Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପଶ୍ଚିମ ଓଡ଼ିଶା ର କର୍କଟ ରୋଗୀ ଙ୍କ ପାଇଁ ଦେବଦୁତ ସାଜିଛନ୍ତି ଡାକ୍ତର ଆଶୁତୋଷ

67 0

କର୍କଟ ରୋଗୀ ଙ୍କ ସଚେତନତା ସହ ଗରିବ ଲୋକ ଙ୍କୁ ଦେଉଛନ୍ତି ମାଗଣା ପରାମର୍ଶ 

ଭୁବନେଶ୍ବର/ବଲାଙ୍ଗୀର:(ନରେନ୍ଦ୍ର ନେଗୀ) ବର୍ତ୍ତମାନ ପଶ୍ଚିମ ଓଡ଼ିଶା ପାଲଟିଛି କର୍କଟ ରୋଗ ର ଭୁସ୍ଵର୍ଗ l ସଚେତନତା ଅଭାବ ଯୋଗୁଁ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢିବା କୁ ଲାଗୁଛି l ଏହି ପରିସ୍ଥିତି ରେ କଣ୍ଟାବାଞ୍ଜି ର ଡ଼ାକ୍ତର ଆଶୁତୋଷ ଦାସ ଶର୍ମା କର୍କଟ ରୋଗ ବିଶେଷଜ୍ଞ ଏହି ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୁତ l କଣ୍ଟାବାଞ୍ଜି ର ପ୍ରଖ୍ୟାତ ଓକିଲ ବିଷ୍ଣୁ ପ୍ରସାଦ ଶର୍ମା ଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି ଡାକ୍ତର ଆଶୁତୋଷ, କଣ୍ଟାବାଞ୍ଜି ସରକାରୀ ହାଇସ୍କୁଲରେ ଅଧ୍ୟୟନ କରି ବାଙ୍ଗାଲୋର ମେଡିକାଲ କଲେଜ ଓ ରିସର୍ଚ୍ଚ ରୁ ୨୦୦୭ ମସିହା ରେ ଏମବିବିଏସ ପାସ୍ କରିଥିଲେ ।

ଏହାପରେ ୨୦୧୪ ରେ ଗୁଜରାଟର ଅହମଦାବାଦ କ୍ୟାନ୍ସର ରିସର୍ଚ୍ଚ ସନ୍ସ୍ଥାରୁ ରୁ କର୍କଟ ରୋଗରେ ଏମ୍ ଡି ହୋଇ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇ ରେ ୨ ବର୍ଷ ପ୍ରସିକ୍ଷୁ ଚିକିତ୍ସକ ହୋଇ କାର୍ଯ୍ଯ କରିଥିଲେ। ଏହା ସହ ରାୟପୁର ଛତିଶଗଡ ବାଲକୋ କ୍ୟାନ୍ସର ହସପିଟାଲ ରେ ସେବା ଦେଲା ପରେ ବର୍ତ୍ତମାନ ଏନଏଚଏମଏମଆଇ ନାରାୟନା ରାୟପୁର ରେ ଚାକିରି କରୁଛନ୍ତି ।ହେଲେ ପଶ୍ଚିମ ଓଡ଼ିଶା ର ସମସ୍ତ କୌଣସି ଲୋକଙ୍କୁ କର୍କଟ ରୋଗ ପାଇଁ ସହଯୋଗ କରିଥିବା ନଜିର ରହିଛି ।

ଗରିବ ଲୋକ ଙ୍କୁ ମାଗଣା ପରାମର୍ଶ ଦିଅନ୍ତି ଡାକ୍ତର ଆଶୁତୋଷ ସମୟ ସମୟ ରେ ନିଜ ଜନ୍ମମାଟି କଣ୍ଟାବାଞ୍ଜି ରେ ମାଗଣା ପରାମର୍ଶ ଶିବିରରେ ଯୋଗ ଦେବା ସହବିଭିନ୍ନ ଅନୁଷ୍ଠାନ ରେ ମାଗଣା ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦିଅନ୍ତି। ଏପରି କି କୌଣସି ଆୟୋଜନ ପାଇଁ ନିଜର କୌଣସି ଫିସ ନିଅନ୍ତି ନାହିଁ । ଏହା ସହ କେମିତି ଲୋକ ଭଲ ଚିକିତ୍ସା କରାଇ ପାରିବେ ସେଥିପାଇଁ ସବୁ ବେଳେ ଚେଷ୍ଟା କରନ୍ତି।ତାଙ୍କ କହିବା ଅନୁଯାୟୀ ଧୁମ୍ରପାନ, ସଚେତନତା ଅଭାବ, ଅନିୟନ୍ତ୍ରିତ ଖାଦ୍ୟ, ଜୀବନଶୈଳୀ ର ଅସନ୍ତୁଳନ ଯୋଗୁଁ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।

ବର୍ତ୍ତମାନ ମଧ୍ୟ ଆମର ପଶ୍ଚିମ ଓଡ଼ିଶା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ବହୁ ପଛରେ ରହିଛି ।”କଣ୍ଟାବାଞ୍ଜି ମୋ ଜନ୍ମମାଟି ଅଟେ ଏବଙ୍ଗ ଏହା ସହ ପଶ୍ଚିମ ଓଡ଼ିଶା ଲୋକ ଙ୍କ ପାଇଁ ଯଦି ମୁଁ କିଛି କରି ପାରେ ଏହା ମୋ ପାଇଁ ବହୁ ଗର୍ବ ର ବିଷୟ” ବୋଲି ଡାକ୍ତର ଆଶୁତୋଷ ନିଜ ପ୍ରତିକ୍ରିୟା ରଖିଛନ୍ତି । ଡାକ୍ତର ଆଶୁତୋଷ ଙ୍କ ଏହି ସେବା ମନୋଭାବ କୁ କଣ୍ଟାବାଞ୍ଜି ବାସୀ ଭୁରି ଭୁରି ପ୍ରସଂଶା କରୁଥିବା ବେଳେ ପଶ୍ଚିମ ଓଡ଼ିଶାର ବହୁ ଅନୁଷ୍ଠାନ ତାଙ୍କ ଏହି ସେବା ମନୋଭାବ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି l

Related Post

ବେସାହାରା ଙ୍କ ସାହାରା ସାଜିଛି ଜୀବନସାଥି ସ୍ଵଚ୍ଚାସେବୀ ସଙ୍ଗଠନ ,ଯିଏ ଅନ୍ୟ ଓଠରେ ହସ ଦେଇ ପାରେ

Posted by - October 25, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ତା ଉପରେ ସବୁବେଳେ ପାଇଁ ଇଶ୍ଵରଙ୍କ ଆଶିର୍ବାଦ ଥାଏ।ମାନବ ସେବା ହିଁ ମାଧବ ସେବା,ସେବା ହିଁ ଧର୍ମ ସେବା ହିଁ କର୍ମ। ଏହି ମହାନ ବାର୍ତ୍ତା…

ଲଷ୍ମୀପୂଜା ଅବସରରେ ରାମାୟଣ ପାରାୟଣ

Posted by - October 21, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଗଜଳଷ୍ମୀ ପୂଜା ଅଵସରରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ ଖମାରିପଡା ରେ ରାମାୟଣର ସୁନ୍ଦରାକାଣ୍ଡ ପାରାୟଣ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ୟାସ ଭାବେ…

ବାଂଲାଦେଶ ମୁକ୍ତି ସଂଗ୍ରାମ ପାଇଁ “ବିଜୟ ଦିବସ”

Posted by - December 21, 2021 0
ବୌଦ୍ଧ : (ସମରେଶ ମିଶ୍ର )୧୯୭୧ ମସିହାରେ ଭାରତୀୟ ସୈନ୍ୟ ବାହିନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ବପ୍ନ କୁ ସକାରାତ୍ମକ କରିବାକୁ ଆଗଭର ହୋଇ ପଶ୍ଚିମ…

ସିହିନି ଗ୍ରାମବାସୀ ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ,ରାସ୍ତା ନିର୍ମାଣ ପାଇଁ ଦେଲେ ନିଜ ଜାଗା

Posted by - April 17, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ଇଞ୍ଚିୟେ ଜାଗା ପାଇଁ ନାନା ଝଗଡ଼ା ହେଉଥିବା ବେଳେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମବାସୀ ଲୋକଙ୍କ ପାଇଁ ଉଦାହରଣ…

ଅଧ୍ୟାପକ ଙ୍କୁ ରେଡ କ୍ରସ ର ସର୍ବୋଚ୍ଚ ଜାତୀୟ ପୁରସ୍କାର

Posted by - July 23, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡ କ୍ରସ ର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସ ଙ୍କୁ…