଦାସ ହରଭଙ୍ଗା ତହସିଲଦାର ଭାବେ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି ।

ଏନେଇ ତହସିଲଦାର ଙ୍କ ଯୋଗଦାନ ପରେ ଠିଡିକାଜୋର ରଥ ମହୋତ୍ସବ କମିଟି ପକ୍ଷରୁ ତହସିଲଦାର ଙ୍କୁ ଶୁଭେଚ୍ଛା, ସ୍ୱାଗତ ଜଣାଇଥିବା ବେଳେ ଶନିବାର ଦିନ ଓଡିଶା ସାମ୍ବାଦିକ ସଙ୍ଘ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମାଁ ଭୈରବୀ ଙ୍କ ଫୋଟ ପ୍ରତିଛବି କୁ ସଙ୍ଘ ପକ୍ଷରୁପ୍ରଦାନ କରାଯାଇଥିଲା ।

ପରେ ତହସିଲଦାର ସାମ୍ବାଦିକ ମାନଙ୍କ ସହ ତହସିଲ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ନୂତନ ତହସିଲଦାର ଙ୍କୁ ତହସିଲ ର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ର ଅଗ୍ରଗତୀ ପାଇଁ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ ।  ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଙ୍କ ସମେତ ସଙ୍ଘ ର ସମ୍ପାଦକ ଭାଗବତ ମେହେର, ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ବିଭୁଦତ୍ତ ବୋଷ, ବାସୁଦେବ ସାହୁ, ସୁଶାନ୍ତ ବେହେରା, କୁମୁଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂଆଖାଇ ପୂର୍ବରୁ ଗାଁ ସଫାଇ ଆରମ୍ଭ କଲେ ସରପଞ୍ଚ, ଅସହାୟ ଙ୍କୁ ବାଣ୍ଟିଲେ ନୂଆଖାଇ ତିହାରୀ ସାମଗ୍ରୀ

Posted by - August 24, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ I ନୂଆଖାଇ ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି। ଖପ୍ରାଖୋଲ ବ୍ଲକ୍ ଧଣ୍ଡମୁଣ୍ଡା ପଞ୍ଚାୟତ ସରପଞ୍ଚ ବୈଦ୍ୟନାଥ…

ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ

Posted by - January 3, 2022 0
ମୁନିଗୁଡା:(ରମାକାନ୍ତ ପୋଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କନ୍ତରାବାଲି ଗାଁ ରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧା ଙ୍କ ମୃତ୍ୟୁ । ମୃତକ ଜଣକ କନ୍ତରାବାଲି ଗାଁ…

ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ବ୍ଲକ ସ୍ତରୀୟ କ୍ୟାମ୍ପ କୋର୍ଟ

Posted by - February 1, 2023 0
ନବରଙ୍ଗପୁର:୩୧/୦୧(ବେଣୁ ଗୋପାଳ ରାଓ)ନନ୍ଦାହାଣ୍ଡି ପଂଚାୟତ ସଭା ଗୃହରେ ଆଜି ଜିଲ୍ଲା ଶିଶୁ ମଙ୍ଗଳ କମିଟି ର କ୍ୟାମ୍ପ କୋର୍ଟ ଡାବୁଗାଁ ପଂଚାୟତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି…

ନିଶାସେବନକାରି ବ୍ୟକ୍ତିଙ୍କ ପାଇଁ ଆଜି ସମାଜ ଓ ବହୁତ୍ ପରିବାର ଅଶାନ୍ତି/ଦୁଃଖରେ – ଦାୟି କିଏ ?

Posted by - September 19, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସମାଜରେ ବଞ୍ଚିବାକୁ ହେଲେ ମଣିଷକୁ ଗୋଟିଏ ସୁଖୀ ପରିବାର, ରୋଜଗାର ଏବଂ ଶାନ୍ତି ଦରକାର। ଏହି ଖୁସି ପାଇବାକୁ ହେଲେ…

ଚତୁର୍ଥ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି: ୨୭ ଜଣ ଛାତ୍ରଛାତ୍ରୀ ପାଇଲେ ଆର୍ଥିକ ସହାୟତା

Posted by - July 16, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସୁଦୂର ଆମେରିକାରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର…