ହରଭଙ୍ଗା :୧୫/୦୬ (ଚିତ୍ତରଞ୍ଜନ ସିଂହ) ଆଜିର ସ୍ୱପ୍ନ ନୁହେଁ ବହୁ ଦୀର୍ଘ ଦିନର ସ୍ୱପ୍ନ ଥିଲା ଆଠମଳିକ ଓ ଧଲପୁର ମହାନଦୀ ଉପରେ କେବେ ହେବ ସେତୁ l ଏହାକୁ ନେଇ ଉଭୟ ଅଞ୍ଚଳ ର ବିଭିନ୍ନ ସଂଗଠନ, ରାଜନୈତିକ ଦଳ ବହୁ ସମୟ ରେ ସରକାର ଙ୍କ ପାଖରେ ଦାବି ରଖିଆସୁଥିଲେ l ସରକାର ମଧ୍ୟ ଉଭୟ ଜିଲ୍ଲା ର ଜିଲବାସୀଙ୍କ ଦାବି କୁ ଶୁଣିବା ସହ ଉଭୟ ଜିଲ୍ଲା ଉନ୍ନତି କ୍ଷେତ୍ର କୁ ଆଗକୁ ନେବା ଲକ୍ଷ୍ୟ ରେ ଗତ ୨୦୧୬ ମସିହା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାରକମଳ ରେ ଧଲପୁର ସ୍ଥିତ ଖରସଙ୍କୁଲେଇ ଠାରେ ଶୁଭଖୁମ୍ବ ସ୍ଥାପନ ହୋଇଥିଲା l ପରେ ନାବାର୍ଡ ସହାୟତା ରେ ୧୬୮ କୋଟି ଟଙ୍କା ମଞ୍ଜୁର ରେ ସେତୁ କାମ ଆରମ୍ଭ ହୋଇଥିଲା l
ଏହି ସେତୁ ନିର୍ମାଣ କାର୍ଯ୍ୟ ଅବଧି ମଧ୍ୟରେ ସରିନଥିଲେ ମଧ୍ୟ ବହୁ ବିଳମ୍ୱ ରେ ନିର୍ମାଣ କାର୍ଯ୍ୟ ସାରିଥିଲା l ଏପରିକି ପାଖାପାଖି ଏକ ବର୍ଷ ହେଲା ସେତୁ କାର୍ଯ୍ୟ ସାରିଥିଲେ ମଧ୍ୟ l ସେତୁର ଉଭୟ ଦିଗରୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ସରିଯାଇଛି l ଏସବୁ କାର୍ଯ୍ୟ ସରିଥିଲେ ମଧ୍ୟ ସରକାର ଙ୍କ ପକ୍ଷରୁ ଆନୁଷ୍ଠନିକ ଭାବେ ଶୁଭ ଉଦଘାଟନ ହୋଇପାରିନାହିଁ l ଯାହାକି ଉଭୟ ଜିଲ୍ଲା ଅନୁଗୁଳ -ବୌଦ୍ଧ ବାସୀଙ୍କ ମନ ରେ ସେତୁ ଉଦଘାଟନ ବିଳମ୍ବ କୁ ନେଇ ଅନେକ ପ୍ରଶ୍ନ ଉଠୁଛି l ଅନ୍ୟପଟେ ସରକାରୀ କାଗଜପତ୍ର ହିସାବ ତ୍ରୁଟି ରହିଥିବ ତ କିଏ କହୁଛି ଧଲପୁର ପାର୍ଶ୍ଵରେ ସେତୁ କୁ ସଂଯୋଗ ପାଇଁ ନୂତନ ଭାବେ ଜମି ଚିହ୍ନଟ ହୋଇଥିବା ଦୀର୍ଘ ୧୧ କିଲୋମିଟର ୫୭ ନମ୍ବର ଜାତୀୟ ରାଜପଥରୁ ଭାୟା କାନପୁର, ଫୁଲଝରି, ରାଜି, ପିତାମ୍ବର ପୁର, ଜିରାଡ଼ ପଲାସା କୁଟୁଣୀ, ଖରସଙ୍କୁଲେଇ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ପାଇଁ ଅଟକି ରହିଛି ବୋଲି ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହେଉଥିବା ବେଳେ ଆଗାମୀ ସାଧରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ନିର୍ବାଚନ ପାଖାପାଖି ସେତୁର ଲୋକାର୍ପଣ ହେବ ବୋଲି ଏମିତି ବିଭିନ୍ନ କଥା ସାଧରଣ ରେ ମତ ପ୍ରକାଶ ପାଉଛି l
ତେଣୁ ଏସବୁ କଥା କୁ ନେଇ ବୌଦ୍ଧ ପୂର୍ତ୍ତ ବିଭାଗ ପାଖରେ ମଧ୍ୟ ସେତୁ ଲୋକାର୍ପଣ କୁ ନେଇ ସଠିକ ଉତ୍ତର ମିଳି ପାରୁନାହିଁ l ଏପରିକି ବୌଦ୍ଧ ଜିଲ୍ଲା ର ମହାନଦୀ ଉପରେ ଧଲପୁର -ଆଠମଳିକ ସେତୁ ଯେପରି କାର୍ଯ୍ୟ ସାରି ଲୋକାର୍ପଣ କୁ ଅପେକ୍ଷା ଅନ୍ୟପଟେ ବହୁ ପ୍ରତିକ୍ଷୀତ ବୌଦ୍ଧ ସହର ସହ ସଂଯୋଗ ହୋଇଥିବା ମହାନଦୀ ଉପରେ ମାର୍ଜକୁଦ ସେତୁ ମଧ୍ୟ ଲୋକାର୍ପଣ କୁ ଅପେକ୍ଷା ରହିଛି l ଏନେଇ ବୌଦ୍ଧ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଙ୍କୁ ପଚାରିବାରୁ ସେତୁ କାର୍ଯ୍ୟ ସମ୍ପୂର୍ଣ ହୋଇଛି, ଏସମ୍ପର୍କ ରେ ଆମେ ଉପରିସ୍ଥ ବିଭାଗ କୁ ଜଣାଇ ସସାରିଛୁ କିନ୍ତୁ ସେତୁ ଲୋକାର୍ପଣ କୁ ନେଇ ଉପରେ ମହଲ ରୁ କୌଣସି ଚିଠି ଏପର୍ଯ୍ୟନ୍ତ ଆସିନି ତେଣୁ କେବେ ସେତୁ ର ଲୋକାର୍ପଣ ହେବ ସଠିକ କଥା ମଧ୍ୟ ଆମ ପାଖରେ ନାହିଁ ବୋଲି ପ୍ରକାଶ କରିଥିବା ବେଳେ ଧଲପୁର -ଆଠମଳିକ ସେତୁର ଲୋକାର୍ପଣ କୁ ନେଇ ଉଭୟ ଜିଲ୍ଲା ବାସି ବହୁ ଆଶା ଆଶଙ୍କା ରେ ଥିବା ଜଣାପଡିଛି l ତେଣୁ ଉଭୟ ଜିଲ୍ଲା ବାସୀଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ନିର୍ମାଣ ଧୀନ ସରିଥିବା ସେତୁ ର ଲୋକାର୍ପଣ ପାଇଁ 5ଟି ସଚିବ ଭି କେ ପାଣ୍ଡିଆନ ଗୁରୁତ୍ୱ ଦେବାକୁ ଅଞ୍ଚଳ ର ଜନସାଧାରଣ ଙ୍କ ଭିତରେ ଦାବି ହେଉଛି l