ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ନିଆଁ ଲାଗି ଜଳିଗଲା ଚାରି ବଖରା ଘର ଓ ପୋଡିଗଲା ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସାହାଜବାହାଲ ଗାଁର ଜୁରାବୁନ୍ଦଳି ସାହିର ସୁବଳ ପୂଝାରୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ।
ଚାଷଜମି ନିଆରେ ସୁବଳଙ୍କ ୪ ଟି ଚାଲଘର ସହିତ ଗୋଟିଏ ଗାଇ ଗୁହାଳ ଏବଂ ୪୫ ପ୍ୟାକେଟ ଧାନ,୨୦ ପ୍ୟାକେଟ ସାର ,୫ hp ମଟର ପାଇଫ,୨ ଗୋଟି କିରୋସିନ ମଟର ସହିତ ଖାଇବା ଚାଉଳ ଓ ଘରର ଅସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି ।
କିଛି ଦୁର୍ବୁତ୍ତ ବିଲରେ ନଡ଼ା ପୋଡିବା ପାଇ ନିଆଁ ଲଗାଇଥିବାରୁ ଲକ୍ଷ୍ୟାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳକୁ ବିନିକା ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ ବି ସବୁ ପୋଡି ନଷ୍ଟ ହୋଇ ଯାଇଥିଲା ।