Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଯୁବନେତା ମଣ୍ଟୁ ନାଏକ

138 0

ଭବାନୀପାଟଣା:- ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ ପାଲସିଝରନ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ। ଆଜି ପାଲସିଝରନ ପଞ୍ଚାୟତର ଘୁଷୁରିଗୁଡି, ତେନ୍ତୁଲିଚୁଆଁ, ପାଲସିଝରନ, ଡୁଙ୍ଗିପୁଙ୍ଗା, ଭିକାଝରନ, ଖୋଲାଣ୍ଡି ପ୍ରମୁଖ ଗାଁ କୁ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପହଞ୍ଚାଇବା ସହ ଶହ ଶହ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଶ୍ରୀ ମଣ୍ଟୁ ନାଏକ।

ତୃଣମୂଳ ସ୍ତରରେ ଯୁବ ସଂଗଠନ କିଭଳି ଆହୁରି ମଜଭୂତ ହୋଇପାରିବ ଏବଂ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଲକ୍ଷ ନେଇ ତୃଣମୂଳ ସ୍ତରରେ ଆଲୋଚନା କରୁଛନ୍ତି। ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକ କିଭଳି ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତଙ୍କୁ ସଂକଳ୍ପ ନେବା ପାଇଁ ଶ୍ରୀ ନାଏକ ଆହ୍ବାନ ଦେଇଛନ୍ତି। ଏହା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଏବଂ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ସହ ଭିଡ଼ିଓ କଲ ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏପରିକି ଛୋଟ ଛୋଟ ସମସ୍ୟାର ସମାଧାନକୁ ମଧ୍ୟ ଗୁରୁତ୍ୱ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ବିଭିନ୍ନ ଅଧିକାରୀଙ୍କ ସହ ଗାଁ ରେ ଥାଇ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ତାଙ୍କ ସହ ପୂର୍ବତନ ସରପଞ୍ଚ ତଥା ପାଲସିଝରନ ବିଜେଡ଼ି ପଞ୍ଚାୟତ ସଭାପତି ଦିପକ ରଞ୍ଜନ ବୁଦ୍ଧିଆ, ସମିତି ସଭ୍ୟ ବିଦ୍ୟା ହରିଜନ, ପୂର୍ବତନ ନାଏବ ସରପଞ୍ଚ ଦୁର୍ଗା ବାଗ, ଓ୍ବାର୍ଡ ମେମ୍ବର ପାଣି ମାଝୀ, ଭାଗୀରଥି ମାଝି, ଅଗସ୍ତି ମାଝୀ, ଉଦ୍ଧାବ ଶବର, ଯୁବ ନେତା ନବୀନ ନାୟକ, ବୈଚନ୍ଦ୍ର ମାଝୀ ତଥା ସ୍ଥାନୀୟ ମହିଳା ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।

Related Post

ତାଳଚେର ରେ ମା ହିଙ୍ଗୁଳା ଙ୍କ ଶକ୍ତି ଉପାସନା

Posted by - April 10, 2023 0
ଶକ୍ତି ଉପାସନା ଭାରତୀୟ ଧାର୍ମିକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପରଂବ୍ରହ୍ମାଙ୍କର ଇଚ୍ଛାତ୍ମକ ସଂକଳ୍ପ ଶକ୍ତିର ବିବର୍ତ୍ତନ ସ୍ବରୂପ ମହାମାୟା ବିଭିନ୍ନ ନାମ ଓ ରୂପରେ…

କେସିଙ୍ଗା ଆଦର୍ଶ ପୋଲିସ୍ ଥାନା ତରଫ ରୁ ସାଇବର୍ ସୁରକ୍ଷା ଅଭିଯାନ

Posted by - October 2, 2023 0
କେସିଙ୍ଗା :(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ୩୦ ସେପ୍ଟେମ୍ବର ରୁ ଆରମ୍ଭ ୧୫ ଅକ୍ଟୋବର ପର୍ଯ୍ୟନ୍ତ ହୋଇ ଥିବା ସାଇବର ସୁରକ୍ଷା ଅଭିଯାନ…

ଅଜଣା ଏକ ମାନସିକ ରୋଗୀ କୁ ଉଦ୍ଧାର କଲେ ଡ୍ରାଇଭର ସଂଘ ଓ ପୋଲିସ

Posted by - July 10, 2023 0
କାଶୀପୁର:( ଅଞ୍ଜନ କୁମାର ନଏକ)ରାୟଗଡା ଜିଲ୍ଲା କାଶୀପୁର ସଦରରେ ଡ୍ରାଇବର ମହାସଂଘ କାଶୀପୁର ଓ ପୋଲିସ ର ମିଳିତ ଭାବେ ଏକ ମହାନତା କାର୍ଯ୍ୟ ଦେଖିବାକୁ ମିଳିଥିଲା।…

ଅପରିଚିତ କୁ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ବିଜୟ

Posted by - October 17, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ରକ୍ତଦାନ ମହାପୂନ୍ୟ!ଶାସ୍ତ୍ର ରେ ଲେଖା ଅଛି ମାନବ ସେବା ହିଁ ମାଧବ ସେବା!ଇଛା କୃତ ରକ୍ତଦାନ ମାନବ ସେବାଠୁ ଉର୍ଦ୍ଧରେ!ଏମିତି ଏକ ଘଟଣା ଦେଖିବାକୁ…

ବଦାନ୍ୟ ବ୍ୟକ୍ତିଙ୍କ ମହାନତା ବାବା ସାହେବଙ୍କ ପ୍ରତିକୃତି ନିର୍ମାଣ ସକାଶେ ଭୂମି ଦାନ କଲେ ମଉଳି ବାବୁ

Posted by - May 12, 2023 0
ମୁନିଗୁଡା :(ରମାକାନ୍ତ ପୋଡାଳ )ସମ୍ବିଧାନ ପ୍ରଣୟତା ତଥା ଦେଶର ପ୍ରଥମ ଆଈନି ମନ୍ତ୍ରି ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିକୃତି ନିର୍ମାଣ ସକାଶେ ଭୂମି ଦାନ କରି ଚର୍ଚ୍ଚାରେ…