ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ନଗଡାରେ ଅଧାପନ୍ତରିଆ ଅବସ୍ଥାରେ ପଡିଥିବା କାମକୁ ସଂପୁର୍ଣର୍ କରାଯିବ । ନଗଡାବାସୀଙ୍କ ଦିଆଯିବ ରୋଜଗାର ର ସୁଯୋଗ । ଜୀବନଧାରଣ ମାନରେ ଆସିବ ସୁଧାର । ଏଥିସହିତ ମୌଳିକ ସୁବିଧା ସୁଯୋଗକୁ ହାତ ପାହାନ୍ତାରେ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଠିକ୍ କାର୍ଯ୍ୟକାରୀ କରାଯିବ,ଅତିରିକ୍ତ ପାଣ୍ଠି ଆବଶ୍ୟକ ହେଲେ ଜିଲା ଖଣିଜ ପାଣ୍ଠି ବା ଡିଏମଏପଂ ରୁ ଅର୍ଥ ଯୋଗାଇ ଦେବାକୁ ରାଜ୍ୟ ଶିଳ୍ପ,ଶକ୍ତି ଏବଂ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଦିନିକିଆ ଗସ୍ତରେ ନଗଡା ଯାଇ ସେଠାରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭାବ ଅସୁବିଧା ସଂପର୍କରେ ପଚାରିବୁଝିଥିଲେ । ସେପଟେ ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବେଶ ଖୁସି ନଗଡାବାସୀ ।
ବିକାଶର ସ୍ୱାଦ ଚାଖିବେ ନଗଡାବାସୀ । ନଗଡାବାସୀଙ୍କୁ ସବୁ ସୁବିଧା ସୁଯୋଗ ମିିଳିବ ହାତପାହାନ୍ତାରେ । ରାସ୍ତା,ପାନୀୟଜଳ ଠାରୁ ଆରମ୍ଭ କରି ବିଦ୍ୟୁତ ସେବା ପର୍ଯ୍ୟନ୍ତ ସବୁ କିଛି ଯୋଗାଇ ଦେବାକୁ ରାଜ୍ୟସରକାର ପ୍ରତିଶୃତିବଦ୍ଧ । ରାଜ୍ୟ ଶକ୍ତି,ଶିଳ୍ପ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିନିକିଆ ନଗଡା ଗସ୍ତ କରି ଏଭଳି ପ୍ରତିଶୃତି ଦେଇଛନ୍ତି । ମନ୍ତ୍ରୀ ନଗଡାବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଅଭାବ ଅସୁବିଧା ସଂପର୍କରେ ପଚାରିବୁଝିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରକଳ୍ପର ଅଗ୍ରଗତି ସପଂର୍କରେ ରିପୋର୍ଟ ମାଗିଥିଲେ । ନଗଡାବାସୀଙ୍କୁ ତୁରନ୍ତ ନିଜ ଗାଁରେ ରାସନ ସାମଗ୍ରୀ ଯୋଗାଇବା,ଆଗାମୀ ମାର୍ଚ୍ଚ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ।ସ୍ଥାନୀୟ ବିଧାୟକ ପ୍ରିତିରଂଜନ ଘଡାଇ ଉପସ୍ଥିତ ରହି କିଭଳି ନଗଡାବାସୀ ରୋଜଗାର କରି ନିଜେ ଆର୍ଥିକ ସ୍ୱାବଲମ୍ବି ହୋଇପାରିବେ ସେ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।
ଯାଜପୁର ରୁ ଆନନ୍ଦ ଚନ୍ଦ୍ର ସାହୁ ।
ନଗଡାକୁ ମନ୍ତ୍ରୀଙ୍କ ଗସ୍ତ କାଳରେ ଯାଜପୁର ଜିଲାପାଳ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ମନ୍ତ୍ରୀ ନଗଡାକୁ ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ମତାମତ ଗ୍ରହଣ କରିବା ଘଟଣାକୁ ନଗଡାବାସୀ ବେଶ ସ୍ୱାଗତ କରିଥିଲେ । ଖଣି ଅଂଚଳବାସୀଙ୍କ ବିକାଶ ପାଇଁ ରହିଥିବା ଜିଲା ଖଣିଜ ପାଣ୍ଠି ରହିଥିଲେ ହେଁ ସୁକିନ୍ଦା ଅଂଚଳରେ ଏହାର ବିନିଯୋଗ ହୋଇପାରୁନାହିଁ । ଏ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଆଦିବାସୀ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ନଗଡା ଅଂଚଳବାସୀଙ୍କ ଆର୍ଥିକ ମାନରେ ଉନ୍ନତି ଆଣିବା ପାଇଁ ମହୁଚାଷ କରିବାର ପ୍ରଶିକ୍ଷଣ ଦେବା ସହିତ ସୋମାନଙ୍କୁ କିଟ୍ ପ୍ରଦାନ କରାଯିବ । ଏଭଳି ଘୋଷଣା ପଂଳରେ ନଗଡାବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।