Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବଚସାକୁ କେନ୍ଦ୍ର କରି ପଥରେ ଛେଚି ନୃସଂଶ ଭାବେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଅଟକ, ସମ୍ପୃକ୍ତ ସ୍କୁଟର ଜବତ୍

271 0

ହରିଚନ୍ଦନପୁର,ତା ୧4ଡିସେମ୍ବର  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ବରେଇଗୋଡା ଠାରୁ ଦୈତାରୀ ଯିବା ରାସ୍ତାର ରେବଣା ଛକ ନିକଟରେ ରେବଣା ଗ୍ରାମର ଡବର ମାଝି(୨୭)ଙ୍କୁ ଦୁର୍ବୃତ୍ତ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ଉକ୍ତ ଗ୍ରାମର ଜିତେନ୍ଦ୍ର ଦେହୁରୀଙ୍କୁ ଅଟକ ରଖିଥିବା ସହ ସମ୍ପୃକ୍ତ ସ୍କୁଟରରୁ ଜବତ କରିଛି ।

ଆଜି ସକାଳୁ ରାସ୍ତାରେ ଡବର ମାଝିଙ୍କ ଶବ ପଡିଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ । ମୃତଦେହ ରାସ୍ତା ମଝିରେ ପଡିଥିବାରୁ ଯାନବାହନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ,ଡବର ମାଝି ଗତକାଲି ନିଜ ପୁତୁରାଙ୍କ ସହ ହରିଚନ୍ଦନପୁର ହାଟ ଯାଇ ଘରକୁ ଫେରିବା ପରେ ପୁନର୍ବାର ବାହାରକୁ ଯାଇ ଫେରି ନଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ପରେ ସତ୍ୟତା ଲୋକ ଲୋଚନକୁ ଆସିବ । ଘଟଣାକୁ ନେଇ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ଓ ଥାନା ଅଧିକାରିଣୀ ସସ୍ମିତା ଖିଲାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Post

ଚୋରା ସ୍କ୍ରାପ୍ ବୋଝେଇ ଗାଡି ଜବତ , ଜଣେ ଗିରଫ

Posted by - June 4, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଆଜି ସ୍କ୍ରାପ୍ ଚୋରା ଚାଲାଣ ହେଉଥିବା ସମୟରେ ଏକ ପିକଅପ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିବାରେ…

ଅନୁଗୋଳରେ ଧଳା ଜହର ଜବତ ୩ ଗିରଫ

Posted by - October 13, 2019 0
ଅନୁଗୁଳ:(ମହେଶ ଭୋମରାଜ) ଅନୁଗୋଳ ପୋଲିସ ଶୁକ୍ରବାର ରାତିରେ ୨୪ ଗ୍ରାମ୍ ବ୍ରାଉନ ସୁଗାର ସମେତ ଏକ କାରକୁ ଜବତ କରିଥିବା ବେଳେ ଏହି ବେଆଇନ କାର୍ଯ୍ୟରେ ସଂଶ୍ଳିଷ୍ଠ…

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲେ କୁଆଖିଆ ପୋଲିସ

Posted by - December 6, 2019 487
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି…

ରକ୍ତ ସମ୍ପର୍କରେ ଲାଗିଲା ଛିଟା ,ମୃତ ବାପାଙ୍କ ଟଙ୍କା ପାଇଁ ବଡ ଭାଇକୁ ହତ୍ୟା କଲା ସାନଭାଇ

Posted by - October 27, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସମ୍ପର୍କର ଅର୍ଥ କଣ ? ମଣିଷ ବୁଝିବା ପୂର୍ବରୁ ନିଜର ଲୋଭ ପାଇଁ ରାକ୍ଷସ ପାଲଟି ଯାଉଛି।ଛାଆର ଘରବାଡି, ସମ୍ପତ୍ତି, ଟଙ୍କା ପଇସାକୁ ନିଜର…

Leave a comment

Your email address will not be published.