ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବିଦ୍ୟୁତ ଯୋଗାଣର ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଁ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଟାଟା କମ୍ପାନୀର କନିଷ୍ଠ ଯନ୍ତ୍ରୀ, ବାଉଁଶୁଣୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଆଜି ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ର ସମସ୍ତ ଜିଲ୍ଲା ରେ ଅବସ୍ଥିତ ଟାଟା କମ୍ପାନୀ ବିଦୂତ ବିତରଣ କାର୍ଯ୍ୟ।ଲୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ଅନୁଯାୟୀ ଟାଟା ପାୱାର କଂପାନୀ ସହକାରୀ ଯନ୍ତ୍ରୀ ବାଉଁଶୁଣୀ କାର୍ଯ୍ୟାଳୟ ଆଗରେ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା
ବିକ୍ଷୋଭ ସମୟରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଲା ପଡିଥିଲା । ପୂର୍ବରୁ ସୂଚନା ଥିଲେ ମଧ୍ୟ କାର୍ଯ୍ୟାଳୟ ନ ଖୋଳିବା ତାଙ୍କର ଏକଛତ୍ରବାଦ ନୀତି ନମୁନା । ସାଧାରଣ ଲୋକଙ୍କୁ ଠିକରେ ସେବା ମିଳୁ ନ ଥିବା କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ଆଗାମୀ ଦିନରେ କିପରି ଅଘୋଷିତ ବିଦ୍ୟୁତ କାଟ ନ ହେବ ସେଥିପାଇଁ ବିକ୍ଷୋଭ କରିବା ସହିତ ଆଗାମୀ ଦିନରେ ଵିଦ୍ୟୁତ କାଟ ନହେବ ବିକ୍ଷୋଭ କରିଥିଲେ ।
ଯଦି କଟା ଯାଏ ହୁଏ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ବକ୍ତବ୍ୟ ରଖିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପଧାନ, ତ୍ରିବିକ୍ରମ ମହାକୁଳ, ଅଜିତ ମହାକୁଳ, ନୃସିଂହ ପ୍ରଧାନ, ମୋହନ ପାତ୍ର, ଶ୍ରୀଧର ମହାକୁଳ, କିଶୋର ସିଂହ, ସିଦ୍ଧେଶ୍ୱର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମେହେର, ରାଜେଶ ବାରିକ, ସୁଧାସାର ଦନ୍ତା, ରଞ୍ଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।