ମୁନିଗୁଡା (ରାମାକାନ୍ତ ପୋଡାଳ )ଆସନ୍ତା ଜୁନ୧୮ ତାରିଖ ବିଶ୍ୱ ପିତୃ ଦିବସ ଉପଲକ୍ଷେ ପବିତ୍ର ଏଣ୍ଟେର୍ଟିନମେଣ୍ଟ କଟକ ର ଉପହାର “ମୋ ବାପା ” ଭିଡିଓ ରିଲିଜ ହେବାକୁ ଯାଉଛି l ଗୀତ ରଚନା କରିଛନ୍ତି କବି ଓ ଗୀତିକାର ଅଖିଳ ଜେନା ଓ ସଂଗୀତ ରେ ସଜେଇଛନ୍ତି ଓଡ଼ିଶାର ସୁନାମଧନ୍ୟ ମେଲୋଡି ମେକର ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ l
କଣ୍ଠ ଦାନ କରିଛନ୍ତି ସୁ ପ୍ରସିଦ୍ଧ ଗାୟିକା ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀ l ଗୀତ ଟି ଖୁବ ମନ ଛୁଆଁ ଓ ହୃଦୟ ସ୍ପର୍ଶୀ ହୋଇଛି l ଗୀତ ଟି ପବିତ୍ର ସ୍ତୁଡିଓ କଟକ ରେ ରେକର୍ଡ କରାଯାଇଛି l ଗୀତ ଟିକୁ ରେକର୍ଡ କରିଛନ୍ତି ଯୁବ ରେକର୍ଡ଼ିଷ୍ଟ ଓ ରିଦମ କଳାକାର ଜିତୁ l କ୍ୟାମେରା ସୁବ୍ରତ ଓ ଚିଫ ଏଡିଟର ଆଶୀର୍ବାଦ ସ୍ୱାଇଁ lଆସନ୍ତା ପିତୃ ଦିବସରେ ଗୀତ ଟି ଲୋକ ପ୍ରିୟତା ଲାଭ କରିବ ବୋଲି ପ୍ରଯୋଜକ ପବିତ୍ର ନାୟକ ପ୍ରକାଶ କରି ଛନ୍ତି l