ଖପ୍ରାଖୋଲ: ୧୬/୦୬( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ହିର୍ଲି ଗାଁ ଓ ଲୁହାସିଂହା ପଞ୍ଚାୟତ କଦଳୀଝରନ ଗାଁ ସୀମାନ୍ତରେ ହେଉଥିବା ପୋଖରୀ କାମକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଦେଖାଦେଇଛି । ପୋଖରୀ କାମଟି କଦଳୀଝରନ ଗାଁ ର ସୀମା ମଧ୍ୟରେ ହେଉଥିବା ଅଭିଯୋଗ କରି ପୂର୍ବରୁ ଗ୍ରାମ ବାସୀ ପ୍ରଶାସନ କୁ ଜଣାଇଥିବା ବେଳ ହୀର୍ଲି ଗ୍ରାମ ବାସୀ ମଧ୍ୟ ଶୁକ୍ରବାର ବିଡ଼ିଓ ଙ୍କୁ ଭେଟି ପୋଖରୀ କାମ କରାଇବାକୁ ଦାବୀ କରିଛନ୍ତି।
ସୂଚନା ଅନୁସାରେ ବାଘମୁଣ୍ଡ ପଞ୍ଚାୟତ ତରଫରୁ ହିର୍ଲୀ ଗାଁ ଚାଷୀଙ୍କ ଦାବୀ ଆଧାରରେ କଦଳିଝରନ ଗାଁ ସୀମାନ୍ତ ଜଙ୍ଗଲ ପାଖରେ ଛଞ୍ଚାଣ ମୁଣ୍ଡା ରେ ପୋଖରି ଖନନ କାମ ଆରମ୍ଭ ହୋଇଥିଲା ଏହାକୁ ବିରୋଧ କରି କଦଳିଝରନ ଗାଁ ତରଫରୁ ଦୁଇଦିନ ତଳେ ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହୀର୍ଲୀ ଗ୍ରାମର ଶତାଧିକ ମହିଳା ପୁରୁଷ ବିଡ଼ିଓଙ୍କୁ ଭେଟି ପୋଖରୀ କାମ କରାଇବାକୁ ଦାବୀ କରିଛନ୍ତି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହେଉଥିବା ଏହି ପୋଖରୀ କାମ କୁ ନେଇ ଦୁଇ ଗାଁ ମଧ୍ୟରେ ତୁତୁ ମେମେ ଅବସ୍ଥା ହେଉଛି। ଏନେଇ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା ଙ୍କୁ ପଚାରିବାରୁ ଏହି ସମସ୍ୟାର ସମାଧାନ ପାଇଁ ଲୁହାସିଂହା ଓ ବାଘମୁଣ୍ଡ ପଞ୍ଚାୟତ ସରପଞ୍ଚଙ୍କ ସହ ଆଲୋଚନା ପରେ ହେବ ବୋଲି କହିଛନ୍ତି।