ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆସାମ ର ତେଜପୁର ବିଶ୍ଵ ବିଦ୍ୟାଳୟ ଠାରେ ଭାରତ ସରକାର ଙ୍କ ଶିକ୍ଷା ବିଭାଗ, ସଂସ୍କୃତି ବିଭାଗ ଓ କୃଷି ବିଭାଗ ସହାୟତାରେ ଓ ତେଜ ପୂର୍ ବିଶ୍ଵ ବିଦ୍ୟାଳୟ ଆୟୋଜନରେ ଜୁନ ୦୪ ,-ରୁ ୦୬ ପର୍ଯ୍ୟନ୍ତ ତିନିଦିନ ଧରି ଭାରତୀୟ ପାରମ୍ପରିକ କୃଷି ମେଳା ଅନୁଷ୍ଠିତ ହୋଇଥିଲା I ଗତ ୦୪ ତାରିଖରେ ୫ ହଜାର ଏକରରେ ନିର୍ମିତ କନ୍ୟକା ବହୁମୁଖି ଫାର୍ମର ନାମଘର ପ୍ରାଙ୍ଗଣରେ ଆନୁଷ୍ଟାନିକ ଭାବେ ଆରମ୍ଭ ହୋଇଥଲା, l
ଦ୍ୱିତୀୟ ଦିବସରେ କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଓ ତୃତୀୟ ଦିନରେ ଉଦଯାପନୀ ଉତ୍ସବ ମହା ଆଡମ୍ବରରେ ସମାହିତ ହୋଇଥିଳା I ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ପାରମ୍ପରିକ କୃଷି ଗବେଷଣା ଅନୁଷ୍ଠାନର ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ ଓ ଚାଷୀମାନେ ପାରମ୍ପରିକ କୃଷି କରି କିପରି ଆତ୍ମ ନିର୍ଭରଶୀଳ ହୋଇ ମାନବ ସମାଜର କଲ୍ୟାଣ ନିମିତ୍ତ ଭାଗିଦାରୀ ହୋଇ ପାରିବେ ଏହା ହିଁ ଥିଲା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଅଂଶ ଗ୍ରହଣ କାରୀ ବିଷିଷ୍ଟ ସାମାଜିକକର୍ମୀ ତଥା ବିଶିଷ୍ଟ ଗୋ ସେବକ କୃତିବାସ ପଲିଆ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି I
ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଗୋ ସେବା ସଂଯୋଜକ କାଲିଆକୃଷ୍ଣ ବାଗଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରୁ ତାରିଣୀ ଚରଣ ପାଣିଗ୍ରାହୀ ଓ ପ୍ରବୀର୍ କୁମାର ପଣ୍ଡା, ବଲାଙ୍ଗୀର ଜିଲ୍ଲାର ଶଶିଭୂଷଣ ପୁରୋହିତ ଓ ଶ୍ରୀକର ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାର ସୁରେନ୍ଦ୍ର କୁମାର ଖମାରୀ, ବରଗଡ ଜିଲ୍ଲାର ହେମସାଗର ପାତ୍ର, ସମ୍ବଲପୁର ଜିଲ୍ଲାର କୈଳାସ ମହାକୁଡ ଓ ବୌଦ୍ଧ ଜିଲ୍ଲାର କୃତ୍ତିବାସ ପଲିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ଅଂଶ ଗ୍ରହଣକାରୀ ମାନଙ୍କ ତରଫରୁ ପଶ୍ଚିମ ଓଡ଼ିଶାର ଚାଷୀ ପ୍ରତିନିଧି ଶଶିଭୂଷଣ ପୁରୋହିତ ନିଜସ୍ବ ଅନୁଭୂତି ଉପସ୍ଥାପନା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ର ପ୍ରତିନିଧି ମାନଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଆଗତ କରି ପ୍ରତ୍ୟେକ ଗ୍ରାମର ଗୋଚର ଜମି ଉଦ୍ଧାର କରି ମନରେଗା ଯୋଜନାରେ ଗୋଷ୍ଟୀ ଭିତ୍ତିକ ଘାସ ଚାଷ ଓ ଗୋଷ୍ଟୀ ଗୋଶାଳା ସ୍ଥାପନ l ରାସାୟନିକ ବିଷ ସାର ଓ ଔଷଧ ବନ୍ଦ କରି ଜୈବିକ ସାର କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ପ୍ରକିୟlକରଣ ସହିତ ପ୍ରତ୍ୟେକ ଚାଷ ଜମିକୁ ମାଗଣାରେ ଜଳସେଚନ ଓ ବିଦ୍ୟୁତ ଯୋଗାଣ କରିବାକୁ ପ୍ରସ୍ତାବ ରଖିଥିବା କଥା ଅଂଶ ଗ୍ରହଣକାରୀ ସୁଚନା ପ୍ରଦାନ କରିଥିଲେ l