ବୌଦ୍ଧ / କନ୍ଧମାଳ:(ଚିତ୍ତରଞ୍ଜନ ସିଂହ)ହେଲିକପ୍ଟର ଯୋଗେ ଅପରାହ୍ନ ଚାରିଟା ରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ୨ ଦିନିଆ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ସ୍ଥିତ ଗୂଦାରୀ ଏରୋଡ୍ରମ ପଡିଆରେ ଓଲ୍ଲlଇ ଥିଲେ l ସେଠାରୁ କାର ଯୋଗେ ଖଜୁରୀପଡା ବ୍ଲକ ବଳସକୁମ୍ପା ସ୍ଥିତ ମା ବରାଳଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିର କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ l
ସେଠାରୁ ଫୁଲବାଣୀ ଆସି ଷ୍ଟାଡିୟମ ର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ,ସ୍ଥାନୀୟ ଜନସାଧାରଣ ଙ୍କୁ ଭେଟି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ସମସ୍ୟl ସମ୍ପର୍କରେ ଆଲୋଚନା କରିଥିଲେ lଏହାପରେ ଫାଇଭ ଟି ସଚିବ ପାଣ୍ଡିଆନ ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ବୁଲିଦେଖି ଥିଲେlଏହାପରେ ସ୍ଥାନୀୟ କରୋନେସନ ପଡିଆ ଠାରେ ମିଶନ ଶକ୍ତି ମହିଳା କ୍ୟାଡର ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ lଶେଷରେ ପୋଲିସ ରିଜର୍ଭ ପଡ଼ିଆରେ କଲେଜ ଛାତ୍ରଛାତ୍ରୀ ଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ l
ପାଣ୍ଡିଆନ ଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମାନ ଗ୍ରହଣ କରାଯିବା ଲାଗି କନ୍ଧମାଳ ଏସପି ଶୁଭେନ୍ଦୁ କୁମlର ପାତ୍ର ବିଭିନ୍ନ ଥାନା ଓ ଅଧସ୍ତନ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି lସେହିପରି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଆସନ୍ତାକାଲି ଫିରିଙ୍ଗିଆ, ବାଲିଗୁଡା, ଦାରିଙ୍ଗିବାଡି ଜି. ଉଦୟଗିରି ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଛି l
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଙ୍କ ସମେତ ବିଧାୟକ , ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଫୁଲବାଣୀ ପୂର୍ତ୍ତ ବିଭାଗ ର ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଭାତ କୁମାର ଦାସ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ଓ ଫାଇଭ ଟି ସଚିବ ଙ୍କୁ ବିଭିନ୍ନ ପ୍ରକଳ୍ପ ସମ୍ପର୍କ ରେ ଅବଗତ କରାଇଥିଲେ l