ବେହେରା ଠାରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

364 0

ଧର୍ମଗଡ଼:୬/୬(ହେମନ୍ତ କୁମାର ମାଝୀ)ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ମିଳିତ ଆନୁକୂଲ୍ୟରେ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୩ ଅନୁଷ୍ଠିତ ହେଇଯାଇଛି।

ସଂଗଠନ ସଭାପତି ଭବେଶ ଗଇଁତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିବା ସମାବେଶରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ବିଜୟ କୁମାର ମିଶ୍ର, ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ପଞ୍ଚାନନ ଦୁରିଆ, ସମ୍ମନୀତ ଅତିଥି ଭାବେ ଯୁବ ସଂଗଠକ ଅବିନାଶ ମୁଣ୍ଡ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ, ସମାଜସେବୀ ଶୁଶିଲା ଅଗ୍ରୱାଲ, ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ, ଅବସର ପ୍ରାପ୍ତ ଶିକ୍ଷକ ଭକ୍ତ ଚରଣ ଭୋଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଆଇନଜିବୀ ବିଶ୍ବନାଥ କର ପ୍ରମୂଖ ଯୋଗଦାନ କରି ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଏକ ସୁସ୍ଥ, ସମ୍ରୁଦ୍ଧଶାଳୀ ସମାଜ ଗଠନ କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ କରିଥିବା ବେଳେ କ୍ରିଡା ଶିକ୍ଷକ ସୁରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଉତ୍ପାଦକ ଗୋଷ୍ଠୀ ସଂପାଦିକା ସଂଗୀତା ବିଶି ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସଂଗଠନ ସଂପାଦକ ଭୁଜବଳ ନାଏକ ଓ ସହ ସଂପାଦକ ଶୁଶିଲ ଚନ୍ଦ୍ର ନାଗ ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଯୁକ୍ତ ୨ ବାଣିଜ୍ଯ ର ସମଗ୍ର ରାଜ୍ୟରେ ପଞ୍ଚମ ସ୍ଥାନ ରେ ଅଧିକାର କରିଥିବା ତଥା କଳାହାଣ୍ଡି ଜିଲ୍ଲା ଟପ୍ପର ଛାତ୍ରୀ ତନିସା ବଂଶଲ ଏବଂ ନବରଙ୍ଗପୁର ଜିଲ୍ଲା ଟପ୍ପର ହେଇଥିବା ଦଣ୍ଡପାଟ ଅଞ୍ଚଳର ଛାତ୍ର ଡୋଲେନ୍ଦ୍ର ଦୁରିଆ ଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ଦଣ୍ଡପାଟ ଅଞ୍ଚଳର ୧୪ ଗୋଟି ଉଚ୍ଚ ବିଦ୍ୟାଳୟ ର ୧୬ଜଣ ମେଧାବୀ ବିଦ୍ୟାର୍ଥୀ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।

Related Post

କୁଲୁଣ୍ଡାରେ ମାଁ ପନ୍ଥେଇ ଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Posted by - December 16, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମରେ ମଙ୍ଗଲବାର ଦିନ ଗୋଟାଏ ସମୟରେ ଦେବୀ ମାଁ ପନ୍ଥେଇଙ୍କ ଏକ ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ…

ପ୍ରାଜ୍ଞପୁରୁଷ କବି ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

Posted by - April 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ପଏଁରୀ, ନାଟ୍, ନାଟ୍ୟଚକ୍ର, ଭିମଭୋଇ କଳା ପରିଷଦ, ସୁବର୍ଣ୍ଣା ନାରୀ ଜାଗରଣ…

ବସ ରେ ଦାଦନ ଚାଲାଣ , ଶିଶୁ ସମେତ ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ,ଦାଦନ ସର୍ଦ୍ଦାର ଗିରଫ

Posted by - November 19, 2021 0
ପାଟଣାଗଡ଼:( ତାପସ ରଂଜନ ବେହେରା ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ହରିଶଙ୍କର ତିନି ଛକ ରୁ ଖପ୍ରାଖୋଲ ପୋଲିସ ଶିଶୁ ସମେତ ବାର…

ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - July 23, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ…