ଧର୍ମଗଡ ବସ୍ତିପଡା ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣା ଉଦଯାପିତ

190 0

ଧର୍ମଗଡ:( ହେମନ୍ତ କୁମାର ମାଝୀ)ବସ୍ତିପଡା ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ର ଫାଇନାଲରେ ଜୁନିୟର ଇଲେଭେନ ଭର୍ସସେସ ସିନିୟର ଇଲେଭେନ କଡା ଟକର ,ବିଜୟ ର ମୁକୁଟ ପିନ୍ଧିଲେ ଜୁନିୟର ଇଲେଭେନ , ଧର୍ମଗଡ ବସ୍ତିପଡା ଶ୍ୟାମ ସୁନ୍ଦର ପଡ଼ିଆରେ ଅନୁଷ୍ଠିତ ମାଁ ଭଣ୍ଡାର ଘରୁଣୀ କ୍ରିକେଟ ଟୁର୍ଣ୍ଣା ମେଣ୍ଟରେ ଜୁନିୟର ଇଲେଭେନ ଦଳ ଚମ୍ପିୟାନ ହୋଇ ଥିବା ବେଳେ ସିନିୟର ଇଲେଭେନ ଦଳ ରନର୍ସଅପ ହୋଇ ପୁରସ୍କୃତ ହୋଇ ଥିବା ଜଣା ଯାଇଛି।

ଫାଇନାଲ ମ୍ୟାଚ ରେ ଜୁନିୟର ଇଲେଭେନ ଦଳ ଟସ ଜିତି ପ୍ରଥମେ ବ୍ୟଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ,ଓ ୧୦ ଓଭରରେ ପାଞ୍ଚ ଉଇକେଟ ହରାଇ ସମୁଦାୟ ୧୨୨ ରନ ସଂଗ୍ରହ କରିଥିବା ବେଳେ ଲକ୍ଷ୍ୟ ର ପିଛା କରି ସିନିୟର ଇଲେଭେନ ଦଳ ୧୦ ଓଭରରେ ପାଞ୍ଚ ଉଇକେଟ ହରାଇ ମାତ୍ର ୧୨୦ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ ଯାହା ଫଳରେ ସେମାନେ ପରାଜିତ ହୋଇଥିଲେ,ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳର ୱାଡ଼ ନଂ ୬ ର କାଉନସିଲର ମୁନୀ ରାମ ମାଝୀ ,ଯୁବ ସମାଜ ସେବୀ ଧବଳେଶ୍ବର ନାଏକ, ଉପେନ୍ଦ୍ର ଭୋଇ, ପ୍ରବୀଣ ନାଏକ, ଦୁଷ୍ମନ୍ତ ନାଏକ, ଟିକେ ମଣି ସା,ଭବେଶନାଏକ, ଯୁବ ସାମ୍ବାଦିକ ତଥା ଯୁବ ସମାଜ ସେବୀ ସୌମ୍ୟ ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ରହି ଥିଲେ ଓ ବିଜେତା ଦଳ କୁ ପୁରସ୍କୃତ କରିଥିଲେ।

ଆକାଶ ନାଏକ ଙ୍କୁବେଷ୍ଟ କେଚର ଭାଭେ ପୁରସ୍କୃତ କରିଥିଲେ, ୩ଉଇକେଟ ନେଇ ୧୨ ରନ ଦେଇ ଥିବା ହେତୁ ସଚିନ ନାଏକଙ୍କୁ ମ୍ୟାନ ଅଫ ଦି ମ୍ୟାଚଘୋଷଣା କରିଥିଲେ, ସେହିପରି ଭାଗ୍ୟବାନ ନାଏକଙ୍କୁ ମ୍ୟାନ ଅଫ ଦି ସିରିଜ ରେ ସମ୍ମାନିତ କରାଯାଇଥିଲା,ଆଉ ଏକ ନିଆରା ପୁରସ୍କାର ପ୍ରଦାନ କରାଯାଇଥିଲା ଆଉ ସେଇ ପୁରସ୍କାର ହେଲା ବେଷ୍ଟ ସିନିୟର କ୍ରିକେଟର ଟ୍ରଫି ଏହି ଟ୍ରଫି ଜୁନିୟର ଇଲେଭେନ ଦଳ ର ସମସ୍ତ କ୍ରିକେଟ ର ମାନେ ଗରୁ ଶିଷ୍ୟ ର ପରମ୍ପରା କୁ ମନେ ପକାଇ ତାଙ୍କ ଦ୍ୱାରା ପରାଜିତ ହୋଇ ଥିବା ସିନିୟର ଇଲେଭେନ ଦଳ ର କେପଟେନ ଚିତ୍ର ସେନ ସା ଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ସୌମ୍ୟ ରଞ୍ଜନ ନାଏକ ଓଡ଼ିଆ ଭାଷା ରେ ଧାରା ବିବରଣୀ ପ୍ରଦାନ କରିଥିଲେ ।

Related Post

ସର୍ବଭାରତୀୟ ଭର୍ସାଟାଇଲ୍ କପ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲ

Posted by - November 23, 2022 0
ନର୍ଲା:(ଅମିୟ କୁମାର ଦାସ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ତପନ ଗଉଡ ଗୁଜରାଟର ଜାମନଗରରେ ଆୟୋଜିତ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ ଓପନ୍…

ଆଦିବାସୀ କ୍ଲବ୍ ଗଡମୁଣ୍ଡା ପକ୍ଷରୁ ଅନ୍ତଃଜିଲ୍ଲା ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ମହାନଗର ୱାର୍ଡ ନଂ.୧୨ ଡେଙ୍ଗିମଚା ସ୍କୁଲ ସ୍ଥିତ ଖେଳପଡିଆରେ ଗଡମୁଣ୍ଡା ଆଦିବାସୀ କ୍ଲବ୍ ପକ୍ଷରୁ ଆଜି ଅନ୍ତଃଜିଲ୍ଲା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

ଜୁଯୋମୁରା ହକି ଷ୍ଠାଡିୟମ ପାଇଁ ଦାବି

Posted by - November 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ଠାରେ ବହୁପ୍ରତିକ୍ଷୀତ ନିର୍ମାଣଧିନ ହକି ଷ୍ଠାଡିୟମ କୁ ନେଇ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଷ୍ଠାଡିୟମ ନିର୍ମାଣ କାର୍ଯ୍ୟ…

ବ୍ଲକ ସ୍ତରୀୟ ଟୁର୍ନାମେଣ୍ଟ ରେ ଥନଟ ବିଜୟୀ

Posted by - November 21, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଧର୍ମଗଡ଼ ତେନ୍ତୁଳିଆ ପଡା ଠାରେ ମା ଭଣ୍ଡାରଘରଣି କ୍ରିକେଟ ଟୁର୍ନାମେଣ୍ଟ ର ଅନ୍ତିମ ଫାଇନଲ ରେ ତେନ୍ତୁଳିଆପଡା ବନାମ ଥନଟ ମଧ୍ୟରେ ହୋଇଥିଲା…

ମିରାବାଲିରେ ବ୍ଲକ୍ ସ୍ତରୀୟ MPL କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - May 24, 2023 0
ରାୟଗଡ଼ା ବ୍ଲକ୍ ମୀରାବାଲି ଗ୍ରାମ ପଞ୍ଚାୟତ ର ମୀରାବାଲି ଠାରେ MPL କ୍ରିକେଟ୍ ଆସୋସିଏସନ୍ ତରଫରୁ ବ୍ଲକ୍ ସ୍ତରୀୟ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ …