ରଜ ସଂକ୍ରାନ୍ତି ଅବସରରେ ବନଦୁର୍ଗା ବରିଷ୍ଠ ନାଗରିକ ଗୃହ ର ଅନ୍ତେବାସୀ ଙ୍କ ସହ ହସ, ଖୁସି ରେ ସାମିଲ ହୋଇଥିଲେ ଆର୍ଟ ଅଫ ଲିଭିଙ୍ଗ “ହ୍ୟାପିନେସ ପ୍ରୋଗ୍ରାମ ” ର ସଦସ୍ୟ, ସଦସ୍ୟl l

128 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ଗତକାଲି ରଜ ସଂକ୍ରାନ୍ତି ଅବସରରେ ଆର୍ଟ ଅଫ ଲିଭିଂ ର ସଦସ୍ୟl ତଥା କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷl ରାଜଲକ୍ଷ୍ମୀ ବିଶ୍ୱାଳ, ସଦସ୍ୟ ବିଜୟ କୁମାର ପ୍ରଧାନ, ଯୋଗ ଶିକ୍ଷ୍ୟୟତ୍ରୀ ସୁନିତା ଦାଶ, ମୁକ୍ତେଶ୍ଵର ସାହୁ ହରଭଙ୍ଗା ବ୍ଲକ, ଝାଡ଼ରାଜିଙ୍ଗ ର ବରିଷ୍ଠ ନାଗରିକ ଗୃହ “ବନଦୁର୍ଗା ” ରେ ଦିବା ୧୨ ଘଟିକା ସମୟରେ ପହଂଚିଥିଲେ l ସେଠାରେ ବନଦୁର୍ଗା ର ଅନ୍ତେବାସୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କ ସୁବିଧା, ଅସୁବିଧା ବୁଝିଥିଲେ l ସେଠାରେ ସମସ୍ତ କକ୍ଷ ବୁଲି ଦେଖିଥିଲେ l ଅନ୍ତେବାସୀ ଙ୍କୁ ଫଳ, ପିଠା, ବସ୍ତ୍ର ବଣ୍ଟନ କରିଥିଲେ l ଅତିଥିଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଯୋଗ ଦେଇଥିଲେ l

ଏହି ଅବସରରେ ଅନ୍ତେବାସୀ ଙ୍କ ସହ ନୃତ୍ୟ, ଗୀତ, ଭଜନ, କୀର୍ତ୍ତନ ରେ ସମସ୍ତେ ମସଗୁଲ ରହିଥିବା ବେଳେ ସେଠାରେ ଏକ ଉତ୍ସବ ର ମାହୋଲ ସୃଷ୍ଟି ହୋଇଥିଲା l ଅନ୍ତେବାସୀ ମାନେ ସଂଗୀତ ପରିବେଷଣ କରିଥିଲେ l ବୃଦ୍ଧା “ଗୀତା ସାହୁ ” ନିଜର ସୁ ମଧୁର କଣ୍ଠ ରେ ଗୀତ ଗାଇଥିଲେ, ଯାହାକି ଅତିଥି ଙ୍କ ମନ ମୁଗ୍ଧ କରିଥିଲା l ଗ୍ରୀଷ୍ମ ର ପ୍ରଖର ତାତି ରେ ମଧ୍ୟ ସମସ୍ତ ଅନ୍ତେବାସୀ (୩୦ ଜଣ ) ଧର୍ଯ୍ୟ ର ସହ ଉପସ୍ଥିତ ରହି ଅତିଥି ମାନଙ୍କ ସହ ନୃତ୍ୟ, ଗୀତ ରେ ମଜ୍ଜି ଯାଇ ଭୋକ ଶୋଷ ଭୁଲି ଯାଇଥିଲେ l

ବନଦୁର୍ଗା ର ସଂଯୋଜକ ସନ୍ତୋଷ କୁମାର ରାଉତ, ଏମ. ଟି. ଏସ. ପ୍ରତିମା ମହାପାତ୍ର ମଧ୍ଯ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ l ସଦସ୍ୟl ରାଜଲଷ୍ମୀ ବିଶ୍ୱାଲ ଗଣେଷ ଙ୍କ ବନ୍ଦନା ସହ ଗୁରୁ ବନ୍ଦନା ଗାନ କରିଥିଲେ l ଯାହାକି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଅନ୍ତେବାସୀ ଙ୍କ ଖୁସି କୁ ଦ୍ବିଗୁଣିତ କରିଥିଲା l ଶେଷରେ ସଦସ୍ୟl ସୁନିତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନ୍ତେବାସୀ ମାନେ ଅତିଥି ମାନଙ୍କୁ ବିଦାୟ ଦେଇଥିଲେ l

Related Post

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ହେବ ଐତିହ ଗ୍ରାମ: ସମୀକ୍ଷା କଲେ 5- ଟି ସଚିବ

Posted by - April 16, 2022 0
ଭୁବନେଶ୍ୱର:-(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଏପ୍ରିଲ୍…

ଦେଢ଼ମାସ ପରେ ବି ସାରିଲା ନାହି ହାଟପଦା ପଡ଼ା ନାଳ ନିର୍ମାଣ କାମ,ଦୋକାନୀ ,ଜନସାଧାରଣ ଅସୁବିଧାର ସମ୍ମୁଖିନ

Posted by - January 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ହାଟପଦାପଡ଼ା ବଜାର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ଜବର ଦଖଲ ଉଚ୍ଛେଦ କରାଇବା ସହ ନାଳ ନର୍ଦ୍ଦମା…

ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ

Posted by - October 5, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ…

ବିଂଝାରପୁର ପଞ୍ଚାୟତ ନଜୱାନ କମିଟି ପକ୍ଷରୁ  ଇଫତାର ପାର୍ଟି

Posted by - April 22, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିଂଝାରପୁର ପଞ୍ଚାୟତ ନଜୱାନ କମିଟି ପକ୍ଷରୁ  ତଳସାହି ୨ନଂ ମସଜିଦ୍ ପ୍ରାଙ୍ଗଣରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ନଜୱାନ କମିଟିର…