Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ

110 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଦୁର୍ଗାଦତ୍ତ ଦାଶଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଯୋଗଦେଇ ରକ୍ତଦାନକୁ ସେବାର ଉତ୍କୃଷ୍ଟତମ ସୋପାନ ବୋଲି କହିବା ସହ ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଅତିଥି ଭାବେ ମଂଚାସୀନ ଥିଲେ। ୧୮ ରୁ ୬୫ ବର୍ଷ ବୟସ ମଧ୍ୟରେ ଥିବା ଯେ କୌଣସି ବ୍ୟକ୍ତିର ଶରୀର ଓଜନ ୪୫ କିଗ୍ରାରୁ ଅଧିକ, ନାଡିର ଗତି ୬୦ ରୁ ୧୦୦ ମଧ୍ୟରେ ଓ ନିୟମିତ, ରକ୍ତଚାପ ସିଷ୍ଟୋଲିକ ୧୦୦ ରୁ ୧୪୦ ମି.ମି. ଓ ଡାଇଷ୍ଟୋଲିକ ୬୦ ରୁ ୯୦ ମଧ୍ୟରେ, ହିମୋଗ୍ଲୋବିନ ସ୍ତର ୧୨.୫ ଗ୍ରା ବା ଅଧିକ ଏବଂ ଶରୀର ତାପମାତ୍ରା ୩୭ ଡିଗ୍ରି ସେଲସିୟସରୁ ଅଧିକ ନଥିବ ତେବେ ସେ ରକ୍ତଦାନ କରିପାରିବେ ବୋଲି ସଭାରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ରକ୍ତଦାତା ଭାବେ ସ୍ଵାଧିନ ନାଏକ, ଶୈଳେନ୍ଦ୍ର ବାରିକ, ଗୋପେଶ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ସସ୍ମିତା ହୋତା, ତ୍ରିଲୋଚନ ପାଣିଗ୍ରାହୀ, ଅଞ୍ଜଳି ପାଣିଗ୍ରାହୀ, ଜନାର୍ଦନ ଖମାରୀ ଏବଂ ରକ୍ତଦାନ ଶିବିର ଆୟୋଜନରେ ସଫଳତା ପାଇଁ ଦିବ୍ୟ ଉର୍ଜା ରକ୍ତଦାତା ସେବା ସଙ୍ଘ ଓ ବୁଢାରଜା ଯୁବକ ସଙ୍ଘ ଙ୍କୁ ସମ୍ମାନିତ କରାଯାଇଥିଲା।

ସଭା ପରେ ଏକ ସଚେତନତା ମୋଟର ସାଇକେଲ ରାଲିକୁ ଆରକ୍ଷୀ ଅଧୀକ୍ଷକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସ୍ଵଚ୍ଛ ଭାରତ ଅଭିଯାନ, ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର, ବୁଢାରଜା ଯୁବକ ସଂଘ, ଦିବ୍ୟ ଉର୍ଜା ରକ୍ତଦାତା ସେବାସଂଘ, ମାରୱାଡି ଯୁବକ ସଂଘ ଆଦିର ସଭ୍ୟମାନେ ଏହି ରାଲିରେ ଭାଗନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ମନୋରଂଜନ ତ୍ରିପାଠୀ, ପ୍ରମୋଦ ସାହୁ ପ୍ରମୂଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

 

Related Post

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି।ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା…

ସମ୍ମୁଖ ଯୋଦ୍ଧାମାନଙ୍କୁ କ୍ରେଡିଟ୍ ଆକ୍ସେସ୍ ଗ୍ରାମୀଣ ସଂସ୍ଥା ପକ୍ଷରୁ ସୁରକ୍ଷା ସାମଗ୍ରୀ ବିତରଣ

Posted by - July 11, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ସଦର ମହକୁମାର କୋଭିଡ୍-୧୯ର ସମ୍ମୁଖ ଯୋଦ୍ଧାମାନଙ୍କୁ କ୍ରେଡିଟ୍ ଆକ୍ସେସ୍ ଗ୍ରାମୀଣ ସଂସ୍ଥା ପକ୍ଷରୁ ସୁରକ୍ଷା ସାମଗ୍ରୀ ବିତରଣ କରାଯାଇଛି ।…

ଦାନଗଦୀ ବ୍ଳକ ମନୋହରପୁର ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Posted by - February 25, 2020 185
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ମନୋହରପୁର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୋସିଆଲ ସପୋର୍ଟ ୟୁଥ୍…

ଯାଜପୁର ଦ୍ୱିତୀୟ କୋରୋନା ରୋଗୀଙ୍କ ଗାଁ ହେଲା କେମିକାଲ ସାନିଟାଇଜ଼

Posted by - April 15, 2020 8
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଜାପଂରପୁର ପଂଚାୟଚ ସାନ ତ୍ରିଲୋଚନପୁର ଗାଁରୁ ଦ୍ୱିତୀୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସାନତ୍ରିଲୋଚନପୁର ଏବଂ ପାଖ…