Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କୁସଙ୍ଗ ବନ୍ୟପ୍ରାଣୀ ଜଙ୍ଗଲ ରେ ଆଜି ଠୁ ବାଘ ଗଣନା କାର୍ଯ୍ୟ ଆରମ୍ଭ ,୬ ଦିନ ଧରି ଗଣନା ଚାଲିବ,୩୩ ଜଣ କର୍ମଚାରୀ ନିୟୋଜିତ

51 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ସରକାର ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ନେଇ ସର୍ବଦା ତତ୍ପର ରହୁଥିବା ବେଳେ ଶନିବାର ଦିନ ମହାନଦୀ ବନ୍ୟ ପ୍ରାଣୀ କୁସଙ୍ଗ ରେଞ୍ଜ ବନ୍ୟପ୍ରାଣୀ ଅଭ୍ୟାରଣ୍ୟ ଭିତରେ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ବାଘ ଗଣନା ସହ ମାଂସାସୀ ଓ ତୃଣ ଭୂଜିଯିବଯନ୍ତୁ ଅନ୍ୟପଟେ ବୃକ୍ଷଳତା ଗୁଳ୍ମ ଅନାବନା ଘାସ ଆଦି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି l ସୂଚନା ମତେ ଉକ୍ତ ଅଭ୍ୟାରଣ୍ୟ ର୧୧ ଟି ବିଟ କୁସଙ୍ଗ, ନଣ୍ଡାଗାଡୁ, ଶ୍ରୀପାଜୁ, ପଦ୍ମତୋଳା, ସିମିଗୁଡା, କୁମାରୀ, ଅତଲସରା, ସୁନା ଖଣିଆ, ମାରଡ଼ା, ଲେନ୍ଦ୍ରା କେଜୁ, ହିଞ୍ଜଳ ଆଦି ଅଭ୍ୟାରଣ୍ୟ ଅଞ୍ଚଳ ରେ 33ଜଣ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସ୍କୁଆଡ଼ କର୍ମଚାରୀ ମାନେ ମିଳିତ ଭାବେ ଗଣନା କାର୍ଯ୍ୟ ରେ ନିୟୋଜିତ ଥିବା ବିଭାଗ ପକ୍ଷରୁ ଜଣାପଡିଛି l ଗଣନା କାର୍ଯ୍ୟ କୁ ନେଇ ଯିବ ଜନ୍ତୁର ପାଦ ଚି଼ହ୍ନ କୁ ସୁବିଧା ରେ ଜାଣିବା ପାଇଁ ଅଭ୍ୟାରଣ୍ୟ ଭିତରେ ୧୬୫ଟି (ପି, ଆଇ. ପି ) ଗାତ ଖୋଳା ଯାଇଛି l ଯାହାଦ୍ୱାରା କି ଜୀବଜନ୍ତୁ ମାନେ ଜଙ୍ଗଲ ମଧ୍ୟରେ ଯାତାୟାତ ସମୟ ରେ ଏହି ଗାତ ଉପରେ ପାଦ ଚିହ୍ନ ରହିଥାଏ l ଅନ୍ୟପଟେ ତୃଣ ଭୂଜି ପ୍ରାଣୀ ମାନଙ୍କ ପାଇଁ ୧୧ ଗୋଟି ବିଟ ରେ ୧୧ ଟି ଟ୍ରାନଜକ ଲାଇନ ଚିନ୍ହଟ ପାଇଁ ବ୍ୟବସ୍ତା କରାଯାଇଛି l

ପ୍ରତି ଟ୍ରାନଜକ ଲାଇନ ରେ ସିସିଟିଭି ଲଗାଇବା ସହ ଅଭ୍ୟାରଣ୍ୟ ପ୍ରାଣୀ ଙ୍କ ଗତି ଵିଧି ଉପରେ ନଜର ରଖିଛି l ଏହି ଗଣନା ଟି୧୭ ରୁ ୧୯ ତିନିଦିନ ମାଂସାସୀ ଓ ତୃଣଭୂଜି ପ୍ରାଣୀ ଙ୍କ ପାଇଁ ହୋଇଥିବା ବେଳେ ୨୦ ତାରିଖରୁ ୨୨ ତାରିଖ ତିନିଦିନ ତୃଣ ଭୂଜି ପ୍ରାଣୀ, ସହ ବୃକ୍ଷଳତା, ଗୁଳ୍ମ, ଅନାବନାଘାସ ଇତ୍ୟାଦି ସର୍ଭେ କରାଯିବ l ବିଶେଷ କରି ବର୍ତମାନ ଗ୍ରୀଷ୍ମ ଋତୁ ହୋଇଥିବାରୁ ଯିବ ଜନ୍ତୁ ମାନେ ପାଣି ପାଇଁ ମହାନଦୀ କୂଳକୁ ପିଇବା ପାଇଁ ଆସୁଥିବା ବେଳେ ଜୀବଜନ୍ତୁ ଙ୍କ ପାଦ ଚିହ୍ନ ନଦୀ ବାଲିପଠା ଉପରେ ପଡ଼ିଥିବା ରୁ ଗଣନା କାର୍ଯ୍ୟ ରେ ତାହା ମଧ୍ୟ ଆମକୁ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l ଅନ୍ୟପଟେ ବର୍ତମାନ ୬ ଦିନ ଧରି ଗଣନା କାର୍ଯ୍ୟ ଚାଲୁଥିବାରୁ ଅଭ୍ୟାରଣ୍ୟ ର ଶୀତଳ ପାଣି ଠାରୁ ବଡ଼ମୂଳ ପର୍ଯ୍ୟନ୍ତ ଯିବା ଆସିବା ବନ୍ଦ ରହିବ ବୋଲି କୁସଙ୍ଗ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି l

Related Post

ଗାନ୍ଧିଜୀଙ୍କ ର ଓଡ଼ିଶା ଆଗମନ ର ଏକଶତ ବର୍ଷ ପୂର୍ତ୍ତି ଅବସରରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀଯୁକ୍ତ ଦଧିଚି ସାହୁ ଙ୍କୁ ସମ୍ବର୍ଦ୍ଧନା।

Posted by - March 24, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ଯାଜପୁର ଜିଲ୍ଲା ତଥା ବରୀ ବ୍ଲକ କଳାମାଟିଆ ପଞ୍ଚାୟତର ବରିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦଧିଚି ସାହୁ ଙ୍କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ…

ଛତ୍ରଙ୍ଗ ଗ୍ରାମପଞ୍ଚାୟତରେ ଭୋଟ ପରବର୍ତ୍ତୀ ହିଂସା

Posted by - March 4, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତକାଲି ରାତି ୦୮ଟା ସମୟରେ ନାମ ସଙ୍କୀର୍ତ୍ତନ ସାରି ନେଡିସାହିଠାରୁ ନିଜ ଗ୍ରାମ ଝାରଖମଣ ଫେରୁଥିବା ବେଳେ ଝାରଖମଣ ଛକ ନିକଟରେ ବିନୋଦ ମଲିକଙ୍କୁ ତାଙ୍କ…

୧୧% ମହଙ୍ଗା ଭତ୍ତା ପାଇଁ ଦାବି କଲା ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ

Posted by - July 23, 2021 0
ନବରଙ୍ଗପୁର ୨୨/୭:(ବେଣୁ ଗୋପାଳ ରାଓ) ରାଜ୍ୟ ସରକାରୀ କର୍ମଚାରୀ ଙ୍କ ବର୍ଦ୍ଧିତ ୧୧% ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଓଡିଶା ରାଜସ୍ୱ ଅମଲା…

ପୁରୁଣାକଟକ ପତଞ୍ଜଳି ଯୋଗ ସମିତିର ଶୋକସଭା

Posted by - August 17, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଯୋଗକେନ୍ଦ୍ରରେ ଆଜି ସକାଳ ୬ ଘଟିକା ସମୟରେ ପ୍ରେମାନନ୍ଦ ପାଢ଼ୀ ଙ୍କ ଅମର ଆତ୍ମା ର ଶାନ୍ତି ପାଇଁ ଶୋକସଭା…

ସୁବର୍ଣ୍ଣପୁରରେ ସାମ୍ବାଦିକଙ୍କୁ ସ୍ଵତନ୍ତ୍ର ବୁଷ୍ଟର ଡୋଜ ପ୍ରଦାନ

Posted by - July 21, 2022 0
ସୋନପୁର: (ଅଜିତ କୁମାର ପୂଜାହାରୀ) ସୋନପୁର ସହର ର ଏନଜିଓସିସି ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ୱାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ଗ୍ରହଣ କରାଯାଇ ଆଜି…