ଗନ୍ଧରାଡିର ଐତିହାସିକ ଚାରିଶମ୍ଭୁ ପୀଠ ସହିତ ବିଭିନ୍ନ ଅଂଚଳର ଉନ୍ନତି କରଣ ପାଇଁ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

66 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଳକ ଅନ୍ତର୍ଗତ ଗନ୍ଧରାଡିର ଐତିହାସିକ ଚାରିଶମ୍ଭୁ ପୀଠ ସହିତ ବିଭିନ୍ନ ଅଂଚଳର ଉନ୍ନତି କରଣ ପାଇଁ ଆଜି ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଆଜି ଜିଲ୍ଲାପାଳ ସତ୍ୟରଂଜନ ସାହୁ ଚାରିଶମ୍ଭୁ ପୀଠ ପରିଦର୍ଶନ କରିଛନ୍ତି । ଚାରିଶମ୍ଭୁ ପୀଠରେ କଲ୍ୟାଣ ମଣ୍ଡପ ନିର୍ମାଣ, ଭୋଗ ମଣ୍ଡପ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ନେଇ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହା ସହ କଲ୍ୟାଣ ମଣ୍ଡପ ନିର୍ମାଣ, ଭୋଗ ମଣ୍ଡପ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ ନେଇ ଜାଗା ଚିହ୍ନଟ କରାଯାଇଥିଲା ।

ବୌଦ୍ଧ ଜିଲ୍ଲାର ଲୋକକଳା ଗ୍ରାମ ଭାବେ ପରିଚିତ ନାରାୟଣ ନଗର ଗ୍ରାମର ବୁଣାକାରମାନଙ୍କ ସହ ସରକାରୀ ଯୋଜନା ନେଇ ଆଜି ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଲୋକକଳା ଗ୍ରାମ ନାରାୟଣ ନଗର ପରିଦର୍ଶନ କରି ଗ୍ରାମର ବୁଣାକାରମାନଙ୍କ ସହ ସେମାନେ ପାଉଥିବା ବିଭିନ୍ନ ସରକାରୀ ଯୋଜନା ନେଇ ଆଲୋଚନା କରିଥିଲେ । ଏହା ସହ ବୁଣାକାରମାନଙ୍କ କାମ, ବ୍ୟବସାୟ, ଲୁଗା ବୁଣା ନେଇ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ପଚାରୀ ବୁଝିଥିଲେ । ଜହ୍ନାପଂକ ଗ୍ରାମ ଠାରେ ଥିବା ନବନିର୍ମିତ କୋଠାକୁ ପୋଲିସ ଫାଣ୍ଡି ତୁରନ୍ତ ସ୍ଥାନାନ୍ତର କରିବାକୁ ଆଜି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ନବନିର୍ମିତ କୋଠାକୁ ପୋଲିସ ଫାଣ୍ଡି ସ୍ଥାନାନ୍ତର ପୂର୍ବରୁ କୋଠାର ଉନ୍ନୟନ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଜହ୍ନାପଂକ ଗ୍ରାମ ଠାରେ ଦିର୍ଘଦିନ ଦିନ ହେଲା ବନ୍ଦ ହୋଇ ପଡି ରହିଥିବା ପ୍ରାଥମିକ ବିଦ୍ୟାଳୟ କୋଠାର ସଦ୍ ବିନିଯୋଗ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହାସହ ଗ୍ରାମରେ ନୁତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିଲା । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ବ୍ଳକ ସହକାରୀ ନିର୍ବାହି ଯନ୍ତ୍ରୀ ସମ୍ବିତ ବିଶ୍ୱାଳ, ଯନ୍ତ୍ରୀ ମନୋଜ ବେହେରା, ପୂର୍ବତନ ସରପଂଚ ମନରଂଜନ ପୁରୋହିତ ଙ୍କ ସହ ବ୍ଲକ୍ ର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Related Post

ରେଢାଖୋଲ ପୋଲିସ ଦ୍ବାରା ବିପୁଲ ପରିମାଣର ଗଞ୍ଜେଇ ଜବତ

Posted by - December 22, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ ଦ୍ୱାରା ବିପୁଲ ପରିମାଣର ଚୋରାଗଞ୍ଜେଇ ଜବତ ଜଣେ ଗିରଫ । ଗତ ରାତି ପ୍ରାୟ ୭.୩୦ ମିନିଟ ସମୟରେ…

ଗୁଜରାତି ସମାଜ ତରଫରୁ ସତ୍ୟନାରାୟଣ ମନ୍ଦିରରେ ୨୨୩ତମ ଜଲାରାମ ଜୟନ୍ତି ପାଳିତ

Posted by - November 1, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଗୁଜୁରାତି ସମାଜର ଇଷ୍ଟ ଦେବତା ହେଲେ ପ୍ରଭୁ ଜଲାରାମ, ତାଙ୍କର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ସବୁ କାର୍ଯ୍ୟ…

ରାଧା କୃଷ୍ଣ ମନ୍ଦିର କମିଟି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୪୦ ପ୍ରହର ନାମ ଯଜ୍ଞ

Posted by - March 7, 2023 0
କେସିଙ୍ଗା:(ପ୍ରିତେସ୍ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ବଗା ଡ (ତ ଲ ପଡା) ସ୍ଥିତ ରାଧା କୃଷ୍ଣ ମନ୍ଦିର କମିଟି ପକ୍ଷରୁ ୪୦ ପ୍ରହର ନାମ ଯଜ୍ଞ…

ସ୍ୱେଚ୍ଛାସେବୀ ଦିବସ ପାଳନ ଅବସର ରେ ବିଶିଷ୍ଟ ସ୍ବେଚ୍ଛାସେବୀ ସୁବାସ ନାୟକ ସମ୍ବର୍ଦ୍ଧିତ

Posted by - December 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ନିକଟସ୍ଥ ସାତ କମା ଗ୍ରାମରେ ସମ୍ବଲପୁର ସ୍ଥିତ ନେହେରୁ ଯୁବ କେନ୍ଦ୍ର ଓ ଭି ଏସ ଏସ କ୍ଳବ୍ ପକ୍ଷରୁ କ୍ଳବ୍ ପରିସରରେ ଆନ୍ତର୍ଜାତିକ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

Posted by - July 9, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା…